କେନ୍ଦୁଝର ଜିଲ୍ଲା

ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେନ୍ଦୁଝର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦୁଝର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୬ଟି ଆସନ
Area
 • ଜିଲ୍ଲା8240 km2 (3,180 sq mi)
Population
 (୨୦୧୧)
 • ଜିଲ୍ଲା୧୮୦୨୭୭୭
 • Rankଓଡ଼ିଶାରେ ଅଷ୍ଟମ (୮/୩୦)
 • Rural
୧୫୪୯୬୭୧
 • ୬ ବର୍ଷରୁ କମ ଶିଶୁ
୨୫୩୪୧୮
Time zoneIST (+୫.୩୦)
ପିନ କୋଡ଼
୭୫୮xxx
ତାର (ଏସ୍.ଟି.ଡ଼ି)+୦୬୭୬୬
ଯାନବାହାନ ପଞ୍ଚୀକରଣOD-09
ଜିଲ୍ଲାପାଳଆଶିଷ ଠାକରେ
WebsiteOfficial website

କେନ୍ଦୁଝର ଜିଳ୍ଲା, (କେଉଁଝର ନାମରେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପ୍ରଶାସନିକ ଜିଳ୍ଲା । କେନ୍ଦୁଝର ବା କେନ୍ଦୁଝରଗଡ଼ ଏହାର ସଦର ମହକୁମା ।

ଏହି ଜିଲ୍ଲାର କ୍ଷେତ୍ରଫଳ ୮,୨୪୦ ବର୍ଗ କି.ମି. । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ ।

ଇତିହାସ

ନୃବିଜ୍ଞାନୀଙ୍କ ମତରେ ଜିଲ୍ଲାର ପ୍ରକୃତ ଆଦିମ ଅଧିବାସୀ ହେଲେ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକ । ଜୁଆଙ୍ଗମାନଙ୍କ ମତରେ ସେମାନେ ପୃଥିବୀର ସର୍ବପୁରାତନ ଆଦିବାସୀ ସଂପ୍ରଦାୟ ଅଟନ୍ତି । ଆଧୁନିକ ଜୀବନଯାପନର ଶୈଳୀକୁ ଆପଣେଇ ନେଇଥିଲେ ମଧ୍ୟ ଏବେବି କିଛି କିଛି ଆଦିମ ପରମ୍ପରାକୁ ଏମାନେ ବଞ୍ଚାଇ ରଖିଛନ୍ତି ।

୧ ଜାନୁଆରୀ ୧୯୪୮ରେ ଓଡ଼ିଶା ସହିତ ନିଜର ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ ପରେ କେଉଁଝର ଓଡ଼ିଶାର ଏକ ସ୍ୱତନ୍ତ୍ର ଜିଲ୍ଲାରୂପେ ପରିଗଣିତ ହେଲା । ପରେ ଏହାର ନାମ ବଦଳାଇ କେନ୍ଦୁଝର ଜିଲ୍ଲା ରଖାଗଲା । ମୂଳରୁହିଁ କେନ୍ଦୁଝରଗଡ଼ ଏହାର ସଦରମହକୁମା ରହି ଆସିଛି ।

