ଉତ୍କଳ ସମ୍ମିଳନୀ

ଉତ୍କଳ ସମ୍ମିଳନୀ ଏକ ଭାରତୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ୧୯୦୩ ମସିହାରେ ମଧୁସୂଦନ ଦାସଙ୍କଦ୍ୱାରା ଓଡ଼ିଶାର ସ୍ଥାପିତ ହୋଇଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠିରହିଛି ।[୧]

ଇତିହାସ

ଉତ୍କଳ ସମ୍ମିଳନୀ ମଧୁସୂଦନ ଦାସଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।[୨] ୧୯୦୩ ମସିହାରେ ଏହାର ପ୍ରଥମ ସଭା ହୋଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ଥିଲେ ।[୩] ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବା ନିମନ୍ତେ ଅଭିଯାନ କରିବା ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ ଥିଲା । [୪]

କଟକର ଇଦଗା ପଡିଆରେ ଏହି ସଂସ୍ଥାର ପ୍ରଥମ ସମ୍ମିଳନୀ ହୋଇଥିଲା । ଏହାର ପ୍ରଥମ ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏହାର ଲକ୍ଷ୍ୟ ବୋଲି ଗୃହୀତ ହୋଇଥିଲା । ୧୯୨୦ ମସିହାରେ ଚକ୍ରଧରପୁର ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ସଦ୍ୟ ଆହୁତ ଅସ‌ହ‌ଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କରାଗଲା ।[୫] ୨୦୦୨ ମସିହାରେ ଏହି ସଭାରେ ନୂତନ ସଭାପତି ଭାବରେ ବସନ୍ତ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ ।[୬] ବର୍ତ୍ତମାନ (ଅର୍ଥାତ୍ ୨୯-୦୪-୨୦୧୮ରେ ହୋଇଥିବା ନିର୍ବାଚନ ପରେ) ପ୍ରସନ୍ନ କୁମାର ନନ୍ଦ ଉତ୍କଳ ସମ୍ମିଳନୀର ସଭାପତି ଓ ଡାକ୍ତର ରବି ରଂଜନ ସାହୁ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।[ଆଧାର ଲୋଡ଼ା]

ଉତ୍କଳ ସମ୍ମିଳନୀ ସନ ୨୦୧୦ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ବାହାରେ ଥିବା ଓଡ଼ିଶାବାସୀଙ୍କ ସୁବିଧା ସୁଯୋଗ ପାଇଁ ଉପ‌ଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଗ କରିଥିଲେ ।[୭] ଅତୀତର ଇଂରାଜୀ ଭାଷାରେ ଲେଖାଥିବା "Orissa" ନାମକୁ ବଦଳାଇ "Odisha" କରିବାରେ ଏହି ସଂସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଓ ସନ ୨୦୧୦ରେ ଆନ୍ଧ୍ର ପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିଥିଲା ।[୮]

ଉତ୍କଳ ସମ୍ମିଳନୀ ମୁଖ୍ୟ କାର୍ଯ୍ୟାଳୟ

ଉତ୍କଳ ସମ୍ମିଳନୀର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ । ବର୍ତ୍ତମାନ ଏହା ଅଶୋକ ନଗର, ୟୁନିଟ୍-୨ସ୍ଥିତ ଭି.ଏ.-୯/୧ ଗୃହରେ କାର୍ଯ୍ୟ କରୁଛି ।

