ହେପାଟାଇଟିସ

ଯକୃତର ପ୍ରଦାହ

ହେପାଟାଇଟିସ (ଇଂରାଜୀରେ Hepatitis) ଏକ ରୋଗ ଗୋଷ୍ଠୀ ଯେଉଁଥିରେ ଯକୃତର ପ୍ରଦାହ (inflammation) ହୁଏ ।[୩] କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର କାମଳ, ଆନୋରେକ୍ସିଆ ବା ଅରୁଚି (poor appetite), ବାନ୍ତି, ଥକ୍କା ଲାଗିବା (feel tired), ପେଟ ଯନ୍ତ୍ରଣା (abdominal pain) ବା ତରଳ ଝାଡ଼ା ହୁଏ । [୧][୨] ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ (long term) ହୋଇପାରେ । [୧] ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ (acute liver failure) ହୋଇପାରେ । [୫] କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ୍, ଯକୃତ ଫେଲ (liver failure) ବା ଯକୃତ କର୍କଟ ରୋଗରେ ପରିବର୍ତ୍ତିତ ହୋଇପାରେ ।[୩]

ହେପାଟାଇଟିସ
ଚର୍ବିଳ ପରିବର୍ତ୍ତନ,ଜୀବକୋଷ ମୃତ୍ୟୁ (cell death) ଓ ମାଲୋରି ବଡି (en:Mallory bodies) ଥିବା ଯୋଗୁ ଆଲକୋହୋଲିକ ହେପାଟାଇଟିସ ରୋଗ (Alcoholic hepatitis) ହୋଇଥିବା ଜଣାଯାଏ ।
ବିଭାଗସଂକ୍ରାମକ ରୋଗ (infectious disease) ଓ ଜଠରାନ୍ତ୍ର ରୋଗ ବିଜ୍ଞାନ (gastroenterology)
ଲକ୍ଷଣହଳଦିଆ ଚର୍ମ (yellowish skin), ଅରୁଚି, ପେଟ ଯନ୍ତ୍ରଣା [୧][୨]
ଅବଧିସ୍ୱଳ୍ପ କାଳୀନ ବା ଦୀର୍ଘକାଳୀନ [୧]
କାରଣଭୁତାଣୁ (viruses), ଆଲକୋହୋଲ/ମଦ୍ୟପାନ (alcohol), ବିଷାକ୍ତ ପଦାର୍ଥ, ଅଟୋଇମ୍ମ୍ୟୁନ ।[୨][୩]
ପ୍ରତିକାରଟିକା[୨]
ଚିକିତ୍ସାଔଷଧ, ଯକୃତ ପ୍ରତିରୋପଣ (liver transplant)[୧][୪]
ପୁନଃପୌନିକ> ୫୦୦ ନିୟୁତ କେଶ [୩]
ମୃତ୍ୟୁ ସାନ୍ଦ୍ରତା> ବର୍ଷକୁ ଏକ ନିୟୁତ [୩]

ପୃଥିବୀବ୍ୟାପି ଭୁତାଣୁ ହେପାଟାଇଟିସ (viral hepatitis) ସବୁଠାରୁ ଅଧିକ ସଂଖ୍ୟକ କାରଣ ରୂପେ ବିବେଚିତ ହୋଇଚି ।[୨][୩] ଅନ୍ୟାନ୍ୟ କାରଣ ମଧ୍ୟରେ ମଦ୍ୟାତ୍ୟୟ, ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ (nonalcoholic steatohepatitis) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଉଲ୍ଲେଖନୀୟ ଅଟେ । [୨][୩][୬] ଏହାକୁ ୫ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା:- ହେପାଟାଇଟିସ ଏ, ବି, ସି, ଡି (D) ଓ (E) । ହେପାଟାଇଟିସ ଏ ଓ ଇ ଉଭୟ ଅପମିଶ୍ରିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ । ହେପାଟାଇଟିସ ବି ସାଧାରଣତଃ ଯୌନ ସମ୍ଭୋଗ ସମୟରେ, ଶିଶୁ ଜନ୍ମ ସମୟରେ, ସଂକ୍ରମିତ ରକ୍ତ ନେବା ସମୟରେ ଓ ସଂକ୍ରମିତ ଛୁଞ୍ଚି ସାହାଯ୍ୟରେ ଇଞ୍ଜେକସନ ନେଲେ ବା ଶିରାଭ୍ୟନ୍ତର ଡ୍ରଗ ଇଞ୍ଜେକସନ ନେଲେ ବ୍ୟାପିଥାଏ । ହେପାଟାଇଟିସ ସି ଓ ଡି ଉଭୟ ସାଧାରଣତଃ ରକ୍ତ ମାଧ୍ୟମରେ ବ୍ୟାପିଥାଏ । [୩]

