ଲାକ୍ଟୋଜ ଅସହନଶୀଳତା
ଲାକ୍ଟୋଜ ଅସହନଶୀଳତା (ଇଂରାଜୀ ଭାଷାରେ Lactose intolerance) ଏକ ବେମାରୀ ଯେଉଁଥିରେ ଏକ ଦୁଗ୍ଧଜାତ ପଦାର୍ଥ (milk products) ଲାକ୍ଟୋଜକୁ (lactose) (ଏକ ପ୍ରକାର ଶର୍କରା) ହଜମ କରିବା ସାମର୍ଥ୍ୟ କମିଯାଇଥାଏ । ଏହି ଅସହନଶୀଳତା ଲୋକ ଅନୁସାରେ ଭିନ୍ନ ଭିନ୍ନ ଲାକ୍ଟୋଜ ପରିମାଣ ଉପରେ ନିର୍ଭର କରେ । ଏହି ବେମାରୀରେ ପେଟ ଯନ୍ତ୍ରଣା, ପେଟ ଫୁଲା (bloating), ତରଳ ଝାଡ଼ା, ବାୟୁ ଓ ଅଇ (nausea) ଇତ୍ୟାଦି ଲକ୍ଷଣ ଦେଖାଯାଏ । କ୍ଷୀର ପିଇବାର ୧/୨ରୁ ଦୁଇ ଘଣ୍ଟା ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଏ । ଖାଇବା ବା ପିଇବାର ପରିମାଣ ଉପରେ ଲକ୍ଷଣମାନଙ୍କର ଭୟାବହତା ନିର୍ଭର କରେ । [୧] ଏହା ଖାଦ୍ୟନଳୀର (gastrointestinal tract) କୌଣସି କ୍ଷତି ସାଧନ କରେନାହିଁ ।[୨]
ଲାକ୍ଟୋଜ ଅସହନଶୀଳତା | |
---|---|
ଇଂରାଜୀ ପ୍ରତିଶବ୍ଦ - lactase deficiency, hypolactasia | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gastroenterology |
ଆଇସିଡ଼ି-୧୦ | E73. |
ଆଇସିଡ଼ି-୯-ସିଏମ୍ | 271.3 |
ଓଏମ୍ଆଇଏମ୍ | 223100 150220 |
ରୋଗ ଡାଟାବେସ | 7238 |
ମେଡ଼ିସିନ-ପ୍ଲସ | 000276 |
ଇ-ମେଡ଼ିସିନ | med/3429 ped/1270 |
Patient UK | ଲାକ୍ଟୋଜ ଅସହନଶୀଳତା |
MeSH | D007787 |
ଏହି ବେମାରୀରେ କ୍ଷୁଦ୍ରାନ୍ତ୍ରରେ ଯଥେଷ୍ଟ ଲାକ୍ଟେଜ ଏନଜାଇମ (enzyme) ନ ଥିବାରୁ ଲାକ୍ଟୋଜରୁ ଗ୍ଲୁକୋଜ (glucose) ଓ ଗାଲାକ୍ଟୋଜ (galactose) ତିଆରି ହୋଇପାରେ ନାହିଁ । [୩] ଚାରି ପ୍ରକାର ଲାକ୍ଟୋଜ ଅସହନଶୀଳତା ଦେଖାଯାଏ ଯଥା:- ପ୍ରାଇମେରୀ, ସେକେଣ୍ଡାରୀ, ବିକାଶମୂଳକ ଓ ଜନ୍ମଗତ । ବୟସ୍କ ଲୋକଙ୍କର ଲାକ୍ଟେଜ ପରିମାଣ କମିଯିବାରୁ ପ୍ରାଥମିକ ଲାକ୍ଟୋଜ ଅସହନଶୀଳତା ହୁଏ । ଆଘାତ ବା ଅନ୍ତନଳୀରେ ଆଘାତ ହେଲେ ସେକେଣ୍ଡାରୀ ଲାକ୍ଟୋଜ ଅସହନଶୀଳତା ଯେପରିକି