ଆଲଫା-୧ ଆଣ୍ଟିଟ୍ରିପସିନ ଅଭାବ

ମାନବ ରୋଗ

ଆଲଫା-୧ ଆଣ୍ଟିଟ୍ରିପସିନ ଅଭାବ (ଇଂରାଜୀ ଭାଷାରେ Alpha-1 antitrypsin deficiency/ A1AD /AATD) ଏକ ଜେନେଟିକ ରୋଗ (genetic disorder) ଓ ଏହା ଫଳରେ ଫୁସଫୁସ ରୋଗ (lung disease) ବା ଯକୃତ ରୋଗ (liver disease) ହୋଇପାରେ ।[୧][୨] ପ୍ରାୟ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଫୁସଫୁସ ରୋଗ ଆରମ୍ଭ ହୁଏ ।[୧] ଅଣନିଶ୍ୱାସୀ (Shortness of breath), ହୁଇଜ (wheezing) ଓ ଫୁସଫୁସ ସଂକ୍ରମଣ ସଙ୍କଟ ଅଧିକ ରହେ । [୧] ରୋଗ ଜଟିଳ ହେଲେ ସିଓପିଡି COPD, ସିରୋସିସ୍, ନବଜାତ କାମଳ, ପାନ୍ନିକୁଲାଇଟିସ (panniculitis) ଆଦି ରୋଗ ବାହାରେ । [୧]

ଆଲଫା-୧ ଆଣ୍ଟିଟ୍ରିପସିନ ଅଭାବ (Alpha-1 antitrypsin deficiency)
α-୧ ଆଣ୍ଟିଟ୍ରିପସିନ ଅଭାବ (α1-antitrypsin deficiency)
ଆଲଫା-୧ ଆଣ୍ଟିଟ୍ରିପସିନର ଗଠନ (Structure of Alpha-1 antitrypsin)
ବିଭାଗଫୁସଫୁସ ବିଜ୍ଞାନ (Pulmonology), ମେଡିକାଲ ଜେନେଟିକ (medical genetics)
ଲକ୍ଷଣଅଣନିଶ୍ୱାସୀ (Shortness of breath), ହୁଇଜ (wheezing), ହଳଦିଆ ଚମ[୧]
ଆକ୍ରାନ୍ତ ସମୟ୨୦ରୁ ୫୦ ବର୍ଷ ବୟସ [୧]
କାରଣଏସଇଆରପିଆଇଏନଏ୧ ଜିନ (SERPINA1 gene)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ରକ୍ତ ପରୀକ୍ଷା (blood tests), ଜେନେଟିକ ଟେଷ୍ଟିଙ୍ଗ (genetic tests)[୨]
ସଠିକ ରୋଗ ନିର୍ଣ୍ଣୟଆଜମା[୧]
ଔଷଧବ୍ରୋଙ୍କୋଡାଇଲେଟର (Bronchodilators), ଇନହେଲ୍ଡ ସ୍ଟିରଏଡ (inhaled steroids), ଆଣ୍ଟିବାୟୋଟିକ (antibiotics), ଏ୧ଏଟି ପ୍ରୋଟିନ ଇଣ୍ଟ୍ରାଭେନସ ଇନଫ୍ୟୁଜନ (intravenous infusions) [୨]
ଚିକିତ୍ସାଔଷଧ, ଫୁସଫୁସ ଟ୍ରାନ୍ସପ୍ଳାଣ୍ଟ (lung transplant), ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant)[୨]
Prognosisଧୁମ‌ପାୟୀଙ୍କ ଆୟୁଷ (Life expectancy) ~୫୦ ବର୍ଷ, ଅଣଧୁମ‌ପାୟୀଙ୍କ ଆୟୁଷ ସାଧାରଣ [୩]
ପୁନଃପୌନିକ୨,୫୦୦ ଲୋକଙ୍କ ମଧ୍ୟରୁ ଜଣେ (ୟୁରୋପିୟ) [୧]

