ଏଭରେଷ୍ଟ ଶୃଙ୍ଗ

ହିମାଳୟରେ ଅବସ୍ଥିତ ବିଶ୍ଵର ଉଚ୍ଚତମ ଶୃଙ୍ଗ, ଯାହାର ଉଚ୍ଚତା ୮୮୪୮ ମିଟର (ସମୁଦ୍ରରୁ ୨୯,୦୨୯ ଫୁଟ ଉଚ୍ଚତା)

ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଛି । ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା । ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ୱତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ ।

ଏଭରେଷ୍ଟ ଶୃଙ୍ଗ

ଅବସ୍ଥିତି

ସମୁଦ୍ର ପତନଠାରୁ ପ୍ରାୟ ୯ କିମି (୮,୮୪୮ମିଟର)[୧] ଉପରକୁ ଥିବା ଏହି ସ୍ଥାନରେ ନିଶ୍ୱାସ ନେବାପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ନ ଥାଏ । ବିଶାଳ ହିମାଳୟ ପର୍ବତ ଭାରତ ସମେତ ତିବ୍ୱତ ଓ ନେପାଳ ଭଳି ଦେଶରେ ବ୍ୟାପ୍ତ । ଭାରତ ପଟେ ହିମାଳୟର ଅଧିକାଂଶ ଭାଗ ରହିଥିଲେ ବି ଏହାର ଅଧିକାଂଶ ଶୃଙ୍ଗ ନେପାଳ ପଟକୁ ରହିଛି । ଭାରତ ପଟକୁ ରହିଥିବା ଭାଗରେ କାଞ୍ଚନଜଙ୍ଗା ହେଉଛି ସବୁଠାରୁ ଉଚ୍ଚତମ ଶୃଙ୍ଗ । ହିମାଳୟ ତଥା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ନେପାଳ ପଟେ ରହିଛି । ନେପାଳ ପଟେ ଥିବା ଅନ୍ୟାନ୍ୟ ଉଚ୍ଚତମ ଶୃଙ୍ଗଗୁଡ଼ିକ ହେଲା କାରାକୋରମ ବା ଗଡୱିନ ଅଷ୍ଟିନ, ଧଉଳାଗିରି, ନନ୍ଦାଦେବୀ ଓ ଅନ୍ନପୂର୍ଣ୍ଣା ଇତ୍ୟାଦି ।

ବାଟ

ଏଭରେଷ୍ଟ ଆରୋହଣ ପାଇଁ ଗୋଟିଏ ନେପାଳ ପଟୁ ଓ ଅନ୍ୟଟି ତିବ୍ୱତ ପଟୁ ଦୁଇଟି ବାଟ ରହିଛି । ତିବ୍ୱତ ପାଖର ରାସ୍ତା ଅପେକ୍ଷା ନେପାଳ ପଟ ରାସ୍ତାଟି ଅଧିକ ନିରାପଦ । ଆଜି ପର୍ଯ୍ୟନ୍ତ ନେପାଳ ପଟ ରାସ୍ତାଟି ଅଧିକାଂଶ ଥର ବ୍ୟବହୃତ ହୋଇଛି ।

ଆରୋହଣ

୧୯୫୩ ମସିହା ମଇ ମାସ ୨୯ତାରିଖ ଦିନ ପ୍ରଥମ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀଙ୍କ ଓ ନେପାଳର ଶେରପା ତେନଜିଙ୍ଗ ନରଗେ ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିଥିଲେ ।ଏଭରେଷ୍ଟ ଶୃଙ୍ଗ ଆରୋହଣ କ୍ଷେତ୍ରରେ ଭାରତୀୟମାନେ ଅନେକ ସଫଳତା ପାଇଛନ୍ତି । ଯୁଗ୍ମ ଭାବେ ପ୍ରଥମେ ଏଡ଼ମଣ୍ଡ ହିଲାରିଙ୍କ ସହ ଏଭରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ନେନଜିଙ୍ଗ ନରଗେ ପରବର୍ତ୍ତୀ ସମୟରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ ।ବଚେନ୍ଦ୍ରୀ ପାଲ ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ[୨] ଓ ବିଶ୍ୱର ପଞ୍ଚମ ମହିଳା । ୧୯୮୪ ମଇ ୨୩ ତାରିଖରେ ସେ ଏଭରେଷ୍ଟ ଆରୋହଣ କରିଥିଲେ ।ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ଦୁଇଜଣ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ଢେଙ୍କାନାଳର କଳ୍ପନା ଦାଶ ଏଭରେଷ୍ଟ ଆରୋହଣ କରିଥିବା ବେଳେ ଭୁବନେଶ୍ୱରର ଗଣେଷ ଜେନା ଦ୍ୱିତୀୟ ଆରୋହି ଭାବେ ଏହି ସଫଳତା ହାସଲ କରିଛନ୍ତି ।

ଆଧାର

ବାହାର ଆଧାର