ଓଡ଼ିଶା ସହିତ ମିଶିବା ପୂର୍ବରୁ ସଂପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଏକ ଗଡ଼ଜାତ ରାଜ୍ୟ ଥିଲା । ଜିଲ୍ଲାର ପ୍ରଥମ ଅବସ୍ଥାର ଇତିହାସ ଏ ଯାଏଁ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ଅନୁମାନ କରାଯାଏ ଯେ ଏହା ପୂର୍ବତନ ଖିଜିଙ୍ଗା ରାଜ୍ୟର ଅଂଶ ଥିଲା, ଯାହାର ମୁଖ୍ୟାଳୟ 'ଖିଜିଙ୍ଗା କୋଟା'ଠାରେ ଥିଲା । ଖିଜିଙ୍ଗା କୋଟା, ଏବେ ଆଧୁନିକ ଖିଚିଂ ନାମରେ ଜଣାଶୁଣା । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଏହା ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେଲା, ଯାହାର ରାଜା ହେଲେ ଜ୍ୟୋତି ଭଞ୍ଜ। ସେ ସମୟରେ କେନ୍ଦୁଝର ରାଜ୍ୟ ଆଧୁନିକ କେନ୍ଦୁଝରର କେବଳ ଉତ୍ତର ଭାଗକୁ ନେଇ ଗଠିତ ହୋଇଥିଲା । ୧୫ଶ ଶତାବ୍ଦୀର ଶେଷାର୍ଦ୍ଧରେ ରାଜା ଗୋବିନ୍ଦ ଭଞ୍ଜ ଦକ୍ଷିଣ ଭାଗକୁ ରାଜ୍ୟରେ ମିଶାଇଥିଲେ । ଗୋବିନ୍ଦ ଭଞ୍ଜଙ୍କ ସମୟରେ କେନ୍ଦୁଝର ରାଜ୍ୟ ଉତ୍ତରରେ ସିଂହଭୂମଠାରୁ ଦକ୍ଷିଣରେ ସୁକିନ୍ଦା ଯାଏଁ ଏବଂ ପୂର୍ବରେ ମୟୂରଭଞ୍ଜଠାରୁ ପଶ୍ଚିମରେ ବଣାଇ, ପାଲଲହଡା ଓ ଅନୁଗୁଳ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ଗୋବିନ୍ଦ ଭଞ୍ଜ ହିଁ ପୁରୀରୁ ମାଆ' ତାରିଣୀଙ୍କୁ ଘଟଗାଁ ଆଣିଥିଲେ।ତା ପରେ ରାଜା ପ୍ରତାପ ବଳଭଦ୍ର ଭଞ୍ଜଙ୍କ (୧୭୬୪-୧୭୯୨) ସମୟରେ ଟିଲୋଯୁଝପଡ଼ା ଅଞ୍ଚଳ ଦୁଇଟିକୁକଣ୍ଟାଝରି ଜମିଦାରୀରୁ କିଣାଯାଇ ରାଜ୍ୟରେ ମିଶାଗଲା । ୧୮୦୪ ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ରାଜା ଜନାର୍ଦନ ଭଞ୍ଜଙ୍କୁ ଦିଆଯାଇଥିବା ସନନ୍ଦରେ ଏହି ଅଞ୍ଚଳଗୁଡିକ କେନ୍ଦୁଝର ରାଜ୍ୟର ଅଧୀନରେ ଥିବାର ଦର୍ଶାଯାଇଥିଲା । ସେହି ସମୟରୁ ଓଡ଼ିଶା ସହିତ ମିଶିବାଯାଏ କେନ୍ଦୁଝର ରାଜ୍ୟର ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ, ଓଡ଼ିଶା ସହିତ ମିଶ୍ରଣ ପରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଟିଲୋ (୭.୫୧ ବର୍ଗ କିମି.) ଏବଂ ଯୁଝପଡା (୯.୦୬ ବର୍ଗ କିମି.) ଅଞ୍ଚଳ ଦୁଇଟିକୁ ଯଥାକ୍ରମେ ବାଲେଶ୍ୱରକଟକ ଜିଲ୍ଲାକୁ ହସ୍ତାନ୍ତର କରାଗଲା । ଏହା ବଦଳରେ ବାଲେଶ୍ୱର ଜିଲ୍ଲାର ଆମ୍ବୋ ଅଞ୍ଚଳର କିଛି ଗ୍ରାମ (୧୪.୮୪ ବର୍ଗ କିମି.) କେନ୍ଦୁଝରର ଅଧୀନ କରାଗଲା ।

ସମୟାନୁକ୍ରମରେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।

  • ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
  • ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
  • ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
  • ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
  • ଶ୍ରୀ ଧନେଶ୍ୱର ନାରାୟଣ ଭଞ୍ଜ (୧୭୫୭-୧୭୫୮)
  • ଶ୍ରୀ ଜଗତେଶ୍ୱର ନାରାୟଣ ଭଞ୍ଜ (୧୭୫୮-୧୭୬୨)
  • ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
  • ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
  • ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
  • ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
  • ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
  • ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)

ବିପ୍ଳବୀ ଧରଣୀଧରଙ୍କର ବିଖ୍ୟାତ ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।

