ରୁବେଲା ଟିକା

ରୁବେଲା ଟିକା, ଏକ ପ୍ରକାର ଟିକା ଦିଆଯାଏ ରୁବେଲା ବା ଜର୍ମାନ ମିଳିମିଳା ରୋଗ ପ୍ରତିରୋଧ ନିମନ୍ତେ ।[୧] ଗୋଟିଏ ଡୋଜ ଦେବାର ୨ ସପ୍ତାହ ପରେ ଏହାର ପ୍ରଭାବ ୯୫% କେଶରେ ଆରମ୍ଭ ହୁଏ । ଉଚ୍ଚ ହାରରେ ଏହି ଟିକା ଦିଆଯାଉଥିବା ଦେଶମାନଙ୍କରେ ରୁବେଲା ବା ଜନ୍ମଗତ ରୁବେଲା ସିଣ୍ଡ୍ରୋମ ଆଉ ଦେଖାଯାଉ ନାହିଁ । ପିଲାମାନଙ୍କୁ ଏହି ଟିକା ଦିଆ ନ ଯାଉଥିବା ସ୍ଥାନମାନଙ୍କରେ ରୁବେଲା ରୋଗ ହେବା ସମ୍ଭାବନା ଅଧିକ ହୁଏ ବିଶେଷତଃ ଟିକା ନ ନେଇଥିଲେ ବା ରୋଗୀ ସଂସ୍ପର୍ଶରେ ନ ଆସିଥିଲେ । ଏଥି ନିମନ୍ତେ ୮୦ %ରୁ ଅଧିକ ଲୋକ ଏହି ଟିକା ନେବା ଆବଶ୍ୟକ । [୧]

ରୁବେଲା ଟିକା
Vaccine description
Target diseaseRubella
TypeAttenuated virus
Clinical data
Trade namesMeruvax, other
MedlinePlusa601176
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ରୁଟିନ ଟିକାକରଣରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ସମସ୍ତ ଲୋକଙ୍କୁ ଟିକା ଦିଆଯାଇ ନ ପାରିଲେ ଅତି କମରେ ଗର୍ଭସମ୍ପନ୍ନ ବୟସରେ ଏହି ଦେବା ଉଚିତ । ଏହା ଗର୍ଭାବସ୍ଥାରେ ଓ ଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବା ଉଚିତ ନୁହେ । ଜୀବନବ୍ୟାପି ସୁରକ୍ଷା ନିମନ୍ତେ ଗୋଟିଏ ଡୋଜ ଯଥେଷ୍ଟ ହେଲେ ମଧ୍ୟ ୨ ଡୋଜ ଦିଆଯାଉଛି । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୁଏ । ସାମାନ୍ୟ ଜ୍ୱର, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ଫୁଲା ଓ ଲାଲ ଦେଖାଯାଏ । ମହିଳାମାନଙ୍କର ଟିକା ନେବାର ଏକରୁ ତିନି ସପ୍ତାହ ପରେ ଗଣ୍ଠି ଯନ୍ତ୍ରଣା ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ । ଏହି ଟିକା ଏକ‌କ ଭାବରେ ମିଳେ ଓ ମିଶ୍ରିତ ଭାବରେ ମଧ୍ୟ ମିଳେ । ମିଶ୍ରିତ ଟିକାରେ ଏହା ସ‌ହିତ ମିଳିମିଳା ଟିକା, ଏମଏମଆର ଟିକା ଓ ମମ୍ପ୍‌ସ୍ ଟିକା ଥାଏ ବା ମିଳିମିଳା, ମମ୍ପ୍‌ସ୍, ଭାରିସେଲା ଓ ଏମଏମଆରଭି ଟିକା ଥାଏ । [୧]

ସନ ୧୯୬୯ରେ ରୁବେଲ ଟିକା ପ୍ରଥମେ ଲାଇସେନ୍‌ସ ପାଇଥଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ୨୦୦୯ ସୁଦ୍ଧା ୧୩୦ଟି ଦେଶ ଏହାକୁ ରୁଟିନ ଟିକାକରଣ ଅନ୍ତର୍ଭୁକ୍ତ କରିସାରିଲେଣି ।[୧] ଏମଏମଅର ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୨୪ ଆମେରିକୀୟ ଡଲାର ଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୫୦ରୁ ୧୦୦ ଡଲାର ।[୫]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