ଅଶୋକ (ସମ୍ରାଟ)
ଅଶୋକ [୩](୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । [୪] ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ ।
ଅଶୋକ [୧][୨] | |
---|---|
ମୌର୍ଯ୍ୟ ଶାସକ | |
ଶାସନ କାଳ | 274–232 BCE |
ରାଜ୍ୟାଭିଷେକ | 270 BCE |
ଆଖ୍ୟା | Samraat Chakravartin; other titles include Devanampriya and Priyadarsin |
ଜନ୍ମ | 304 BCE |
ଜନ୍ମସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
ମୃତ୍ୟୁ | 232 BCE (aged 72) |
ମୃତ୍ୟୁସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
Buried | Ashes immersed in the Ganges River, possibly at Varanasi, Cremated 232 BCE, less than 24 hours after death |
ପୂର୍ବାଧିକାରୀ | ବିନ୍ଦୁସାର |
ଉତ୍ତରାଧିକାରୀ | ଦଶରଥ |
ଜୀବନସାଥି | ରାଣୀ କାରୁବାକୀ ରାଣୀ ଦେବୀ ରାଣୀ ପଦ୍ମାବତୀ ରାଣୀ ତିଶ୍ୟରକ୍ଷା |
Offspring | ମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ |
ରାଜବଂଶ | Mauryan dynasty |
ପିତା | ବିନ୍ଦୁସାର |
ମାତା | Maharani Dharma or Shubhadrangi |
ଧର୍ମ | ବୌଦ୍ଧ ଧର୍ମ |
ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" ।ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । [୫] ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। [୬]।"ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।[୭]। ଅଶୋକ ଖ୍ରୀ. ପୂ. ୨୬୩ରେ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେଲେ।[୫]। ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ଓ ଭାରତ ବାହାରେ ବୌଦ୍ଧ ଧର୍ମକୁ ପହଞ୍ଚାଇବାରେ ବିଶେଷ ଭୂମିକା ବହନ କରିଥିଲେ"[୮]
କଳିଙ୍ଗ ଯୁଦ୍ଧ
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ବିଭୀଷିକା ବର୍ଣ୍ଣିତ ହୋଇଛି । [୯]
ଧର୍ମ ପ୍ରଚାର
ଅଶୋକ, ବିଶ୍ୱ ଦରବାରରେ ବୌଦ୍ଧଧର୍ମକୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।
ଅଶୋକଙ୍କ ବାଲ୍ୟଜୀବନ
ସାମ୍ରାଜ୍ୟ
ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
ନିଜର ଅସାଧାରଣ ବ୍ୟକ୍ତିତ୍ୱ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ୱ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ମୌର୍ଯ୍ୟ ଶାସନପଦ୍ଧତି
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।
କଳିଙ୍ଗର ପରାଜୟ
ତାଙ୍କର୧୩ ତମ ଶିଳାଲିପିରୁ,ଆମ୍ଭେମାନେ ଜାଣୁ ଯେ ଯୁଦ୍ଧ ଏକ ପ୍ରଚଣ୍ଡ ଏବଂ୧୦୦,୦୦୦ ସୈନିକର ମୃତ୍ୟୁର କାରଣ ଓ ବହୁତ ବେସାମରିକ ବ୍ୟକ୍ତି ପ୍ରତିରକ୍ଷାରେ ଯୋଗ ଦେଇଥିଲେ;୧୫୦,୦୦୦ ଲୋକମାନଙ୍କୁ ବନ୍ଦୀ କରା ଯାଇଥିଲା ।[୧୦]
ବୌଦ୍ଧଧର୍ମକୁ ପରିବର୍ତ୍ତନ
ଅଶୋକଙ୍କ ଅନୁଶାସନ ଏକ ବଡ଼ ବିଷାଦପୂର୍ଣ୍ଣ ଓ ଦୁଃଖଦାୟକ ପ୍ରତିଫଳ ହୋଉଥିଲା, ଅଶୋକ ବୁଝିପାରୁଥିଲେ କି ତାଙ୍କ ଭୁଲ ପାଇଁ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ମୃତ୍ୟୁ ମୁଖରେ ଯନ୍ତ୍ରଣା ଭୋଗ ମଧ୍ୟ କରୁଛନ୍ତି।[୧୧]।
କିମ୍ବଦନ୍ତୀ କହୁଚି, ଯେ, ଯୁଦ୍ଧ ସରିବାର ଗୋଟେ ଦିନ ପରେ, ଅଶୋକ ସାହାସିକତା ସହ ସହରର ବାହାରକୁ ଯାଇଥିଲେ ଏବଂ ସେ ଦେଖିଲେକି ସବୁ ଘରଦ୍ୱାରା ପଡିଯାଇଛି ଏବଂ ଏଣେତେଣେ ଛିନ୍ନଭିନ୍ନ ହୋଇ ମୃତଦେହ ପଡିରହିଛି ।ସେହି ଦୃଶ୍ୟ ତାଙ୍କୁ ରୁଗ୍ଣ/ଦୁର୍ବଳ କରିଦେଇଥିଲା ଓ ସେ କାନ୍ଦି ପକେଇଥିଲେ ବି।[୧୨]
କଳିଙ୍ଗ ସହ ମାରାତ୍ମକ ଯୁଦ୍ଧ ପରେ ପ୍ରତିହିଂସା ପରାୟଣ ରାଜା ଅଶୋକ ଜଣେ ସ୍ଥିରମନା ଓ ଶାନ୍ତପୂର୍ଣ ରାଜା ପରିବର୍ତନଓ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। [୧୩] । ବଶମଙ୍କ ଅନୁସାରେ, ତାଙ୍କ ଧର୍ମ ମୂଳରୁ / ବଂଶର ମୂଳରୁ ସେ ବୌଦ୍ଧଧର୍ମ ନ ଥିଲା।[୧୪]
ମୃତ୍ୟୁ ଓ ଇଚ୍ଛାପତ୍ର
ରାଜାଙ୍କ ପୋତ
ଐତିହାସିକ ଉତ୍ପତ୍ତି ସ୍ଥଳ
ଉପଲବ୍ଧି
ବିତର୍କ ଉପରେ ଧ୍ୟାନ
ଦାନ
ଧର୍ମ ପ୍ରତି ନିକଟତର ହବା
ସାରାବିଶ୍ୱରେ ବୌଦ୍ଧଧର୍ମର ବିସ୍ତାର
ଶାସକ
ଜୀବ କଲ୍ୟାଣ
ଅଶୋକ ଚକ୍ର
ଅଶୋକସ୍ତମ୍ବ
ଅଶୋକ ମୁଦ୍ରା
ନିର୍ମାଣରେ ପାରଙ୍ଗମ ଅଶୋକ
ବ୍ରିଟିଶର କଟକଣା ଓ ୱେଲିଗାମା ଶ୍ରୀ ସୁମନଗଲଙ୍କ ତଦା ରଖରେ ପୁନଃନିର୍ମାଣ ହୋଇଥିଲା।[୧୬]
ଅଙ୍କନ, ଚିତ୍ର, ସାହିତ୍ୟ
ମୌର୍ଯ୍ୟଶାସନର ପତନ
ଆଧାର
ବାହାର ତଥ୍ୟ
- Ashoka at Curlie
- ଉଇକିମିଡ଼ିଆ କମନ୍ସରେ Ashoka-ସମ୍ପର୍କିତ ମିଡ଼ିଆ
- Quotations related to ଅଶୋକ (ସମ୍ରାଟ) at Wikiquote
- International Vegetarian Union: King Asoka of India