ଭୂଗୋଳ

ଚତୁର୍ଦ୍ଦିଗରୁ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ଏହି ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହାର ଭୌଗୋଳିକ କ୍ଷେତ୍ରଫଳ ୮୨୪୦ ବର୍ଗ କିମି. ଏବଂ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମି. ।

୨୧୫ ନଂ ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲାର ଠିକ ମଝାମଝି ଦେଇ ଗତିକରୁଛି ଏବଂ ଏହା ଜିଲ୍ଲାକୁ ଦୁଇଟି ଏକାଭଳି ପ୍ରାକୃତିକ ଅଞ୍ଚଳରେ ବିଭାଜିତ କରେ । ଏହାର ପୂର୍ବପାଖଟି ଆନନ୍ଦପୁର ଅଞ୍ଚଳର ସମତଳ ଭୂମି ଓ ସଦର ସବଡ଼ିଭିଜନର କିଛି ଅଂଶ ଅଧିକାର କରିଛି । ଏହାର ପଶ୍ଚିମଭାଗଟି ଉତ୍ତୁଙ୍ଗ ପର୍ବତଶ୍ରେଣୀମାନଙ୍କଦ୍ୱାରା ଆଚ୍ଛାଦିତ । ଏହି ପର୍ବତଶ୍ରେଣୀମାନଙ୍କରେ ଓଡ଼ିଶାର କିଛି ଉଚ୍ଚତମ ଶୃଙ୍ଗମାନ ରହିଛି । ସେମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ (୩୪୭୭ ଫୁଟ), ମାଙ୍କଡନଚା (୩୬୩୯ ଫୁଟ), ଗୋନାସିକା (୩୨୧୯ ଫୁଟ) ଏବଂ ଠାକୁରାଣୀ (୩୦୦୩ ଫୁଟ) ଆଦି ଅନ୍ୟତମ । ଜିଲ୍ଲାର କ୍ଷେତ୍ରଫଳର ପାଖାପାଖି ଅର୍ଦ୍ଧେକ ଅଞ୍ଚଳ (୪୦୪୩ ବର୍ଗ କିମି.) ଜଙ୍ଗଲରେ ଆଚ୍ଛାଦିତ । ଏହି ଜଙ୍ଗଲଗୁଡିକ ମୁଖ୍ୟତଃ ଉତ୍ତର ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ର, ପର୍ଣ୍ଣମୋଚୀ ବୃକ୍ଷଲତାରେ ପରିପୂର୍ଣ୍ଣ; ସେସବୁ ମଧ୍ୟରେ ଶାଳ, ପିଆଶାଳ, ଅସନ ଆଦି ପ୍ରଧାନ । ବୈତରଣୀ ନଦୀ ଗୋନାସିକା ପାହାଡ଼଼ରୁ ବାହାରି ପ୍ରଥମେ ଉତ୍ତରକୁ ଗତିକରି ସିଂହଭୂମରେ କିଛିଦୂର ବହିଲାପରେ ଯଥାକ୍ରମେ ଅଳ୍ପବାଟ ପୂର୍ବକୁ ଏବଂ ଶେଷରେ ଦକ୍ଷିଣ-ପୂର୍ବ ଦିଗରେ ଗତିକରି ଆନନ୍ଦପୁରଭଦ୍ରକରେ ପ୍ରବେଶ କରିଛି । ଜିଲ୍ଲାର ଦକ୍ଷିଣାଞ୍ଚଳର କିଛି ଅଂଶରେ ଥିବା କୃଷ୍ଣକାର୍ପାସ ମୃତ୍ତିକାକୁ ଛାଡିଦେଲେ ବାକି ଅଞ୍ଚଳରେ ମୁଖ୍ୟତଃ ଲୋହିତ ମୃତ୍ତିକାହିଁ ମିଳିଥାଏ । କେନ୍ଦୁଝର ଜିଲ୍ଲାରେ ବିପୁଳ ପରିମାଣରେ ଉତ୍ତମ ମାନର ଲୁହାପଥର, ମାଙ୍ଗାନିଜ ଓ କ୍ରୋମାଇଟ ଆଦି ଖଣିଜ ମିଳିଥାଏ ।

