ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ

ଏହା ଏକ ସ୍ନାୟବିକ ରୋଗ ଯେଉଁଥିରେ ମାଂସପେଶୀ ସ୍ପାଜ୍ମ ଯୋଗୁ କଠିନ ହୋଇଯାଏ ଓ ସମୟ କ୍ରମେ ଖରାପ ଦିଗାକୁ ଗତି କରେ ।

ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ( SPS ) ହେଉଛି ଏକ ସ୍ନାୟବିକ ରୋଗ ଯେଉଁଥିରେ ମାଂସପେଶୀ ସ୍ପାଜ୍ମ ଯୋଗୁ କଠିନ ହୋଇଯାଏ ଓ ସମୟ କ୍ରମେ ଖରାପ ଦିଗାକୁ ଗତି କରେ ।[୨] [୧] ଏହା ମୁଖ୍ୟତଃ ମଧ୍ୟ ଶରୀର, ତଣ୍ଟି, ବାହୁ ଏବଂ ଗୋଡ଼କୁ ପ୍ରଭାବିତ କରିଥାଏ । [୨] ଉଚ୍ଚ ଧ୍ୱନି, ସ୍ପର୍ଶ କିମ୍ବା ଭାବନାଦ୍ୱାରା ଏହା ସୃଷ୍ଟି ହୋଇପାରେ । [୧] ରୋଗ ଜଟିଳ ହେଲେ ଖରାପ ସ୍ଥିତି, ଅସ୍ଥି ଭଗ୍ନ, ସ୍ଥାୟୀ ଯନ୍ତ୍ରଣା ଏବଂ ବାରମ୍ବାର ପଡ଼ିବା ହୋଇପାରେ । [୨] [୧] [୪]

Stiff-person disease
Stiff-man syndrome (SMS), Moersch-Woltman syndrome[୧]
Cerebellum, Purkinje cell layer, thin arrows show presynaptic terminals stain with the anti-GAD65 monoclonal antibody.
ବିଭାଗNeurology
ଲକ୍ଷଣStiff muscles, spasms, pain[୨][୩]
ଆକ୍ରାନ୍ତ ସମୟ20 to 60[୩]
ଅବଧିProgressive worsening[୩]
କାରଣUnclear, autoimmune mechanism[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and supported by blood tests and electromyography[୩]
ସଠିକ ରୋଗ ନିର୍ଣ୍ଣୟParkinsons, multiple sclerosis, fibromyalgia, psychosomatic illness, anxiety[୨]
ଚିକିତ୍ସାDiazepam, baclofen, gabapentin, intravenous immunoglobulin[୨][୪]
PrognosisOften poor[୪][୫]
ପୁନଃପୌନିକRare[୧]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ, ଯଦିଓ ଏହା ଏକ ଅଟୋଇମ୍ମ୍ୟୁନ କ୍ରିୟାବିଧି ସ‌ହିତ ଜଡିତ ଥାଇପାରେ ବୋଲି ବିଶ୍ୱାସ କରାଯାଏ ।[୨] କେତେକ କ୍ଷେତ୍ରରେ ଏହା ଅନ୍ୟ ଅଟୋମ୍ୟୁମ୍ୟୁନ୍ ଅବସ୍ଥା ସହିତ ଜଡିତ ଥାଇପାରେ, ଯେପରିକି ମଧୁମେହ ଟାଇପ୍ ୧[୫] ଅସାଧାରଣ ଭାବରେ ଏହା ଏକ ପାରାନିଓପ୍ଲାଷ୍ଟିକ ସିଣ୍ଡ୍ରୋମ ଭାବରେ ଦେଖାଯାଏ । [୪] [୫] ରକ୍ତରେ କିମ୍ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡରେ ଗ୍ଲୁଟାମିକ୍ ଏସିଡ୍ ଡିକାରବକ୍ସିଲେଜ୍ (GAD) ବିରୁଦ୍ଧରେ ଅତ୍ୟଧିକ ଉଚ୍ଚ ଆଣ୍ଟିବଡି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୨] [୪] ଇଲେକ୍ଟ୍ରୋମାୟୋଗ୍ରାଫି ମଧ୍ୟ ଉପଯୋଗୀ ହୋଇପାରେ । [୧]

ଲକ୍ଷଣ ଅନୁଯାୟୀ ଡାଏଜେପାମ, ବାକ୍ଲୋଫେନ୍ କିମ୍ବା ଗାବାପେଣ୍ଟିନ୍ ଭଳି ଔଷଧ ସହିତ ଚିକିତ୍ସା କରାଯାଇପାରେ । [୨] ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ କିମ୍ବା ପ୍ଲାଜମାଫେରେସିସ୍ ମଧ୍ୟ ସାହାଯ୍ୟ କରିପାରେ । [୨] [୪] ଏହା ସାଧାରଣତଃ ଏକ ଖରାପ ଜୀବନ‌ଚର୍ଯ୍ୟାରେ ପରିଣତ ହୁଏ, ଫଳସ୍ୱରୂପ ଉଦାସୀନତା କିମ୍ବା ଉଦ୍‌ବେଗ ପ୍ରାୟ ଘଟେ । [୪] [୫] ଏହି ରୋଗ ଯୋଗୁ ଆୟୁଷ କମିଯାଏ । [୫]

ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ଏକ ବିରଳ ରୋଗ ଯାହା ପ୍ରାୟ ଦଶ ଲକ୍ଷ ଲୋକଙ୍କ ମଧ୍ୟରେ ଜଣକର ଥିବା ଦେଖାଯାଏ ।[୪] ଏହି ରୋଗର ଆରମ୍ଭ ପ୍ରାୟ ୨୦ରୁ ୬୦ବର୍ଷ ବୟସ ମଧ୍ୟରେ ହୋଇଥାଏ, ଯଦିଓ ପିଲାମାନଙ୍କଠାରେ ଏହା ଅସ୍ୱାଭାବିକ ଭାବରେ ହୋଇପାରେ । [୩] ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି । [୨] ଏହି ଅବସ୍ଥା ପ୍ରଥମେ ୧୯୫୬ ମସିହାରେ ଫ୍ରେଡେରିକ୍ ମୋର୍ଚ ଏବଂ ହେନେରୀ ୱୋଲଟମ୍ୟାନ‌ଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୩]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