ଉତ୍କଳ ସମ୍ମିଳନୀ ଅଧିବେଶନ

ଅଧିବେଶନ ତାଲିକା
ଅଧିବେଶନସ୍ଥାନକାଳସଭାପତିଙ୍କ ନାମଆୟୋଜକଙ୍କ ନାମ
ଅଧିବାସ[note ୧]ରମ୍ଭାମକର ସଂକ୍ରାନ୍ତି,୧୩-୦୧-୧୯୦୨ହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା)
ପ୍ରାକ ଅଧିବେଶନବ୍ରହ୍ମପୁର୧୯୦୩,ଏପ୍ରିଲ ୧୧ ଓ ୧୨ଶ୍ୟାମସୁନ୍ଦର ରାଜଗୁରୁ ଓ ମଧୁସୂଦନ ଦାସହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା) ଓ ମାଥୁୁୁୁରୀ ସାହୁ
ଅଭ୍ୟର୍ଥନା ଅଧିବେଶନକଟକ୧୯୦୩ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ (କନିକା ରାଜା)
ପ୍ରଥମ ଅଧିବେଶନକଟକ୧୯୦୩,ଡିସେମ୍ବର ୩୦ ଓ ୩୧ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା)
୨ୟ ଅଧିବେଶନକଟକ୧୯୦୪ମଦନ ମୋହନ ସିଂହଦେବ(ଧରାକୋଟ ରାଜା)
ସ୍ୱତନ୍ତ୍ର ଅଧିବେଶନରମ୍ଭା୧୯୦୫ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା)
୩ୟ ଅଧିବେଶନବାଲେଶ୍ୱର୧୯୦୬କିଶୋରଚନ୍ଦ୍ର ସିଂହଦେଓ(ତାଳଚେର ରାଜା)
୪ର୍ଥ ଅଧିବେଶନବ୍ରହ୍ମପୁର୧୯୦୭ରାଜେନ୍ଦ୍ର ନାରାୟଣ ସିଂହଦେଓ
୫ମ ଅଧିବେଶନପୁରୀ୧୯୦୮ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ
୬ଷ୍ଠ ଅଧିବେଶନକଟକ୧୯୦୯ରାଧାନାଥ ବର୍ମା
୭ମ ଅଧିବେଶନକଟକ୧୯୧୦ବୈକୁଣ୍ଠନାଥ ଦେ
୮ମ ଅଧିବେଶନବ୍ରହ୍ମପୁର୧୯୧୨ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ
୯ମ ଅଧିବେଶନପୁରୀ୧୯୧୩ମଧୁସୂଦନ ଦାସ
୧୦ମ ଅଧିବେଶନପାରଳାଖେମୁଣ୍ଡି୧୯୧୪,ଡିସେମ୍ବର ୨୬ ଓ ୨୭ବିକ୍ରମଦେବ ବର୍ମା
୧୧ଶ ଅଧିବେଶନସମ୍ବଲପୁର୧୯୧୫ଲକ୍ଷ୍ମୀନାରାୟଣ ସିଂହ
୧୨ଶ ଅଧିବେଶନବାଲେଶ୍ୱର୧୯୧୬ଶ୍ରୀନିବାସ ରାଜମଣି
ଅଭ୍ୟର୍ଥନା ଅଧିବେଶନକଟକ୧୯୧୭ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ(କନିକା ରାଜା)
୧୩ଶ ଅଧିବେଶନକଟକ୧୯୧୭ଫକୀରମୋହନ ସେନାପତି
ସ୍ୱତନ୍ତ୍ର ଅଧିବେଶନକଟକ୧୯୧୮ମଧୁସୂଦନ ଦାସ
୧୪ଶକଟକ୧୯୧୯ପଣ୍ଡିତ ଗୋପବନ୍ଧୁ ଦାସ
୧୫ଶ ଅଧିବେଶନପୁରୀ୧୯୧୯ଚନ୍ଦ୍ରଶେଖର ବେହେରା
୧୬ଶ ଅଧିବେଶନଚକ୍ରଧରପୁର , ଝାଡ଼ଖଣ୍ଡ୧୯୨୦ଜଗବନ୍ଧୁ ସିଂହ
୧୭ଶ ଅଧିବେଶନବ୍ରହ୍ମପୁର୧୯୨୩କଳ୍ପତରୁ ଦାସ
୧୮ଶ ଅଧିବେଶନବ୍ରହ୍ମପୁର୧୯୨୪ଚନ୍ଦ୍ରଶେଖର ବେହେରା
୧୯ଶ ଅଧିବେଶନକଟକ୧୯୨୫ଭୁବନାନନ୍ଦ ଦାସଲକ୍ଷ୍ମୀନାରାୟଣ ପଟ୍ଟନାୟକ(ବିଜୁ ପଟ୍ଟନାୟକଙ୍କ ପିତା)