କେନ୍ଦୁଝର ଜିଲ୍ଲାର ଅସନପାଟ ଅଞ୍ଚଳରେ ପୃଥିବୀର ଅନ୍ୟତମ ସର୍ବପୁରାତନ ଶିଳା ରହିଛି, ଯାହାର କ୍ଷେତ୍ରଫଳ ପାଖାପାଖି ୧୦୦ ବର୍ଗ କିମି. । ଏହି ଶିଳା ପ୍ରାୟ ୩୮୦ କୋଟି ବର୍ଷ ପୁରୁଣା । ଏହି ଜିଲ୍ଲାରେ ଓଡ଼ିଶାରେ ଥିବା ଶିଳାଲେଖମାନଙ୍କ ମଧ୍ୟରେ ସର୍ବପୁରାତନ ଶିଳାଲେଖ ମିଳିଥାଏ, ପ୍ରତ୍ନତାତ୍ୱିକ ମତରେ ଏହା ଗୁପ୍ତ ଯୁଗର ଶିଳାଲେଖ ବୋଲି ପ୍ରମାଣ ମିଳେ ।[୧] ଘଟଗାଁ ନିକଟସ୍ଥ ସୀତାବିଂଜିଠାରେ ରାବଣଛାୟା ଗୁମ୍ଫା କାନ୍ଥରେ ୫ମ ଶତାବ୍ଦୀର ଚିତ୍ରକଳା ଦେଖିବାକୁ ମିଳିଥାଏ ।

କେନ୍ଦୁଝର ଜିଲ୍ଲା ବିପୁଳ ପରିମାଣରେ ଉଚ୍ଚମାନର ଖଣିଜ ସମ୍ପଦଦ୍ୱାରା ପରିପୂର୍ଣ୍ଣ ଏବଂ ଏହାର ୩୦%ରୁ ଅଧିକ ଭୂମି ଘନ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇ ମଧ୍ୟ ଏହି ଜିଲ୍ଲା ଏଯାବତ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅବସ୍ଥାରେ ଅଛି ।

ସ୍ଥଳରୂପ

ଆକାରରେ କେନ୍ଦୁଝର ଜିଲ୍ଲା ଉତ୍ତରରୁ ଦକ୍ଷିଣକୁ ଲମ୍ବ ଭାବରେ ବ୍ୟାପ୍ତ । ଉତ୍ତରରୁ ଦକ୍ଷିଣ ଯାଏ ଏହାର ସର୍ବାଧିକ ଲମ୍ବ ହେଉଛି ୧୪୫ କିମି. ଏବଂ ପୂର୍ବରୁ ପଶ୍ଚିମକୁ ଏହାର ହାରାହାରି ଓସାର ହେଉଛି ୬୫ କିମି. । ଭୌଗୋଳିକ ବିଷମତା ଦୃଷ୍ଟିରୁ ଏ ଜିଲ୍ଲାକୁ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଉପର କେନ୍ଦୁଝର ଏବଂ ତଳ କେନ୍ଦୁଝର । ତଳ କେନ୍ଦୁଝର ସମତଳଭୂମି ଓ ନଦୀ ଉପତ୍ୟକାମାନଙ୍କୁ ନେଇ ଗଠିତ ହୋଇଥିଲାବେଳେ ଉପର କେନ୍ଦୁଝର ପାର୍ବତ୍ୟଭୂମିରେ ପରିପୂର୍ଣ୍ଣ । ଜିଲ୍ଲାର ଭୂମିରୂପ ସାଧାରଣତଃ ଉତ୍ତରରୁ ଦକ୍ଷିଣକୁ ଢାଲୁ । ନିମ୍ନଭୂମିରୁ ଖୁବ ତୀଖ ଏବଂ ଢାଲୁ ଲାଗୁଥିଲେ ମଧ୍ୟ ଏଠାରେ ଥିବା ପାହାଡ଼ମାନଙ୍କର ଶିଖରଭାଗ ଚାରଣଭୂମି ଏବଂ ଛୋଟ ଚାଷଜମି ଭାବରେ ବ୍ୟବହାର କରିହେଲା ଭଳି ଯଥେଷ୍ଟ ସମତଳ । ଜିଲ୍ଲାର ମଧ୍ୟଭାଗର ଉଚ୍ଚତା ସମୁଦ୍ରପତ୍ତନଠାରୁ ହାରାହାରି ୫୦୦ ମିଟର । ମଝିରେ ମଝିରେ ଥିବା ଛୋଟ ଛୋଟ ପାହାଡ଼ଗୁଡିକ ଏ ଅଞ୍ଚଳରେ ଜଳବିଭାଜିକାର କାମ କରେ ।

