ଗଣିତ
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ ।[୧] ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ ।ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।
ଅପସାରଣ ଓ ତର୍କଦ୍ୱାରା ଗଣିତ ଗଣନ, ହିସାବ, ମାପ ଓ ଭୌତିକ ବସ୍ତୁର ଆକୃତି ଓ ଗତି ବିଷୟରେ ତଥ୍ୟ ପ୍ରଦାନ କରେ । ଅତି ପୁରାତନ କାଳରୁ ଗଣିତର ଉତ୍ପତ୍ତି ହୋଇସାରିଥିଲା । ଗ୍ରୀକ୍ ଗଣିତରେ ପ୍ରଥମେ କଠିନ ଯୁକ୍ତି ହୋଇଥିବାର ଜଣାଯାଏ, ଉଲ୍ଲେଖନୀୟ ଭାବେ ୟୁକ୍ଲିଡ୍ଙ୍କର ଏଲିମେଣ୍ଟ୍ସ୍ରେ (Elements) । ପ୍ରଥମରୁ ଅପେକ୍ଷାକୃତ ଧିର ଗତିରେ ଉନ୍ନତି କରୁଥିବା ଗଣିତ, ରେନେସାଁ ଯୁଗରେ ବିଜ୍ଞାନର ଅନ୍ୟାନ୍ୟ ଆବିଷ୍କାର ସହିତ ମିଶି ବେଗବାନ ହେଲା, ଯାହା ଏବେ ପର୍ଯ୍ୟନ୍ତ ଅବ୍ୟାହତ ଅଛି ।
ସାଧାରଣ ଧାରଣା
ଗଣିତରେ ଏ ସବୁ ଥାଏ:
- ସଂଖ୍ୟା (ଉଦାହରଣ ୩+୬=୯)
- ଗଠନ: ବସ୍ତୁମାନେ କେମିତି ସଂଗଠିତ
- ସ୍ଥାନ: ବସ୍ତୁର ଅବସ୍ଥିତି ଓ ସଜାଣି
- ପରିବର୍ତ୍ତନ: ସମୟ ସହିତ ବସ୍ତୁରେ ବଦଳ
ସଂଖ୍ୟା
- ଗଣିତରେ ସଂଖ୍ୟା ବା ପରିମାଣର ଅଧ୍ୟୟନ ଥାଏ ।[୩]
ଗଣନ ସଂଖ୍ୟା | ପୂର୍ଣ ସଂଖ୍ୟା | ପରିମେୟ ସଂଖ୍ୟା | ବାସ୍ତବ ସଂଖ୍ୟା | ଜଟିଳ ସଂଖ୍ୟା | |
ପୂରଣବାଚକ ସଂଖ୍ୟା | ଅଙ୍କବାଚକ ସଂଖ୍ୟା | ପାଟୀଗଣିତ ପ୍ରକ୍ରିୟା | ଗାଣିତିକ ସମ୍ବନ୍ଧ | ଫଳନ |
ଗଠନ
- ଗଣିତର କେତେକ ଶାଖା ବସ୍ତୁର ଗଠନ ଉପରେ ଅଧ୍ୟୟନ କରନ୍ତି ।
ସଂଖ୍ୟା ତତ୍ତ୍ୱ | ବୀଜଗଣିତ ସାର | ରୈଖିକ ବୀଜଗଣିତ | କ୍ରମ ସିଦ୍ଧାନ୍ତ | ଲେଖ ତତ୍ତ୍ୱ |
ଆକୃତି
- ଗଣିତର କେତେକ ଶାଖା ବସ୍ତୁର ଆକୃତି ଉପରେ ଅଧ୍ୟୟନ କରନ୍ତି ।
ସଜାଣି | ଜ୍ୟାମିତି | ତ୍ରିକୋଣମିତି | ଅନ୍ତର ଜ୍ୟାମିତି | ଭଗ୍ନ ଜ୍ୟାମିତି |
ପରିବର୍ତ୍ତନ
- ଗଣିତର କେତେକ ଶାଖା ବସ୍ତୁର ପରିବର୍ତ୍ତନ ପ୍ରଣାଳୀ ଉପରେ ଅଧ୍ୟୟନ କରନ୍ତି ।
ପଥରି | ଭେକ୍ଟର୍ ପଥରି | ବିଶ୍ଳେଷଣ | |
ବିଭେଦକ ସମୀକରଣ | ଗତିଜ ତନ୍ତ୍ର | ବିଶୃଙ୍ଖଳା ତତ୍ତ୍ୱ |
ଗାଣିତିକ ଉପକରଣ
- ଗାଣିତିକ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ଉପକରଣ ।
ପୁରୁଣା
- ଆବାକସ୍
- ଆଦେଶ ସଂଚାଳନ କାଲ୍କୁଲେଟର୍
- ନାପିୟରଙ୍କ ହାଡ଼
- ରୁଲର୍ ଓ କମ୍ପାସ୍
- ମାନସାଙ୍କ ହିସାବ
ନୂଆ
- କାଲ୍କୁଲେଟର୍ ଓ କମ୍ପ୍ୟୁଟର୍
- ପ୍ରୋଗ୍ରାମିଙ୍ଗ୍ ଭାଷା
- କମ୍ପ୍ୟୁଟର୍ ବୀଜଗଣିତ ତନ୍ତ୍ର
- ଇଣ୍ଟର୍ନେଟ୍ ସର୍ଟ୍ହାଣ୍ଡ୍ ସଂକେତ
- ପରିସଂଖ୍ୟାନ ବିଶ୍ଳେଷଣ ସଫ୍ଟ୍ୱେର୍
- SPSS
- SAS ପ୍ରୋଗ୍ରାମିଙ୍ଗ୍ ଭାଷା
- R ପ୍ରୋଗ୍ରାମିଙ୍ଗ୍ ଭାଷା