ଓଡ଼ିଶାର ପର୍ବପର୍ବାଣି

ଓଡିଶାରେ ପାଳନ କରାଯାଉଥିବା ପର୍ବପର୍ବାଣି
(ଓଡିଶାର ପରବରୁ ଲେଉଟି ଆସିଛି)

ଓଡ଼ିଶା ପର୍ବପର୍ବାଣିର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ ।ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ ।ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।

ପର୍ବପର୍ବାଣିର ତାଲିକା

ଓଡ଼ିଆ ପଞ୍ଜିକା ବାରଟି ମାସକୁ ନେଇ ଗଠିତ । ନିମ୍ନରେ ବାରଟି ମାସ ଆଉ ସେଥିରେ ହେଉଥିବା ପର୍ବ ବିଷୟରେ ଲେଖାଯାଇଛି :

କ୍ର.ସ.ନାମମାସତିଥି
ଅକ୍ଷୟ ତୃତୀୟାବୈଶାଖଶୁକ୍ଳପକ୍ଷ ତୃତୀୟା
ଚନ୍ଦନଯାତ୍ରାବୈଶାଖଅକ୍ଷୟ ତୃତୀୟାଠାରୁ ୨୧ ଦିନ ପରେ
ନୀଳାଦ୍ରି ମହୋଦୟାଷ୍ଟମୀବୈଶାଖଶୁକ୍ଳ ଅଷ୍ଟମୀ
ସୀତା ନବମୀବୈଶାଖଶୁକ୍ଳ ନବମୀ
ନୃସିଂହ ଜନ୍ମବୈଶାଖଶୁକ୍ଳ ଚତୁର୍ଦ୍ଦଶୀ
ଚନ୍ଦନ ପୂର୍ଣ୍ଣିମାବୈଶାଖପୂର୍ଣ୍ଣିମା
ଭଉଁରୀ ଯାତ୍ରାଜ୍ୟେଷ୍ଠକୃଷ୍ଣ ସପ୍ତମୀ
ଜଳକ୍ରୀଡ଼ା ଏକାଦଶୀଜ୍ୟେଷ୍ଠକୃଷ୍ଣ ଏକାଦଶୀ
ସାବିତ୍ରୀ ବ୍ରତଜ୍ୟେଷ୍ଠଅମାବାସ୍ୟା
୧୦ଶିବ ବିବାହଜ୍ୟେଷ୍ଠଶୁକ୍ଳ ପଞ୍ଚମୀ
୧୧ଶୀତଳ ଷଷ୍ଠୀଜ୍ୟେଷ୍ଠଷଷ୍ଠୀ
୧୨ରଜ ସଂକ୍ରାନ୍ତିଜ୍ୟେଷ୍ଠମିଥୁନ ମାସ ସଂକ୍ରାନ୍ତି
୧୩ଗଙ୍ଗା ଦଶହରାଜ୍ୟେଷ୍ଠଶୁକ୍ଳ ଦଶମୀ
୧୪ଜ୍ୟେଷ୍ଠ ପଞ୍ଚକ ବ୍ରତଜ୍ୟେଷ୍ଠଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ୫ ଦିନ
୧୫ନିର୍ଜଳା ଏକାଦଶୀଜ୍ୟେଷ୍ଠଶୁକ୍ଳ ଏକାଦଶୀ
୧୬ଚମ୍ପକ ଦ୍ୱାଦଶୀଜ୍ୟେଷ୍ଠଶୁକ୍ଳ ଦ୍ୱାଦଶୀ
୧୭ଦେବସ୍ନାନ ପୂର୍ଣ୍ଣିମାଜ୍ୟେଷ୍ଠପୂର୍ଣ୍ଣିମା
୧୮ଅଣସରଜ୍ୟେଷ୍ଠପୂର୍ଣ୍ଣିମାଠାରୁ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ
