ଗଙ୍ଗାଧର ଜାତୀୟ ସମ୍ମାନ

ଗଙ୍ଗାଧର ଜାତୀୟ ସମ୍ମାନ ହେଉଛି ଏକ ସାହିତ୍ୟ ସମ୍ମାନ ଯାହାକି ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦାନ କରାଯାଇଥାଏ । ଏହାର ନାମ ଗଙ୍ଗାଧର ମେହେରଙ୍କ ନାମରେ ନାମିତ ହୋଇଛି । ୧୯୯୧ ମସିହାରେ ଅଲି ସର୍ଦ୍ଦାର ଜାଫ୍ରିଙ୍କୁ ପ୍ରଥମଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗଙ୍ଗାଧର ଜାତୀୟ ସମ୍ମାନ
ଦାତାସମ୍ବଲପୁର ବିଶ୍ୱବିଦ୍ୟାଳୟ
ତାରିଖସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଅବସ୍ଥିତିସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା
ଦେଶ ଭାରତ
ପୁରସ୍କାରନଗଦ ୫୦ ହଜାର ଟଙ୍କା, ଉତ୍ତରୀୟ, ମାନପତ୍ର, ଫଳକ ଏବଂ ଗଙ୍ଗାଧର ମେହେରଙ୍କ କବିତାର ଇଂରାଜୀ ଅନୁବାଦ ସଂକଳନ ପୁସ୍ତକଟିଏ
ପ୍ରଥମ ପୁରସ୍କାର୧୯୯୧
ଶେଷ ପୁରସ୍କାର୨୦୨୧

ଇତିହାସ

ଏହି ପୁରସ୍କାର ପ୍ରଥମେ ୧୯୯୧ ମସିହାରେ ଦିଆଯାଇଥିଲା କିନ୍ତୁ ୧୯୮୯ ମସିହାରେ ଏହି ପୁରସ୍କାର ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ପ୍ରଣାଳୀ

ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ । ଗୋଟିଏ ବର୍ଷର ପୁରସ୍କାର ପାଇଁ ଏହାର ଦୁଇ ବର୍ଷ ପରେ ଏହା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏହି ପୁରସ୍କାର ପାଇଁ ନଗଦ ୫୦ ହଜାର ଟଙ୍କା, ଉତ୍ତରୀୟ, ମାନପତ୍ର, ଫଳକ ଏବଂ ଗଙ୍ଗାଧର ମେହେରଙ୍କ କବିତାର ଇଂରାଜୀ ଅନୁବାଦ ସଂକଳନ ପୁସ୍ତକଟିଏ ପ୍ରଦାନ କରାଯାଇଥାଏ ।[୧] [୨]

ପୁରସ୍କାର ପ୍ରାପ୍ତ ବ୍ୟକ୍ତି

ବର୍ଷପୁରସ୍କାର ପ୍ରାପ୍ତ ବ୍ୟକ୍ତିଭାଷାପ୍ରତିଷ୍ଠା ଦିବସ
୧୯୯୧ଅଲି ସର୍ଦ୍ଦାର ଜାଫ୍ରିଉର୍ଦ୍ଦୁ୨୬ତମ
୧୯୯୨ନବକାନ୍ତ ବରୁଆଅହମିୟା୨୭ତମ
୧୯୯୩ଶକ୍ତି ଚଟ୍ଟୋପାଧ୍ୟାୟବଙ୍ଗଳା୨୮ତମ
୧୯୯୪ଜୟନ୍ତ ମହାପାତ୍ରଇଂରାଜୀ/ଓଡ଼ିଆ୨୯ତମ
୧୯୯୫କେଦାରନାଥ ସିଂହିନ୍ଦୀ୩୦ତମ
୧୯୯୬ଅୟପ୍ପା ପାନିକରମାଲାୟଲମ୍୩୧ତମ
୧୯୯୭ସୀତାକାନ୍ତ ମହାପାତ୍ରଓଡ଼ିଆ୩୨ତମ
୧୯୯୮ନିରୂପମ କୌରପଞ୍ଜାବୀ୩୩ତମ
୧୯୯୯ବିନ୍ଦା କରାଣ୍ଡିକରମରାଠୀ୩୪ତମ
୨୦୦୦ରମାକାନ୍ତ ରଥଓଡ଼ିଆ୩୫ତମ
୨୦୦୧କେ. ସଚ୍ଚିଦାନନ୍ଦନମାଲାୟଲମ୍୩୬ତମ
୨୦୦୨ଶଙ୍ଖ ଘୋଷବଙ୍ଗଳା୩୭ତମ
୨୦୦୩ସୀତାଂଶୁ ଯଶଶ୍ଚନ୍ଦ୍ରଗୁଜରାଟୀ୩୮ତମ
୨୦୦୪ଦିଲୀପ ଚିତ୍ରେମରାଠୀ୩୯ତମ
୨୦୦୫ଗୁଲଜାରଉର୍ଦ୍ଦୁ୪୦ତମ
୨୦୦୬ନୀଳମଣି ଫୂକାନ ଜୁନିଅର୍ଅହମିୟା୪୧ତମ
୨୦୦୭ହରପ୍ରସାଦ ଦାସଓଡ଼ିଆ୪୨ତମ
୨୦୦୮ଅଖଲାକ୍ ମହମ୍ମଦ ଖାଁଉର୍ଦ୍ଦୁ୪୩ତମ
୨୦୦୯ସୁରଜିତ ପତରପଞ୍ଜାବୀ୪୪ତମ
୨୦୧୦ରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ୪୫ତମ
୨୦୧୧ବଳରାଜ କୋମଳଉର୍ଦ୍ଦୁ୪୬ତମ
୨୦୧୨ବାସଦେବ ମୋହିଲସିନ୍ଧି୪୭ତମ[୩]
୨୦୧୩ସୌଭାଗ୍ୟ କୁମାର ମିଶ୍ରଓଡ଼ିଆ୪୮ତମ
୨୦୧୪ସୁବୋଧ ସରକାର[୪][୫]ବଙ୍ଗଳା୪୯ତମ
୨୦୧୫ଲୀଳାଧର ଜାଗୁଡ଼ି[୬]ହିନ୍ଦୀ୫୦ତମ
୨୦୧୬କେ. ଶିବା ରେଡ୍ଡିତେଲୁଗୁ୫୧ତମ
୨୦୧୭ଚନ୍ଦ୍ରଶେଖର କମ୍ବରା[୭]କନ୍ନଡ଼୫୨ତମ
୨୦୧୮ବିଶ୍ୱନାଥ ପ୍ରସାଦ ତିୱାରୀ[୮][୯][୧୦]ହିନ୍ଦୀ[୧୧][୧୨]୫୩ତମ[୧୩][୧୪]
୨୦୧୯ଶୀନ କାଫ ନିଜାମ[୧୫]ଉର୍ଦ୍ଦୁ୫୪ତମ
୨୦୨୦କମଳ ବୋରା[୧୬]ଗୁଜରାଟୀ୫୫ତମ
୨୦୨୧କେ. ଜି. ଶଙ୍କର ପିଲ୍ଲାଇମାଲାୟଲମ୍୫୬ତମ

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