ଗର୍ଭାଶୟ ଗ୍ରୀବା କର୍କଟ

ଯୌନ ସଙ୍ଗମ ସଞ୍ଚାରିତ କବକଦ୍ୱାରା ହେଉଥିବା କର୍କଟ ରୋଗ

ପ୍ରତିଶବ୍ଦ - ଜରାୟୁ ମୁଖ କର୍କଟ, ସର୍ଭାଇକାଲ କର୍କଟ (cervical cancer)
ଜରାୟୁ ଗ୍ରୀବା କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ (ଇଂରାଜୀରେ cervical cancer) ଏକ ପ୍ରକାର କର୍କଟ ରୋଗ ଯାହା ଜରାୟୁ ଗ୍ରୀବାରୁ (cervix) ସୃଷ୍ଟି ହୁଏ । [୧] ଜୀବକୋଷମାନଙ୍କର ଅନିୟମିତ ତ‌ଥା ଅସ୍ୱାଭାବିକ ସଂଖ୍ୟା ବୃଦ୍ଧି ହୋଇ ନିକଟ ଓ ଦୂରବର୍ତ୍ତୀ ସ୍ଥାନ‌କୁ ମାଡ଼ିଯାଏ ।[୨] ପ୍ରାରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ପରେ ହେଉଥିବା ଲକ୍ଷଣ ସମୂହ ହେଉଛି ଯୋନୀପଥରୁ ରକ୍ତସ୍ରାବ, ଶ୍ରୋଣୀରେ ଯନ୍ତ୍ରଣା (pelvic pain), ଯୌନ‌କ୍ରିୟା ସମୟରେ କଷ୍ଟ ।[୧]

Cervical cancer
Histopathologic image (H&E stain) of carcinoma in situ, stage 0.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C53.
ଆଇସିଡ଼ି-୯-ସିଏମ୍180
ଓଏମ୍‌ଆଇଏମ୍603956
ରୋଗ ଡାଟାବେସ2278
ମେଡ଼ିସିନ-ପ୍ଲସ000893
ଇ-ମେଡ଼ିସିନmed/324 radio/140
MeSHD002583

ହାରାହାରି ୯୦ % ରୋଗୀଙ୍କ କ୍ଷେତ୍ରରେ ମାନବ ପାପିଲୋମା ଭୁତାଣୁ ବା ଏଚ.ପି.ଭି. (Human papillomavirus or HPV ) ଏହାର କାରଣ ବୋଲି ଜଣାଯାଏ,[୩][୪] କିନ୍ତୁ ଅଧିକାଂଶ ଏଚ.ପି.ଭି. ସଂକ୍ରମିତ ମହିଲାଙ୍କର ଏହି କର୍କଟ ହୁଏ ନାହିଁ ।[୫][୬] ଅନ୍ୟାନ୍ୟ ସଙ୍କଟ ଜନ‌କ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଦୂର୍ବଳ ଇମ୍ମ୍ୟୁନ ସିସ୍ଟମ, ଜନ୍ମ ନିରୋଧ ବଟିକା ବ୍ୟବ‌ହାର, ଅଳ୍ପ ବୟଷରେ ଯୌନ ସମ୍ଭୋଗ, ଏକାଧିକ ଯୌନ ଭାଗୀଦାରମାନଙ୍କ ନାମ ନିଆଯାଏ କିନ୍ତୁ ଏଗୁଡ଼ିକ ସ୍ୱଳ୍ପ ଗୁରୁତ୍ତ୍ୱପୂର୍ଣ୍ଣ ।[୧][୭] ଦଶ କୋଡ଼ିଏ ବର୍ଷର ପ୍ରାକ୍‌ କର୍କଟ ଅବସ୍ଥା ପରେ ଏହା ବାହାରେ । [୫] ଏକାଧିକ ପ୍ରକାର ଜରାୟୁ ଗ୍ରୀବା କର୍କଟ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୯୦ % ହେଉଛି ସ୍କ୍ୱାମସ୍ ସେଲ କର୍କଟ (squamous cell carcinoma), ୧୦% ଆଡେନୋ କର୍କଟ (adenocarcinoma) ଓ ଏକ ସ୍ୱଳ୍ପ ଅଂଶ ଅନ୍ୟାନ୍ୟ ପ୍ରକାର ଦେଖାଯାଆନ୍ତି । ମେଡିକାଲ ଇମେଜିଙ୍ଗଦ୍ୱାରା (Medical imaging) ଏହା ସ୍ଥାନାନ୍ତର ହୋଇଛି କି ନାହିଁ ଜଣାପଡ଼େ ।[୧]