୨୦ଶ ଅଧିବେଶନବ୍ରହ୍ମପୁର୧୯୨୯ଲକ୍ଷ୍ମୀଧରି ମହାନ୍ତି(ଆଳି)
୨୧ଶ ଅଧିବେଶନବ୍ରହ୍ମପୁର୧୯୩୦ଲୋକନାଥ ମିଶ୍ର
୨୨ଶ ଅଧିବେଶନଜଳନ୍ତର୧୯୩୧ଦାମୋଦର ସାହୁ
ସ୍ୱତନ୍ତ୍ର ଅଧିବେଶନବ୍ରହ୍ମପୁର୧୯୩୨ଲକ୍ଷ୍ମୀଧର ମହାନ୍ତି(ଆଳି)
୨୩ଶ ଅଧିବେଶନବ୍ରହ୍ମପୁର୧୯୩୩କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ(ପାରଳା ମହାରାଜା)
୨୪ଶ ଅଧିବେଶନବ୍ରହ୍ମପୁର୧୯୩୪ମଧୁସୂଦନ ପାଣିଗ୍ରାହୀମଧୁସୂଦନ ମହାନ୍ତି
୨୫ଶ ଅଧିବେଶନମଞ୍ଜୁଷା , ଆନ୍ଧ୍ରପ୍ରଦେଶ୧୯୩୮ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ
୨୬ଶ ଅଧିବେଶନପୁରୀ୧୯୪୦ପଣ୍ଡିତ ନୀଳକଣ୍ଠ ଦାସ
୨୭ଶ ଅଧିବେଶନବ୍ରହ୍ମପୁର୧୯୪୪ଭାଗବତ ପ୍ରସାଦ ଦାସ
୨୮ଶ ଅଧିବେଶନବ୍ରହ୍ମପୁର୧୯୪୪ଲକ୍ଷ୍ମୀନାରାୟଣ ସାହୁ
୨୯ଶ ଅଧିବେଶନଜୟପୁର୧୯୪୫ହରିହର ମିଶ୍ର
୩୦ଶ ଅଧିବେଶନପୁରୀ୧୯୪୬ଜଗନ୍ନାଥ ରାଜମଣି ରାଜଦେଓ
୩୧ଶ ଅଧିବେଶନଜୟପୁର୧୯୪୬ରାଧାନାଥ ରଥ
୩୨ଶ ଅଧିବେଶନବ୍ରହ୍ମପୁର୧୯୪୭ବିଶ୍ୱନାଥ ଦାସ
୩୩ଶ ଅଧିବେଶନମହେନ୍ଦ୍ରଗିରି୧୯୪୭ରଘୁନାଥ ରାୟ
୩୪ଶ ଅଧିବେଶନମଞ୍ଜୁଷା , ଆନ୍ଧ୍ରପ୍ରଦେଶ୧୯୫୩ରାଜେନ୍ଦ୍ର ନାରାୟଣ ସିଂହଦେଓ
୩୫ଶ ଅଧିବେଶନବ୍ରହ୍ମପୁର୧୯୫୫ପଣ୍ଡିତ ଗୋଦାବରୀଶ ମିଶ୍ର
୩୬ଶ ଅଧିବେଶନବ୍ରହ୍ମପୁର୧୯୫୯ଡକ୍ଟର ପ୍ରାଣକୃଷ୍ଣ ପରିଜା
୩୭ଶ ଅଧିବେଶନଜୟପୁର୧୯୬୯ଡଃ. ରାଧାନାଥ ରଥ
୩୮ଶ ଅଧିବେଶନପାରଳାଖେମୁଣ୍ଡି୧୯୭୪ଡଃ. ରାଧାନାଥ ରଥ
୩୯ଶ ଅଧିବେଶନରାଉରକେଲା୧୯୮୨ଡଃ. ରାଧାନାଥ ରଥ
୪୦ଶ ଅଧିବେଶନରମ୍ଭା୧୯୮୩ଡଃ. ରାଧାନାଥ ରଥ
୪୧ଶ ଅଧିବେଶନ୦୫/୦୪/୧୯୯୮ହରିଶ୍ଚନ୍ଦ୍ର ବକ୍ସିପାତ୍ର
୪୨ଶ ଅଧିବେଶନ୧୮/୦୩/୨୦୦୧ବସନ୍ତ କୁମାର ପାଣିଗ୍ରାହୀ
୪୩ତମ ଅଧିବେଶନଭୁବନେଶ୍ୱର୨୭/୦୭/୨୦୦୮ଡଃ. ଭାବଗ୍ରାହୀ ମହାପାତ୍ର
୪୪ତମ ଅଧିବେଶନଜାମସେଦପୁର , ଝାଡ଼ଖଣ୍ଡ୧୫/୦୭/୨୦୧୨ଡଃ. ଭାବଗ୍ରାହୀ ମହାପାତ୍ର
୪୫ତମ ଅଧିବେଶନଜୟପୁର୩୧/୦୧,୦୧/୦୨/୨୦୧୫ଡଃ. ଗୁରୁପ୍ରସାଦ ମହାନ୍ତି
୪୬ତମ ଅଧିବେଶନରାଉରକେଲା୧୪,୧୫/୧୦/୨୦୧୭ଡଃ. ଗୁରୁପ୍ରସାଦ ମହାନ୍ତି
୪୭ତମ ଅଧିବେଶନଭୁବନେଶ୍ୱର,ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ୨୦୧୮ପ୍ରସନ୍ନ କୁମାର ନନ୍ଦ (ସଭାପତି)ବିଭୁତି ମିଶ୍ର
୪୮ତମ ଅଧିବେଶନଭୁବନେଶ୍ୱର,ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ୨୦୧୯ପ୍ରସନ୍ନ କୁମାର ନନ୍ଦ (ସଭାପତି)ବିଭୁତି ମିଶ୍ର

ଟୀକା

ଆଧାର

ବାହାର ଲିଙ୍କ