ଟିକା ଦେବାଦ୍ୱାରା ହେପାଟାଇଟିସ ଏ, ବି ଓ ଡି ରୋଗମାନଙ୍କର ପ୍ରତିଷେଧ ହୁଏ ।[୨] କ୍ରନିକ ଭୁତାଣୁ ହେପାଟାଇଟିସ ରୋଗକୁ ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଏନଏଏସଏଚ ରୋଗ ନିମନ୍ତେ କୋଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଶାରୀରିକ ସକ୍ରିୟତା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଓଜନ କମେଇବା ଆଦି ଜୀବନ‌ଚର୍ଯ୍ୟା ଅତି ମହତ୍ତ୍ୱପୁର୍ଣ୍ଣ ହୁଏ ।[୬] ଅଟୋଇମ୍ମୁନ ହେପାଟାଇଟିସ (Autoimmune hepatitis) ରୋଗକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ ଦେଇ ଚିକିତ୍ସା କରାଯାଏ ।[୭] କେତେକ କେଶ୍‌ରେ ଯକୃତ ପ୍ରତିରୋପଣ (liver transplant) କରାଯାଇପାରେ ।[୪]

ପୃଥିବୀରେ ସନ ୨୦୧୫ରେ ୧୧୪ ନିୟୁତ ଲୋକଙ୍କୁ ହେପାଟାଇଟିସ ଏ, ୩୪୩ ନିୟୁତ ଲୋକଙ୍କୁ ହେପାଟାଇଟିସ ବି ଓ ୧୪୨ ନିୟୁତ ଲୋକଙ୍କୁ କ୍ରନିକ ହେପାଟାଇଟିସ ସି ଆକ୍ରମଣ କରିଥିଲା ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ୧୧ ନିୟୁତ ଲୋକଙ୍କୁ ଏନଏଏସଏଚ ଓ ୫ ନିୟୁତ ଲୋକଙ୍କୁ ଆଲକୋହୋଲିକ ହେପାଟାଇଟିସ (alcoholic hepatitis) ଆକ୍ରମଣ କରିଥିଲା ।[୬][୯] ଅପ୍ରତ୍ୟକ୍ଷ ଭାବରେ ହେପାଟାଇଟିସ ରୋଗ ଯୋଗୁ ୧ ନିୟୁତ ମୃତ୍ୟୁ ହୁଏ, ସେଥିରୁ ଅଧିକାଂଶ ଯକୃତ କ୍ଷତଦାଗ (scar) ଓ ଯକୃତ କର୍କଟ ରୋଗମାନଙ୍କ ଯୋଗୁ ହୁଏ ।[୩][୧୦] ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫୦୦୦ ଲୋକଙ୍କର ହେପାଟାଇଟିସ ରୋଗ ହେବା ଫଳରେ ୭୫ ଜଣଙ୍କର ମୃତ୍ୟୁ ହୁଏ ।[୧୧] ହେପାଟାଇଟିସ ଶବ୍ଦଟି ଗ୍ରୀସ ଭାଷାରୁ ନିଆଯାଇଛି; Greek ଶବ୍ଦ hêpar (ἧπαρ) (ହେପାର), ଅର୍ଥ "liver"/ଯକୃତ, ଓ -itis/ଆଇଟିସ (-ῖτις) ଅର୍ଥ "inflammation"/ପ୍ରଦାହ ।[୧୨]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