ଏହି ରୋଗ କରାଉଥିବା ଦୁଇ ପ୍ରଜାତିର ଏଚ.ପି.ଭି. ଟିକା (HPV vaccine) ଉପଲବ୍ଧ ଅଛି ଯାହା ୬୫ରୁ ୭୫ % ଜରାୟୁ ଗ୍ରୀବା କର୍କଟରୁ ରକ୍ଷା କରେ ।[୮][୯] ତ‌ଥାପି ରୋଗ ସଙ୍କଟ ଥିବାରୁ ନିୟମିତ ପାପ ସ୍ମିଅର (Pap smear) ନେଇ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । [୮] ଯୌନ ସମ୍ଭୋଗ ଆଦୌ ନ କଲେ, ଅଳ୍ପ ଲୋକଙ୍କ ସଙ୍ଗେ କଲେ ଓ କଣ୍ଡୋମ ବ୍ୟବ‌ହାର କଲେ ରୋଗ ନ ହୋଇପାରେ ।[୧୦] ପାପ ସ୍ମିଅର କରି ବା ଆସେଟିକ ଏସିଡ ପରୀକ୍ଷା କରି ପ୍ରାକ୍ ଜରାୟୁ ଗ୍ରୀବା କର୍କଟ ଥିବା ଜଣାପଡ଼ିଲେ ଚିକିତ୍ସା କରି ରହି ରୋଗକୁ ପ୍ରତିରୋଧ କରାଯାଇପାରେ ।[୧୧] ଅପରେଶନ, କେମୋଥେରାପି ଓ ରେଡିଓଥେରାପି ସାହାଯ୍ୟରେ ଏହାର ମିଶ୍ରିତ ଚିକିତ୍ସା କରାଯାଏ ।[୧] ଆମେରିକାରେ ଏହାର ପାଞ୍ଚ ବର୍ଷିଆ ଆୟୁଷ ପ୍ରାୟ ୬୮ % ।[୧୨] କେତେ ଶୀଘ୍ର ଏହାର ରୋଗ ନିର୍ଣ୍ଣୟ ହୋଇଛି, ତାହା ଉପରେ ଏହି ଚିକିତ୍ସା ଫଳାଫଳ ନିର୍ଭର କରେ । [୭]

ପୃଥିବୀରେ ସମୁଦାୟ କର୍କଟ ରୋଗ ମଧ୍ୟରେ ଏହାର ସ୍ଥାନ ଚତୁର୍ଥ ଓ ମହିଳା କର୍କଟ ମୃତ୍ୟୁ କାରଣ ମଧ୍ୟରେ ମଧ୍ୟ ଏହାର ସ୍ଥାନ ଚତୁର୍ଥ ।[୫] ସନ ୨୦୧୨ରେ ୫୨୮,୦୦୦ ଜରାୟୁ ଗ୍ରୀବା କର୍କଟ ରୋଗୀଙ୍କ ମଧ୍ୟରୁ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।[୫] ଏହି ଆକଳାନ ସମୁଦାୟ କର୍କଟ ରୋଗର ଓ ସମୁଦାୟ କର୍କଟ ମୃତ୍ୟୁ ସଂଖ୍ୟାର ୮ % ।[୧୩] ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୭୫ % ରୋଗୀ ଦେଖାଯାଆନ୍ତି ।[୫] ସ୍ୱଳ୍ପ ଆମଦାନୀକାରି ଦେଶମାନଙ୍କରେ କର୍କଟ ମୃତ୍ୟର ଏହା ଏକ ସାଧାରଣ କାରଣ । [୧୧] ବିକଶିତ ଦେଶମାନଙ୍କରେ ସ୍କ୍ରିନିଙ୍ଗ ଯୋଗୁ ଏହି ରୋଗ ହାର ନାଟକୀୟ ଭାବେ କମିଛି ।[୧୪] ଡାକ୍ତରୀ ଗବେଷଣା ଫଳରେ ହେଲା HeLa) ନାମକ ବିଖ୍ୟାତ ସେଲ ଲାଇନ ଆବିଷ୍କୃତ ହୋଇଛି ଯାହା ହେନରିଏଟ୍ଟା ଲାକ୍ସ (Henrietta Lacks) ନାମକ କର୍କଟ ରୋଗୀର ଜୀବକୋଷରୁ ବିକଶିତ କରାଯାଇଛି । [୧୫]

ଆଧାର