ରୋଜିଓଲା

ରୋଜିଓଲା (ଇଂରାଜୀ ଭାଷାରେ roseola) ଏକ ଭୁତାଣୁ (virus) ଜନିତ ସଂକ୍ରାମକ ରୋଗ (Infectious disease) ରୋଗ ।[୨] ଅଧିକାଂଶ ସଂକ୍ରାମକ ରୋଗ ୩ ବର୍ଷ ବୟସ ପୂର୍ବରୁ ହୁଏ ।[୧] ଲକ୍ଷଣ କିଛି ନଥିବାରୁ ଆରମ୍ଭ କରି ଦୃତ ଗତିରେ ଆସୁଥିବା ଜ୍ୱର ସ‌ହିତ ରାସ ହୁଏ ।[୧][୨] ଏହି ଲକ୍ଷଣ ସାଧାରଣତଃ ୩-୫ ଦିନ ରହେ ।[୧] ପିଙ୍କ ରଙ୍ଗର ରାସ ହୁଏ ଯାହା ୩ ଦିନରୁ କମ୍ ସମୟ ରହେ ।[୧] ରୋଗ ଜଟିଳ ହେଲେ ଜ୍ୱର ସ‌ହିତ ବାତ (febrile seizures) ହୁଏ ଓ ସାଂଘାତିକ ହେବା କ୍ୱଚିତ ଦେଖାଯାଏ । [୧][୨]

ରୋଜିଓଲା (Roseola)
ଏଗଜାନ୍ଥେମ ସବିଟମ (Exanthema subitum),[୧] ରୋଜିଓଲା ଇନଫାଣ୍ଟମ (roseola infantum),[୧] ସିକ୍ସଥ ଡିଜିଜ (sixth disease) ବା ଷଷ୍ଠ ରୋଗ,[୧] ବେବି ମିଜଲସ (baby measles), ରୋଜ ରାସ ଅଫ ଇନଫାଣ୍ଟସ (rose rash of infants), ଥ୍ରିଡେ ଫିଭର (three-day fever)
୨୧ ମାସର ଛୁଆର ରୋଜିଓଲା ରୋଗ
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର ଓ ତାପରେ ରାସ [୧]
ଆକ୍ରାନ୍ତ ସମୟ୩ ବର୍ଷ ବୟସ ପୂର୍ବରୁ [୧]
ଅବଧିକିଛି ଦିନ [୨]
କାରଣମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ [୧]
ସଠିକ ରୋଗ ନିର୍ଣ୍ଣୟମିଳିମିଳା, ରୁବେଲା, ସ୍କାରଲେଟ ଜ୍ୱର[୧]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[୧]
Prognosisସାଧାରଣତଃ ଉତ୍ତମ [୧]

ଏହି ରୋଗ ମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7) ଯୋଗୁ ହୁଏ ।[୧] ସୁସ୍ଥ ଜଣାଯାଉଥିବା ଲୋକର ଲାଳ (saliva) ମାଧ୍ୟମରେ ଏହା ବ୍ୟାପେ ।[୧][୨] ଗର୍ଭାବସ୍ଥାରେ ମାତାଠାରୁ ଶିଶୁକୁ ସଂକ୍ରମିତ ହୋଇଥାଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ ସମ୍ଭବ ହେଲେ ମଧ୍ୟ ରକ୍ତ ପରୀକ୍ଷା କରି ନିଧାର୍ଯ୍ୟ କରାଯାଇପାରେ ।[୧] କମ୍ ସଂଖ୍ୟକ ଶ୍ୱେତ ରକ୍ତ କଣିକା (white blood cell ରକ୍ତରେ ଥାଏ । [୧]

ଏହି ରୋଗରେ ଜ୍ୱର ଚିକିତ୍ସା ସ‌ହିତ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[୧] ପ୍ରାୟ ସମସ୍ତ ଶିଶୁ କୌଣସି ନା କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି ।[୨] ପୁଅ ଓ ଝିଅ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା ସନ ୧୯୧୦ରେ ହୋଇଥିଲା ଓ ଭୁତାଣୁ ଏହାର କାରଣ ହୋଇଥିବା ସନ ୧୯୮୮ରେ ଜଣାଯାଇଥିଲା ।[୧] ଇମ୍ମ୍ୟୁନିଟି କମ୍ ଥିଲେ (weakened immune system) ଏହା ପୁନର୍ବାର ହୋଇପାରେ ଓ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।[୨]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