ସଂକ୍ରମଣ, ସିଲିଆକ ଡିଜିଜ (celiac disease), ଇନଫ୍ଲାମେଟରୀ ବାୱେଲ ଡିଜିଜ (inflammatory bowel disease) ଓ ଅନ୍ୟାନ୍ୟ ରୋଗ । [୧][୪] ଅସାମୟିକ ଶିଶୁର (premature babies) ଲାକ୍ଟୋଜ ଅସହନଶୀଳତା ହୋଇପାରେ କିନ୍ତୁ କିଛି କାଳ ମଧ୍ୟରେ ଉନ୍ନତି କରେ । ଜନ୍ମଗତ ଲାକ୍ଟୋଜ ଅସହନଶୀଳତା ରୋଗ ଏକ ଜେନେଟିକ ରୋଗ (genetic disorder) ଯାହା କ୍ୱଚିତ ହୁଏ ଓ ଏଥିରେ ଜନ୍ମରୁ ଆଦୌ ଲାକ୍ଟେଜ ତିଆରି ହୁଏନାହିଁ ।[୧]
ଲାକ୍ଟୋଜ ନ ଥିବା ଖାଦ୍ୟ ଖାଇବା ପରେ ଲକ୍ଷଣ ଉପଶମ ହୋଇଗଲେ ଏହି ରୋଗ ନିର୍ଣ୍ଣୟ ହୋଇଯାଏ । ଅନ୍ୟାନ୍ୟ ସମର୍ଥନକାରୀ ପରୀକ୍ଷା ଯେପରିକି ହାଇଡ୍ରୋଜେନ ବ୍ରେଥ ଟେଷ୍ଟ (hydrogen breath test) ଓ ସ୍ଟୁଲ ଏସିଡିଟି ଟେଷ୍ଟ କରି (stool acidity test) ରୋଗ ନିଧାର୍ଯ୍ୟ କରାଯାଏ । ଅନୁରୂପ ଲକ୍ଷଣ ପ୍ରକାଶ କରୁଥିବା ରୋଗମାନଙ୍କର ନାମ: ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍, ସିଲିଆକ ଡିଜିଜ (celiac disease) ଓ ଇନଫ୍ଲାମେଟରି ବାୱେଲ ଡିଜିଜ ।[୧] ଦୁଗ୍ଧ ଆଲର୍ଜି ଓ ଲାକ୍ଟୋଜ ଅସହନଶୀଳତା, ଏହି ଦୁଇଟି ଭିନ୍ନ ଭିନ୍ନ ବେମାରୀ । ଖାଦ୍ୟରେ ଲାକ୍ଟୋଜ ଓ ଲାକ୍ଟୋଜ ଅନୁପୂରକ (lactase supplements) ପରିମାଣ କମେଇ ଏହି ବେମାରୀର ଚିକିତ୍ସା କରାଯାଏ । [୧] ବିନା ଲକ୍ଷଣରେ ରୋଗୀ ଦିନକୁ ଗୋଟିଏ ଗ୍ଲାସ କ୍ଷୀର ପିଇପାରିବେ, ଏହାଠାରୁ ଅଧିକ କ୍ଷୀର ଖାଦ୍ୟ ସାଥୀରେ ଖାଇପାରିବେ ବା ଦିନଭରି ବାଣ୍ଟିକରି ଖାଇପାରିବେ । [୧][୫]
ଲାକ୍ଟୋଜ ଅସହନଶୀଳତା ସମ୍ପନ୍ନ ଲୋକଙ୍କ ସଂଖ୍ୟା ଅଜ୍ଞାତ ଅଛି ।[୬] ବୟସାଧିକ୍ୟରେ ଲାକ୍ଟୋଜ କମୁଥିବା ସଂଖ୍ୟା ଉତ୍ତର ୟୁରୋପରେ ୧୦%ରୁ କମ୍ ଓ ଏସିଆ ତଥା ଆଫ୍ରିକାରେ ପ୍ରାୟ ୯୫% । [୩] ଯୁବାବସ୍ଥା ଓ ପିଲାବସ୍ଥାର ଶେଷଭାଗରେ ଏହି ରୋଗ ଆରମ୍ଭ ହୁଏ । [୧] ବିଗତ ୧୦,୦୦୦ବର୍ଷରେ କେତେକ ମାନବ ଜନସଂଖ୍ୟାରେ ଲାକ୍ଟୋଜ ହଜମକାରୀ ଶକ୍ତି ବିକାଶ ପ୍ରାପ୍ତ ହୋଇଛି ।[୩][୭]