ଜଳବାୟୁ

ଜିଲ୍ଲାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମକାଳରେ ଅତ୍ୟଧିକ ଗରମ ଏବଂ ଶୀତରେ ଅତ୍ୟଧିକ ଶୀତଳ ହୋଇଥାଏ । ଗ୍ରୀଷ୍ମ ସମୟରେ ଜିଲ୍ଲାର ଜଳବାୟୁ ସାଧାରଣତଃ ଅତ୍ୟଧିକ ଆର୍ଦ୍ର ଏବଂ ଉଷ୍ଣ ରହେ । ଏହି ସମୟରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେ. ଟପିଯାଇଥାଏ । ସାଧାରଣତଃ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଋତୁର ପ୍ରଭାବ ଅନୁଭୂତ ହୁଏ, କିନ୍ତୁ ମଇ ମାସରେ ଏହା ସର୍ବାଧିକ ହୋଇଥାଏ । ଶୀତକାଳରେ ଜିଲ୍ଲାର ଜଳବାୟୁ ଶୀତଳ ଏବଂ ଶୁଷ୍କ ରହିଥାଏ । ଏହି ସମୟରେ ସର୍ବନିମ୍ନ ତାପମାତ୍ରା ସାଧାରଣତଃ ୧୧.୭ ଡିଗ୍ରୀ ସେ. ରହିଥାଏ, କେବେକେବେ ଏହା ୭ ଡିଗ୍ରୀ ସେ. ଯାଏ ଖସି ଆସିଥାଏ । ଜିଲ୍ଲାରେ ବାର୍ଷିକ ହାରାହାରି ୧୫୩୪.୫ ମି.ମି. ବୃଷ୍ଟିପାତ ହୋଇଥାଏ ।

ଲୋକବାକ

୨୦୧୧ ଜନଗଣନା [୨] ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୨,୭୭୭ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୫,୪୯,୬୭୧ ଓ ସହରାଞ୍ଚଳରେ ୨,୫୩,୧୦୬ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୯,୦୭,୧୩୫
  • ମହିଳା: ୮,୯୫,୬୪୨
    • ଛ ବର୍ଷରୁ କମ: ୨,୫୩,୪୧୮
  • ସାକ୍ଷରତା ହାର ୬୯.୦୦%
    • ପୁରୁଷ: ୭୯.୨୨%
    • ମହିଳା: ୫୮.୭୦%