୧୯ନବକଳେବର (ମହା ଅନବସର)ଜ୍ୟେଷ୍ଠଯେଉଁ ବର୍ଷ ଯୋଡ଼ା ଆଷାଢ଼ /ମଳ ଆଷାଢ଼ ପଡ଼େ
୨୦ଉଭାଯାତ୍ରାଆଷାଢ଼ଅମାବାସ୍ୟା
୨୨ରଥଯାତ୍ରାଆଷାଢ଼ଶୁକ୍ଳ ଦ୍ୱିତୀୟାଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ
୨୩ହେରା ଉତ୍ସବଆଷାଢ଼ଶୁକ୍ଳ ଷଷ୍ଠୀ
୨୫ବାହୁଡ଼ା ଯାତ୍ରାଆଷାଢ଼ଶୁକ୍ଳ ଦଶମୀ
୨୭ନୀଳାଦ୍ରି ବିଜେଆଷାଢ଼ଶୁକ୍ଳ ଦ୍ୱାଦଶୀ
୨୮ଗରୁଡ଼ ଶୟନଆଷାଢ଼ଶୁକ୍ଳ ଦ୍ୱାଦଶୀ
୨୯ଦକ୍ଷିଣାୟନ ଯାତ୍ରାଶ୍ରାବଣକର୍କଟ ସଂକ୍ରାନ୍ତି
୩୦ଚିତାଲାଗି ଅମାବାସ୍ୟାଶ୍ରାବଣଅମାବାସ୍ୟା
୩୧ବାତ ନୃସିଂହ ବିଜେଶ୍ରାବଣକୃଷ୍ଣ ନବମୀ
୩୨ବିଷ୍ଣୁ ପବିତ୍ରାରୋପଣଶ୍ରାବଣଶୁକ୍ଳ ଦ୍ୱାଦଶୀ
୩୩ଝୁଲଣ ଯାତ୍ରାଶ୍ରାବଣଶ୍ରାବଣ ଶୁକ୍ଳ ଦ୍ୱାଦଶୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ
୩୪ରାକ୍ଷୀ ପୂର୍ଣ୍ଣିମାଶ୍ରାବଣପୂର୍ଣ୍ଣିମା
୩୪ଚତୁର୍ମାସ୍ୟା ବ୍ରତଶ୍ରାବଣଶ୍ରାବଣ ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪ ମାସ
୩୫ରେଖାଲାଗିଭାଦ୍ରବକୃଷ୍ଣ ପଞ୍ଚମୀ
୩୬ଦେବକୀ ସାନ୍ତ୍ୱନା ଉତ୍ସବଭାଦ୍ରବକୃଷ୍ଣ ସପ୍ତମୀ
୩୮ଜନ୍ମାଷ୍ଟମୀଭାଦ୍ରବକୃଷ୍ଣ ଅଷ୍ଟମୀ
୩୯ନନ୍ଦୋତ୍ସବଭାଦ୍ରବକୃଷ୍ଣ ନବମୀ
୪୦କୃଷ୍ଣଲୀଳାଭାଦ୍ରବଭାଦ୍ର କୃଷ୍ଣ ନବମୀଠାରୁ ଭାଦ୍ରବ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ
୪୧କାଳୀୟଦଳନ ଏକାଦଶୀଭାଦ୍ରବକୃଷ୍ଣ ଏକାଦଶୀ
୪୨ସପ୍ତପୁରୀ ଅମାବାସ୍ୟାଭାଦ୍ରବଅମାବାସ୍ୟା
୪୩ଗଣେଶ ପୂଜାଭାଦ୍ରବଶୁକ୍ଳ ଚୁତୁର୍ଥୀ
୪୪ଋଷି ପଞ୍ଚମୀ ବ୍ରତଭାଦ୍ରବଶୁକ୍ଳ ପଞ୍ଚମୀ
୪୫ରାଧାଷ୍ଟମୀଭାଦ୍ରବଶୁକ୍ଳ ଅଷ୍ଟମୀ
୪୬ପାର୍ଶ୍ୱ ପରିବର୍ତ୍ତନ ଯାତ୍ରାଭାଦ୍ରବଶୁକ୍ଳ ଏକାଦଶୀ
୪୭ବାମନ ଜନ୍ମଭାଦ୍ରବଶୁକ୍ଳ ଦ୍ୱାଦଶୀ
୪୮ଅନନ୍ତ ବ୍ରତଭାଦ୍ରବଶୁକ୍ଳ ଚତୁର୍ଦଶୀ