ଏସଇଆରପିଆଇଏନଏ୧ ଜିନର ମ୍ୟୁଟେସନ ହେବା ଫଳରେ α-୧ ଆଣ୍ଟିଟ୍ରିପସିନ ଅଭାବ (α1-antitrypsin deficiency) ଯୋଗୁ (SERPINA1 gene) ହୋଇ ଏ୧ଏଟି ରୋଗ ହୁଏ ।[୧] ଧୁମ୍ରପାନ, ଫୁସଫୁସ ରୋଗ ଓ ପରିବେଶ ଧୂଳି ଅଧିକ ଥିଲେ ଏହି ରୋଗ ସଙ୍କଟ ରହେ ।[୧] ଏହି ରୋଗରେ ନିଉଟ୍ରୋଫିଲ ଇଲାସ୍ଟେଜ (neutrophil elastase) ଅବରୋଧ ହୋଇନପାରି ଅସାଧାରଣ ଏ୧ଏଟି ଯକୃତରେ ଜମାହୋଇଯାଏ ।[୧] ଏହା ଏକ ଅଟୋସୋମାଲ କୋ-ଡୋମିନାଣ୍ଟ (autosomal co-dominant) ଓ ଏଥିରେ ଦୁଇଟି ଅପେକ୍ଷା ଗୋଟିଏ ତୃଟିପୁର୍ଣ୍ଣ ଅଲ୍ଲେଲେ (allele) ଥିବା ଯୋଗୁ ସାମାନ୍ୟ ରୋଗ ହୁଏ ।[୧] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ରକ୍ତ ପରୀକ୍ଷା (blood tests) ତ‌ଥା ଜେନେଟିକ ପରୀକ୍ଷା (genetic tests) କରି ରୋଗ ପୁଷ୍ଟିକରଣ କରାଯାଏ ।[୨]

ଏହାର ଚିକିତ୍ସାରେ ବ୍ରୋଙ୍କୋଡାଇଲେଟର (Bronchodilators), ଇନହେଲ୍ଡ ସ୍ଟିରଏଡ (inhaled steroids) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୨] ସାଂଘାତିକ କେଶ୍‌ରେ ଏ୧ଏଟି ପ୍ରୋଟିନ ଇଣ୍ଟ୍ରାଭେନସ ଇନଫ୍ୟୁଜନ (intravenous infusions) ଦିଆଯାଏ ।[୨] ଅବଶ୍ୟକ ସ୍ଥଳେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplantation) କରାଯାଇପାରେ ।[୨][୪] ଧୁମ୍ରପାନ ପରିତ୍ୟାଗ କରିବାକୁ ସୁପାରିସ କରାଯାଏ ।[୨] ଇନଫ୍ଲୁଏଞ୍ଜା (influenza), ନିମୋକୋକସ (pneumococcus) ଓ ହେପାଟାଇଟିସ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଏ । [୨] ଧୁମ‌ପାୟୀଙ୍କ ଆୟୁଷ (Life expectancy) ~୫୦ ବର୍ଷ, ଅଣଧୁମ‌ପାୟୀଙ୍କ ଆୟୁଷ ସାଧାରଣ ଥିବା ଦେଖାଯାଏ ।[୩]

ୟୁରୋପିଆନ ଲୋକଙ୍କ ମଧ୍ୟରୁ ପ୍ରତି ୨,୫୦୦ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗକ୍ରାନ୍ତ ହୁଏ ।[୧] ପ୍ରତି ୫,୦୦୦ ରୋଗୀଙ୍କ ମଧ୍ୟରୁ ଜଣ‌କର ରୋଗ ସାଂଘାତିକ ହୋଇଯାଏ ।[୫] ଏସିଆ ଲୋକଙ୍କର (Asians) ଏହି ରୋଗ ସାଧାରଣତଃ କ୍ୱଚିତ ଦେଖାଯାଏ । [୧] ସିଓପିଡି ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ ୩% ଲୋକଙ୍କର ଏହି ରୋଗ ଥାଏ । [୫] ଆଲଫା-୧ ଆଣ୍ଟିଟ୍ରିପସିନ ଅଭାବ ପ୍ରଥମେ ସନ୧୯୬୦ରେ ବର୍ଣ୍ଣନା କରାଯାଇଥିଲା । [୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