ସମୁଦାୟ ଜନସଂଖ୍ୟାର ୪୪.୫% ହେଉଛନ୍ତି ଆଦିବାସୀ ଏବଂ ୧୧.୬୨% ହେଉଛନ୍ତି ହରିଜନ ।

ଆଦିବାସୀ

୧୯୮୧ ଜନଗଣନାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଲୋକସଂଖ୍ୟା ୪,୯୯,୬୫୭ ଥିଲା ଏବଂ ୧୯୯୧ ଜନଗଣନା ବେଳକୁ ତାହା ୧୧.୯୦% ହାରରେ ବଢ଼ି ୫,୯୫,୧୮୪ରେ ପହଞ୍ଚିଥିଲା । ୧୯୯୧ ଜନଗଣନା ଅନୁସାରେ ଜିଲ୍ଲାରେ ମୋଟ ୪୬ ପ୍ରକାରର ଆଦିବାସୀ ସଂପ୍ରଦାୟ ବାସକରନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନ ସଂପ୍ରଦାୟଗୁଡ଼ିକ ମଧ୍ୟରେ ବାଥୁଡି, ଭୂୟାଁ, ଭୂମିଜ, ଗଣ୍ଡ, ହୋ, ଜୁଆଙ୍ଗ, ଖରୱାର, କିସାନ, କୋଲ୍ହ,, କୋରା, ମୁଣ୍ଡା, ଓରାଓଁ, ସାନ୍ତାଳ, ସାଓରା, ଶବର ସାଉଁତି ଆଦି ଅନ୍ତର୍ଭୁକ୍ତ । ଏହି ୧୬ଟି ସଂପ୍ରଦାୟ ସମସ୍ତ ଆଦିବାସୀ ଜନସଂଖ୍ୟାର ୯୬.୧୨% ଅଧିକାର କରନ୍ତି । ଏମାନଙ୍କ ମଧ୍ୟରେ ଥିବା ଜୁଆଙ୍ଗ ସଂପ୍ରଦାୟ ନିଜକୁ ସବୁଠାରୁ ଆଦିମ ଅଧିବାସୀ ବୋଲି ଦାବୀ କରନ୍ତି । ଆଦିବାସୀ ସଂପ୍ରଦାୟ ଗୁଡିକର ଘନତ୍ୱ କେନ୍ଦୁଝର ସବଡ଼ିଭିଜନରେ ସର୍ବାଧିକ ହୋଇଥିବାବେଳେ ଆନନ୍ଦପୁରରେ ସର୍ବନିମ୍ନ । ଏମାନଙ୍କର ମୁଖ୍ୟ ପେଶା ହେଉଛି କୃଷି । ଆଜିକାଲି ଏମାନଙ୍କ ମଧ୍ୟରୁ ଅନେକ ଖଣି-ଖାଦାନମାନଙ୍କରେ କାମକରୁଛନ୍ତି ।

୧୯୯୧ରେ କେନ୍ଦୁଝରର ଆଦିବାସୀମାନଙ୍କର ସାକ୍ଷରତା ହାର ୨୪.୮୯ ଥିଲା ଯାହାକି ସେବେକାର ରାଜ୍ୟ ଆଦିବାସୀ ସାକ୍ଷରତା ହାରଠାରୁ (୨୨.୩୧%) ଅଧିକ । ଶିକ୍ଷା ଓ ଗମନାଗମନର ପ୍ରସାର ଫଳରେ ଏହି ଆଦିବାସୀ ଲୋକଙ୍କର ଚାଲିଚଳନ, ବ୍ୟବହାର, ପ୍ରଥା ଇତ୍ୟାଦିରେ ପ୍ରଭୂତ ପରିବର୍ତ୍ତନ ଘଟିଛି ।

ଭାଷା

କେନ୍ଦୁଝର ଜିଲ୍ଲାର ମୁଖ୍ୟ ଭାଷା ହେଲା ଓଡ଼ିଆ । ଅନ୍ୟ ଭାଷା ମଧ୍ୟରେ ଭୁଂଜିଆ ଭାଷାରେ ପାଖାପାଖି ୭୦୦୦ ଭୁଂଜିଆ ଆଦିବାସୀ କଥାବାର୍ତ୍ତା କରନ୍ତି । ତେବେ ଝାରଖଣ୍ଡ ନିକଟରେ ଥିବାରୁ ଚମ୍ପୁଆ ଉପଖଣ୍ଡରେ ହିନ୍ଦୀ ଭାଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ ।

ପ୍ରଶାସନିକ ବ୍ୟବସ୍ଥା

ଜିଲ୍ଲାକୁ ପ୍ରଶାସନିକ ଏବଂ ସାମାଜିକ ସୁପରିଚାଳନା ଦୃଷ୍ଟିରୁ କେତେଗୁଡିଏ ପ୍ରଶାସନିକ ବିଭାଗରେ ବିଭକ୍ତ କରାଯାଇଛି । ତା’ ବ୍ୟତୀତ କେତେକ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଜନମଙ୍ଗଳ ପ୍ରକଳ୍ପ ମାନ ପ୍ରତିଷ୍ଠା କରାଯାଇଛି । ସେସବୁର ବିବରଣୀ ନିମ୍ନରେ ଦିଆଗଲା ।