୪୯ଇନ୍ଦୁ ପୂର୍ଣ୍ଣିମାଭାଦ୍ରବପୂର୍ଣ୍ଣିମା
୫୦ଦୂତୀବାହନ ଓଷାଆଶ୍ୱିନକୃଷ୍ଣ ଅଷ୍ଟମୀ
୫୧ଷୋଳପୂଜାଆଶ୍ୱିନଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ୧୬ ଦିନ (୧ଦିନ ବିଶ୍ରାମ, ଦିବସ ବ୍ୟତିତ)
୫୨ମହାଳୟାଆଶ୍ୱିନଅମାବାସ୍ୟା
୫୩ଦୁର୍ଗାପୂଜାଆଶ୍ୱିନଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ
୫୪ଦଶହରାଆଶ୍ୱିନଶୁକ୍ଳ ଦଶମୀ
୫୫ଦ୍ୟୁତକ୍ରୀଡ଼ାଆଶ୍ୱିନପୂର୍ଣ୍ଣିମା
୫୬କାର୍ତ୍ତିକ ବ୍ରତକାର୍ତ୍ତିକକାର୍ତ୍ତିକ କୃଷ୍ଣ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ମାସ
୫୭ଦୀପାବଳୀକାର୍ତ୍ତିକକୃଷ୍ଣ ଚତୁର୍ଦ୍ଦଶୀ
୫୮ଅଅଁଳା ନବମୀକାର୍ତ୍ତିକକୃଷ୍ଣ ଚତୁର୍ଦ୍ଦଶୀ
୫୯ଦେବ ଉତ୍‌ଥାପନ ଯାତ୍ରାକାର୍ତ୍ତିକଶୁକ୍ଳ ଏକାଦଶୀ
୬୦ପଞ୍ଚକକାର୍ତ୍ତିକକାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ
୬୧ଗରୁଡ଼ ଦ୍ୱାଦଶୀକାର୍ତ୍ତିକଶୁକ୍ଳ ଦ୍ୱାଦଶୀ
୬୨ଷୋଳ ଶାସନ ଭୋଗକାର୍ତ୍ତିକକାର୍ତ୍ତିକ ଶୁକ୍ଳ ସପ୍ତମୀ
୬୩ରାସ ପୂର୍ଣ୍ଣିମାକାର୍ତ୍ତିକପୂର୍ଣ୍ଣିମା
୬୪ଶ୍ରୀକ୍ଷେତ୍ର ପରିକ୍ରମମାର୍ଗଶୀରକୃଷ୍ଣ ଅଷ୍ଟମୀ
୬୫ପ୍ରଥମାଷ୍ଟମୀମାର୍ଗଶୀରକୃଷ୍ଣ ଅଷ୍ଟମୀ
୬୬ଦେବଦିପାବଳୀମାର୍ଗଶୀରକୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ
୬୭ମହୋଦଧି ଅମାବାସ୍ୟାମାର୍ଗଶୀରକୃଷ୍ଣ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ
୬୮ବସ୍ତ୍ରାଧିବାସମାର୍ଗଶୀରଶୁକ୍ଳ ପଞ୍ଚମୀ
୬୯ପ୍ରାବରଣ ଯାତ୍ରାମାର୍ଗଶୀରଶୁକ୍ଳ ଷଷ୍ଠୀ
୭୦ଲକ୍ଷ୍ମୀପୂଜାମାର୍ଗଶୀରମାର୍ଗଶୀର ମାସର ପ୍ରଥମ ଗୁରୁବାର
୭୧ଧନୁ ସଂକ୍ରାନ୍ତିମାର୍ଗଶୀରଧନୁମାସର ସଂଖ୍ରାନ୍ତି
