ଗାବାପେଣ୍ଟିନ୍

(Gabapentinରୁ ଲେଉଟି ଆସିଛି)

ଗାବାପେଣ୍ଟିନ୍, ବ୍ୟବସାୟୀକ ନାମ ନିଉରୋଣ୍ଟିନ, ଏକ ଔଷଧ ଯାହା ଅପସ୍ମାର ବା ଏପିଲେପ୍‌ସି, ସ୍ନାୟୁ ଜନିତ ଯନ୍ତ୍ରଣା, ଗରମ ଅନୁଭବ (ହଟ ଫ୍ଲାସେସ) ଓ ରେସ୍ଟଲେସ ଲେଗ ସିଣ୍ରୋମ୍ ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[୪][୫] ଆଂଶିକ ବାତ ମାରୁଥିଲେ ଏହା ବ୍ୟବ‌ହାର କରାଯାଏ ।[୪] ଡାଏବେଟିକ ନିଉରୋପାଥି, ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ସେଣ୍ଟ୍ରାଲ ନିଉରୋପାଥି ଭଳି ସ୍ନାୟୁ ରୋଗରେ ଯନ୍ତ୍ରଣା ହେଉଥିଲେ ଏହି ଔଷଧ ଦିଆଯାଏ ।[୬] ନିଉରୋପାଥିକ ଯନ୍ତ୍ରଣାରେ ୧୪% ଲୋକଙ୍କର ଉପକାର ହୁଏ । [୭]

ଗାବାପେଣ୍ଟିନ୍
Clinical data
Trade namesNeurontin, others[୧]
AHFS/Drugs.commonograph
MedlinePlusa694007
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability27-60% (inversely proportional to dose; a high fat meal also increases bioavailability)[୨][୩]
Protein bindingLess than 3%[୨][୩]
MetabolismNot significantly metabolised[୨][୩]
Elimination half-life5 to 7 hours[୨][୩]
ExcretionRenal[୨][୩]
Identifiers
IUPAC name
  • 1-(aminomethyl)cyclohexaneacetic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.056.415 Edit this at Wikidata
Chemical and physical data
FormulaC9H17NO2
Molar mass171.237 g/mol
3D model (JSmol)
SMILES
  • O=C(O)CC1(CN)CCCCC1
InChI
  • InChI=1S/C9H17NO2/c10-7-9(6-8(11)12)4-2-1-3-5-9/h1-7,10H2,(H,11,12) checkY
  • Key:UGJMXCAKCUNAIE-UHFFFAOYSA-N checkY
  (verify)

ଗାବାପେଣ୍ଟିନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ନିଦୁଆ ଭାବ ଓ ମୁଣ୍ଡ ବୁଲେଇବା (dizziness) । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆତ୍ମହତ୍ୟା ସଙ୍କଟ, ଆକ୍ରମଣତ୍ମକ ବ୍ୟବ‌ହାର ଓ ଇଓସିନୋଫିଲିଆ ତ‌ଥା ସିସ୍ଟମିକ ଲକ୍ଷଣ ସ‌ହିତ ଔଷଧ ପ୍ରତିକ୍ରିୟା ହୁଏ ।[୪] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାରରେ କ୍ଷତି ହୁଏ କି ନା ତାହା ସ୍ପଷ୍ଟ ନୁହେଁ ।[୮] ବୃକ୍‌କ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରା ଗାବାପେଣ୍ଟିନ୍‌ ଦେବା ଉଚିତ୍ । ଇନହିବିଟରି ଗାମା ଆମିନୋ ବ୍ୟୁଟିରିକ ଏସିଡ୍‌କୁ (GABA) ଗାବାପେଣ୍ଟିନ୍‌ ପ୍ରଭାବିତ କରେ କିନ୍ତୁ ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଛି ।[୪]

ଗାବାପେଣ୍ଟିନ୍ ସନ ୧୯୯୩ରେ ପ୍ରଥମେ ମାନ୍ୟତା ଦିଆଗଲା ।[୯] ଏହାର ହୋଲସେଲ ମୂଲ୍ୟ ଦୈନିକ ପ୍ରାୟ ୧.୩୫ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୪ରୁ ଜେନେରିକ ଔଷଧ ନାମରେ ଉପଲବ୍‌ଧ ହେଉଛି ।[୪] ସନ ୨୦୧୫ରେ ଏହାର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୧୧] ସନ ୧୯୯୦ରେ ଫାଇଜର କମ୍ପାନୀର ଏକ ଶାଖା ପାର୍କ ଡେଭିସ କମ୍ପାନୀ ଏହି ଔଷଧକୁ ଅଣମାନ୍ୟତା ବ୍ୟବ‌ହାର କରିବା ନିମନ୍ତେ ଚିକିତ୍ସକମାନଙ୍କୁ ପ୍ରୋତ୍ସାହିତ କରୁଥିଲା ।[୧୨]

ଆଧାର