ପ୍ରଶାସନିକ ବିଭାଗ

  • ସବଡ଼ିଭିଜନ- ୩ଟି; କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ
  • ନଗରପାଳିକା- ୪ଟି; କେନ୍ଦୁଝର, ଆନନ୍ଦପୁର, ଯୋଡ଼ା ଏବଂ ବଡ଼ବିଲ
  • ତହସିଲ- ୧୩ଟି; ଆନନ୍ଦପୁର, ବାଂଶପାଳ, ବଡ଼ବିଲ, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର, ଘଟଗାଁ, ଘସିପୁରା, ହାଟଡିହି, ପାଟଣା, ହରିଚନ୍ଦନପୁର, ସାହାରପଡା ଏବଂ ତେଲକୋଇ
  • ବ୍ଲକ-୧୩ଟି; ଆନନ୍ଦପୁର, ବାଂଶପାଳ, ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର, ଘଟଗାଁ, ଘସିପୁରା, ହାଟଡିହି, ପାଟଣା, ହରିଚନ୍ଦନପୁର, ସାହାରପଡା ଏବଂ ତେଲକୋଇ
  • ଗ୍ରାମପଞ୍ଚାୟତ-୨୮୬ଟି
  • ବାସୋପଯୋଗୀ ଗ୍ରାମ- ୨୧୩୨ଟି
  • ସହର- ୬ଟି
  • ଏନ.ଏ.ସି.- ୧ଟି
  • କୃଷି ଜିଲ୍ଲା- ୩ଟି

ସାଧାରଣ ସେବା

  • କୋଷାଗାର/ଉପ-କୋଷାଗାର (Treasury)- ୭ଟି
  • ରାଜସ୍ୱ ମଣ୍ଡଳ- ୫୦ଟି
  • ଥାନା-୨୪ଟି
  • ପୋଲିସ ଫାଣ୍ଡି- ୧୦ଟି
  • ନିଆଁ ଲିଭା କେନ୍ଦ୍ର- ୫ଟି
  • ଜଳସେଚନ ପ୍ରକଳ୍ପ- (ବୃହତ୍-୧ଟି, ମଧ୍ୟମ-୨ଟି, କ୍ଷୁଦ୍ର-୧୫୧ଟି )

ଜନସ୍ୱାସ୍ଥ୍ୟ ବିଭାଗ

  • ଜିଲ୍ଲା ମୁଖ୍ୟ ଡାକ୍ତରଖାନା- ୧ଟି (କେନ୍ଦୁଝର)
  • ଉପ-ବିଭାଗୀୟ ମୁଖ୍ୟ ଡାକ୍ତରଖାନା (SDH)- ୪ଟି
  • ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (UGPHC)- ୧ଟି (ଘଟଗାଁ)
  • ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)-୩ଟି
  • ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (CHC)- ୯ଟି
  • ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC New)- ୬୪ଟି
  • ଉପ କେନ୍ଦ୍ର (ସ୍ୱାସ୍ଥ୍ୟ)- ୩୧୬ଟି
  • ଆଶା କେନ୍ଦ୍ର- ୧୮୯୨ଟି
  • ଏ.ଏନ.ଏମ. କେନ୍ଦ୍ର- ୩୫୧ଟି (୨୩ଟି ଖାଲି ଅଛି)

ଶିକ୍ଷା ବିଭାଗ

  • ଅଙ୍ଗନବାଡି କେନ୍ଦ୍ର- ୨୩୪୦ଟି
  • ପ୍ରାଥମିକ ବିଦ୍ୟାଳୟ- ୧୬୮୮ଟି
  • ଆଦିବାସୀ/ହରିଜନ ପ୍ରାଥମିକ ବିଦ୍ୟାଳୟ – ୫୮ଟି
  • ଉଚ୍ଚ/ମଧ୍ୟ ଇଂରାଜୀ ବିଦ୍ୟାଳୟ- ୮୭୬ଟି
  • ଉଚ୍ଚ ବିଦ୍ୟାଳୟ- ୫୮ଟି
  • ମହାବିଦ୍ୟାଳୟ (ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପ୍ରାପ୍ତ )- (ସାଧାରଣ-୨୭ଟି, ବୈଷୟିକ-୨ଟି )
  • ଇଞ୍ଜିନିୟରିଂ ମହାବିଦ୍ୟାଳୟ- ୧ଟି (ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ, କେନ୍ଦୁଝର)