୭୨ପହିଲି ଭୋଗମାର୍ଗଶୀରଧନୁସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ୧ ମାସ
୭୩ବକୁଳଲାଗି ଉତ୍ସବପୌଷଅମାବାସ୍ୟା
୭୪ଶାମ୍ବ ଦଶମୀପୌଷଶୁକ୍ଳ ଦଶମୀ
୭୫ଦେବାଭିଷେକ ଯାତ୍ରାପୌଷପୂର୍ଣ୍ଣିମା
୭୬ନବାଙ୍କବେଦାପୌଷଧନୁ ମାସର ମାସନ୍ତ
୭୭ଉତ୍ତରାୟଣ ଯାତ୍ରାପୌଷପୂର୍ଣ୍ଣିମା
୭୮ତ୍ରିବେଣୀ ଅମାବାସ୍ୟାମାଘଅମାବାସ୍ୟା
୭୯ଶ୍ରୀପଞ୍ଚମୀମାଘଶୁକ୍ଳ ପଞ୍ଚମୀ
୮୦ବସନ୍ତ ଉତ୍ସବମାଘବସନ୍ତ ପଞ୍ଚମୀ ବା ଶୁକ୍ଳ ପଞ୍ଚମୀଠାରୁ ବସନ୍ତ ଋତୁ ଶେଷ ପର୍ଯ୍ୟନ୍ତ
୮୧ସପ୍ତମୀ ସ୍ନାନମାଘଶୁକ୍ଳ ସପ୍ତମୀ
୮୨ଭୀଷ୍ମ ଏକାଦଶୀମାଘମାଘ ଶୁକ୍ଳ ଏକାଦଶୀ
୮୩ଅଗ୍ନି ଉତ୍ସବମାଘମାଘ ପୂର୍ଣ୍ଣିମା
୮୪ଶିବରାତ୍ରିଫାଲଗୁନଶୁକ୍ଳ ଚତୁର୍ଦ୍ଦଶୀ
୮୫ଫଗୁ ଦଶମୀଫାଲଗୁନଶୁକ୍ଳ ଦଶମୀ
୮୬ଦୋଳଯାତ୍ରାଫାଲଗୁନଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ
୮୭ଗୋବିନ୍ଦ ଦ୍ୱାଦଶୀଫାଲଗୁନଶୁକ୍ଳ ଦ୍ୱାଦଶୀ
୮୮ଦୋଳ ପୂର୍ଣ୍ଣିମାଫାଲଗୁନଫୁର୍ଣ୍ଣିମା
୮୯ହୋଲିଚୈତ୍ରକୃଷ୍ଣ ପ୍ରତିପଦ
୯୦ବେଣ୍ଟଯାତ୍ରାଫାଲଗୁନ ଶୁକ୍ଳ ପ୍ରତିପଦ , ଚତୁର୍ଥୀ, ଅଷ୍ଟମୀ, ଦ୍ୱାଦଶୀ
୯୧ଅଶୋକାଷ୍ଟମୀଚୈତ୍ରଶୁକ୍ଳ ଅଷ୍ଟମୀ
୯୨ରାମ ନବମୀଚୈତ୍ରଶୁକ୍ଳ ନବମୀ
୯୩ରାମଲୀଳାଚୈତ୍ରଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା
୯୪ଦମନକ ଯାତ୍ରାଚୈତ୍ରଶୁକ୍ଳ ଶୁକ୍ଳ ଚତୁର୍ଥୀ
୯୫ପଣା ସଂକ୍ରାନ୍ତିଚୈତ୍ରପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି
୯୬ସାମ୍ବତ୍ସରଫାଲଗୁନପୂର୍ଣ୍ଣିମାଠାରୁ ତା' ପର ବର୍ଷ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ବର୍ଷ
୯୭ଏକାନ୍ତବର୍ଷର ପ୍ରତ୍ୟେକ ଗୁରବାର

ଆହୁରି ଦେଖନ୍ତୁ

ଆଧାର