ସିସ୍ଟୋସୋମିଆସିସ

ସିସ୍ଟୋସୋମିଆସିସ (ଇଂରାଜୀରେSchistosomiasis) (ଅନ୍ୟନାମ ବିଲ୍‌ହାର୍ଜିଆ ବା ଗେଣ୍ଡା ଜ୍ୱର ବା କାଟାୟାମା ଇଂରାଜୀରେ ଯଥାକ୍ରମେ Schistosomiasis, bilharzia, snail fever, and Katayama fever)[୧][୨] ଏକ ରୋଗ ଯାହା ସିସ୍ଟୋସୋମା ଟାଇପର ଏକ ପରଜୀବୀପୋକଦ୍ୱାରା ହୁଏ । ଏହା ମୂତ୍ରନଳୀ ଶୈଳୀ(urinary tract) ବା ଅନ୍ତନଳୀ(intestines) ମଧ୍ୟ ସଂକ୍ରମଣ କରିପାରେ । ଏହାର ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ତରଳ ଝାଡ଼ା ଓ ରକ୍ତ ମିଶ୍ରିତ ଝାଡ଼ା ରକ୍ତ ମିଶ୍ରିତ ପରିସ୍ରା ହୁଏ । ଅନେକ ଦିନ ଧରି ରୋଗ ହୋଇଥିଲେ ଯକୃତ ନଷ୍ଟ, ବୃକ୍‌କ ବା କିଡ୍‌ନି ନଷ୍ଟ, ବନ୍ଧ୍ୟାତ୍ୱ(infertility) କିମ୍ବା ମୂତ୍ରାଶୟ କର୍କଟ(bladder cancer) ହେବା ସମ୍ଭାବନା ଥାଏ । ପିଲାମାନଙ୍କର ଏହି ରୋଗ ହେଲେ ଶରୀର ବୃଦ୍ଧି ହାର କମ ହୁଏ, ଶିଖିବା ଶକ୍ତି କମିଯାଏ ।[୩]

ସିସ୍ଟୋସୋମିଆସିସ
Skin blisters on the forearm, created by the entrance of Schistosoma parasite.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B65.
ଆଇସିଡ଼ି-୯-ସିଏମ୍120
ମେଡ଼ିସିନ-ପ୍ଲସ001321
Patient UKସିସ୍ଟୋସୋମିଆସିସ
MeSHD012552

ପରଜୀବୀ ଅପମିଶ୍ରିତ ଜଳ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ସଂକ୍ରମିତ ସଦ୍ୟଜଳ-ଗେଣ୍ଡାଠାରୁ ପରଜୀବୀ ନିଷ୍କାସିତ ହୁଏ । ବିକାଶଶୀଳ ଦେଶମାନଙ୍କରେ ସାଧାରଣତଃ ପିଲାମାନେ ସଂକ୍ରମିତ ଜଳରେ ଖେଳୁଥିବାରୁ ସେଠାରେ ରୋଗ ହେବା ସମ୍ଭାବନା ଅଧିକ ଥାଏ । ଚାଷୀ, ମାଛଧରାଳୀ ଓ ଦୈନନ୍ଦିନ କର୍ମରେ ସଂକ୍ରମିତ ଜଳ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଥାଏ । [୩] ଏହି ରୋଗ ହେଲ୍‌ମିନ୍ଥ ପରଜୀବୀ ଦଳର ଅନ୍ତର୍ଭୁକ୍ତ । [୪] ଝାଡ଼ା ବା ପରିସ୍ରାରେ ପରଜୀବୀର ଅଣ୍ଡା ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତରେ ଏହାର ଆଣ୍ଟିବଡି ମିଳିଲେ ରୋଗ ଥିବା ସୁନିଶ୍ଚିତ ହୁଏ । [୩]

ବିଶୁଦ୍ଧ ଗେଣ୍ଡାମୁକ୍ତ ଜଳ ବ୍ୟବ‌ହାରକରି ଏହି ରୋଗକୁ ପ୍ରତିରୋଧ କରାଯାଏ । ଏହି ରୋଗ ପ୍ରବଳ ହେଉଥିବା ସ୍ଥାନମାନଙ୍କରେ ବାର୍ଷିକ ଥରେ ସମସ୍ତଙ୍କୁ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେଇ ଚିକିତ୍ସା କରାଯାଏ । ସଂକ୍ରମିତ ଲୋକସଂଖ୍ୟା କମେଇ ଏହା ବ୍ୟାପିବା ବନ୍ଦ କରାଯାଏ । ରୋଗୀମାନଙ୍କୁ ମଧ୍ୟ ପ୍ରାଜିକ୍ୱେଣ୍ଟେଲ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପଦେଶ ଦେଇଛନ୍ତି । [୩]

ପୃଥିବୀରେ ସିସ୍ଟୋସୋମିଆସିସ ରୋଗ ପ୍ରାୟ ୨୧୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ,[୫] ଓ ହିସାବ ଅନୁସାରେ ପ୍ରାୟ ୧୨୦୦୦ରୁ [୬] ୨୦୦,୦୦୦ ଲୋକ ପ୍ରତିବର୍ଷ ମରନ୍ତି । [୭] ଏହି ରୋଗ ଆଫ୍ରିକା, ଏସିଆଦକ୍ଷିଣ ଆମେରିକାରେ ସାଧାରଣତଃ ଦେଖାଯାଏ । [୩] ୭୦ଟି ଦେଶର ପ୍ରାୟ ୭୦୦ ନିୟୁତ ଲୋକ ରୋଗ ହେଉଥିବା ଇଲାକାରେ ବାସ କରନ୍ତି ।[୭][୮] ମ୍ୟାଲେରିଆ ପରେ ସିସ୍ଟୋସୋମିଆସିସ ହେଉଛି ଦ୍ୱିତୀୟ ସର୍ବାଧିକ ଅର୍ଥନୈତିକ ସଂଘାତର କାରଣ । [୯] ପୁରାତନ କାଳରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସିସ୍ଟୋସୋମିଆସିସ ଯୋଗୁ ପୁରୁଷଙ୍କର ମୂତ୍ରରେ ରକ୍ତ ପଡ଼ିବାକୁ ଭୂଲରେ ଇଜିପ୍ଟରେ ପୁରୁଷ ମାସିକ ରକ୍ତସ୍ରାବ ବୋଲି ଧରାଯାଉଥିଲା ଓ ଏହାକୁ ବାଳକମାନଙ୍କର ମାସିକ ଧର୍ମ ବିବେଚନା କରାଯାଉଥିଲା । [୧୦][୧୧] ଏହି ରୋଗକୁ ଗ୍ରୀଷ୍ମ ମଣ୍ଡଳୀୟ ଅବ‌ହେଳିତ ରୋଗରୁପେ ବିବେଚନା କରାଯାଏ । [୧୨]

ଆଧାର