ଅର୍ଥନୀତି

ପଞ୍ଚାୟତି ରାଜ ମନ୍ତ୍ରଣାଳୟ ୨୦୦୬ ମସିହାରେ କେନ୍ଦୁଝର ଜିଲ୍ଲାକୁ ଦେଶର ୨୫୦ଟି ଅନଗ୍ରସର ଜିଲ୍ଲା ମଧ୍ୟରେ ସ୍ଥାନିତ କରିଥିଲେ । ଅନଗ୍ରସର କ୍ଷେତ୍ର ଅନୁଦାନ ନିଧି କାର୍ଯ୍ୟକ୍ରମ (BRGF) ଜରିଆରେ ଓଡ଼ିଶାର ଯେଉଁ ୧୯ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ମିଳୁଛି ସେମାନଙ୍କ ମଧ୍ୟରୁ ଏହା ଗୋଟିଏ ।

ଜଙ୍ଗଲ ଓ ପଶୁପକ୍ଷୀ

ଜଙ୍ଗଲ

୦୧.୦୪.୯୬ର ଜଙ୍ଗଲ ଶ୍ରେଣୀବିଭାଗ ଅନୁସାରେ

ଶ୍ରେଣୀବିଭାଗବର୍ଗ କି.ମି.ରେ ଆୟତନ
ସଂରକ୍ଷିତ ଜଙ୍ଗଲ୧୮,୩୩,୦୨
ଅଣ-ଚିହ୍ନିତ ସଂରକ୍ଷିତ ଜଙ୍ଗଲ୬,୪୮,୪୧
ଅନୁପଯୁକ୍ତ ସଂରକ୍ଷିତ ଜଙ୍ଗଲ୪୩.୪୧
ଅନୁପଯୁକ୍ତ ଜଙ୍ଗଲ୦.୨୪
ସର୍ବମୋଟ୨୫,୨୫,୦୮

ପର୍ଯ୍ୟଟନ

  • ତାରିଣୀ ମନ୍ଦିର
  • ବଡ଼ଘାଗରା ଜଳପ୍ରପାତ
  • ସାନଘାଗରା ଜଳପ୍ରପାତ
  • ସୀତାବିଞ୍ଜି[୪]
  • ଗୁଣ୍ଡିଚାଘାଇ ଜଳପ୍ରପାତ
  • ମୁଗା' ମହାଦେବ ମନ୍ଦିର
  • ସିଦ୍ଧମଠ ମନ୍ଦିର
  • ହଦଗଡ଼ ଡ୍ୟାମ୍
  • କାନଝିରି ଡ୍ୟାମ୍
  • ଦେଓଗାଁ କୁଶଳେଶ୍ୱର ମନ୍ଦିର
  • ପାଟଣା ଶିବ ମନ୍ଦିର
  • ଗୋନାସିକା
  • କାଞ୍ଜିପାଣି ଘାଟି
  • ହାଣ୍ଡିଭଙ୍ଗା ଜଳପ୍ରପାତ
  • ଖଣ୍ଡାଧାର ଜଳପ୍ରପାତ
  • ଭୀମ କୁଣ୍ଡ
  • ବଲେଈପଦା ପାର୍କ (ବଲେଈପଦା)
  • ଅର୍ଧନାରୀଶ୍ବର ମୂର୍ତ୍ତି (ନରଣପୁର କେନ୍ଦୁଝର)
  • କିରିବୁରୁ ହିଲ୍ ଟପ୍ (ବଡ଼ବିଲ)
  • ରାମ ତୀର୍ଥ (଼଼ (ଚମ୍ପୁଆ)
  • ଭାଲୁ ଘର (ରିମୂଳି)
  • ଅଶୂର ଖୋଲ୍ ଜଳପ୍ରପାତ/ ମକର ମେଳା (ରିମୂଳି)
  • ଠାକୁରାଣୀ ପର୍ବତ (ବଡ଼ବିଲ)
  • ଯୋଡା ପାର୍କ (ଯୋଡା)
  • ମିର୍ଗି ସିଂଘା (କାନୁପୁର /କନ୍ଡରା)
  • ଧୁବଲା ବେଢ଼ା ବିରି କଳା; ଗୋବିନ୍ଦପୁର;ଦଡୁଆଁ ( Big Villege on Kendujhar)

ଆଧାର

ଅଧିକ ତଥ୍ୟ