ଶୁଷ୍କ ଚକ୍ଷୁ

ଶୁଷ୍କ ଚକ୍ଷୁ (ଇଂରାଜୀ ଭାଷାରେ Dry eye syndrome/ DES ବା କେରାଟୋକଞ୍ଜଙ୍କଟିଭାଇଟିସ ସିକା/ KCS) ରୋଗ ନାମ ଦିଆଯାଏ ଯେତେବେଳେ ଚକ୍ଷୁ ଶୁଷ୍କ ହୋଇଯାଏ ।[୨] ଅନ୍ୟାନ୍ୟ ଲକ୍ଷଣ: ଆଖି ଜ୍ୱାଳା ହୁଏ, ଲାଲ ହୁଏ, ସ୍ରାବ ବାହାରେ ଓ ସ‌ହଜରେ ଆଖି ଥକ୍କା ହୋଇଯାଏ ।[୨] ଲକ୍ଷଣ ଗୁଡ଼ିକ ସାଧାରଣ ଓ ବେଳେବେଳେ ହୋଇପାରେ ବା ନିରନ୍ତର ଓ ସାଂଘାତିକ ମଧ୍ୟ ହୋଇପାରେ । [୩] ଚିକିତ୍ସା ନ ପାଇଲେ କେତେକ କେଶ୍‌ରେ କର୍ନିଆରେ (Cornea) ସ୍କାର (କ୍ଷତଚିହ୍ନ) ରହିଯାଏ । [୨]

ଶୁଷ୍କ ଚକ୍ଷୁ
dry eye, keratoconjunctivitis sicca, dry eye disease, keratitis sicca
ଜଣେ ଲୋକର ଶୁଷ୍କ ଚକ୍ଷୁରେ ବିକ୍ଷିପ୍ତ ଲିସାମିନ ଗ୍ରୀନ (lissamine green) ସ୍ଟେନ ଲାଗିଥିବା ଚିତ୍ର [୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଚକ୍ଷୁରୋଗ ବିଜ୍ଞାନ[*]
ଆଇସିଡ଼ି-୧୦H19.3
ଆଇସିଡ଼ି-୯-ସିଏମ୍370.33
ମେଡ଼ିସିନ-ପ୍ଲସ000426
ଇ-ମେଡ଼ିସିନarticle/1196733 article/1210417
MeSHD007638

ଚକ୍ଷୁରେ ଲୁହ (tear) ତିଆରି ନ ହେଲେ ବା ଚଞ୍ଚଳ ବାଷ୍ପିଭୁତ ହେଲେ ଶୁଷ୍କ ଚକ୍ଷୁ ରୋଗ ହୁଏ ।[୨] ରୋଗର କାରଣ: ମେବୋମିଆନ ଗ୍ଲାଣ୍ଡ ଡିସଫଙ୍କସନ (meibomian gland dysfunction), ଆଲର୍ଜି, ଗର୍ଭାବସ୍ଥା, ଜୋଗ୍ରେନ ସିଣ୍ଡ୍ରୋମ୍, ଜୀବସାର କ ଅଭାବ, ଲାସିକ ଅପରେଶନ, କେତେକ ଔଷଧ ଯେପରିକି ଆଣ୍ଟିହିସ୍ଟାମିନ, ରକ୍ତଚାପ ଔଷଧ, ହରମୋନ ରିପ୍ଲେସମେଣ୍ଟ ଥେରାପି ଓ ଆଣ୍ଟିଡିପ୍ରେସାଣ୍ଟ ।[୨][୩] ସଂକ୍ରମଣ ବା ଟୋବାକୋ ଧୂମ୍ର ସଂସ୍ପର୍ଶରେ ଆସି କ୍ରନିକ ନେତ୍ରାବରଣ ପ୍ରଦାହ ହେବା ଫଳରେ ଏହି ରୋଗ ହୋଇପାରେ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ମୂଖ୍ୟତଃ ନିର୍ଭର କଲେ ମଧ୍ୟ କିଛି ପରୀକ୍ଷା ଆବଶ୍ୟକ ହୋଇପାରେ ।[୪]

କାରଣ ଉପରେ ଚିକିତ୍ସା ନିର୍ଭର କରେ । ପ୍ରଥମ ଧାଡ଼ି ଚିକିତ୍ସାରେ କୃତ୍ରିମ ଲୁହ ବ୍ୟବ‌ହାର କରାଯାଏ । ସମ୍ପୁର୍ଣ୍ଣ ଚକ୍ଷୁ ଘଡ଼େଇବା ଚଷମା ବ୍ୟବ‌ହାର କଲେ ଲୁହ ବାଷ୍ପିଭୁତ ହୋଇପାରେନାହିଁ । ଚକ୍ଷୁ ଶୁଷ୍କ‌କାରୀ ଔଷଧ ବଦଳେଇ ଦେଲେ ଉପକାର ମିଳେ । କେତେକ କ୍ଷେତ୍ରରେ ସାଇକ୍ଲୋସ୍ପୋରିନ (ciclosporin) ବା କର୍ଟିକୋସ୍ଟିରଏଡ (steroid) ଟୋପା ବ୍ୟବ‌ହାର କରାଯାଏ । ଲୁହ ନିସ୍କାଷନ ନଳୀକୁ ବନ୍ଦ (lacrimal plugs) କରିଦେଲେ ଲୁହ ବାହାରକୁ ଯାଇ ନ ପାରି ରହିଯାଏ । ବେଳେବେଳେ ଶୁଷ୍କ ଚକ୍ଷୁରେ କଣ୍ଟାକ୍ଟ ଲେନ୍ସ (contact lens) ଲଗେଇବା ସମ୍ଭବ ହୁଏନାହିଁ ।[୨]

ଆଧାର