ଜାପାନ

ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି. କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।

ଜାପାନ

日本国
ନିପ୍ପୋଁ-କୋକୁ ବା ନିହୋଁ-କୋକୁ
Centered red circle on a white rectangle.
Golden circle subdivided by golden wedges with rounded outer edges and thin black outlines.
FlagImperial Seal
ଜାତୀୟ ସଙ୍ଗୀତ: 
କିମିଗାୟୋ (君が代)
ଜାପାନର ପ୍ରଶାସନିକ ମୋହର
ଜାପାନ ସରକାର ଓ ପ୍ରଧାନମନ୍ତ୍ରିଙ୍କ ଅଫିସର ମୋହର
(五七桐, ଗୋ-ଶିଚିନୋ କିରି)
Location of ଜାପାନ
ରାଜଧାନୀଟୋକିଓ (ବାସ୍ତବିକ)
ବୃହତ୍ତମ ସହରଟୋକିଓ
ସରକାରୀ ଭାଷାNone[୧]
Recognised regional languagesଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ
National languageଜାପାନୀ ଭାଷା
ଜାତି
୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ[୨]
ଜାତୀୟତାଜାପାନୀ
Governmentଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର
• ସମ୍ରାଟ
ନାରୁହିତୋ
ଗଠନ
• ଜାତୀୟ ଗଠନ ଦିବସ
ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ. [୩]
• ମେଜ୍ଜି ସମ୍ବିଧାନ
ନଭେମ୍ବର ୨୯, ୧୮୯୦
• ଏବେକାର ସମ୍ବିଧାନ
ମେ ୩, ୧୯୪୭
• ସାନଫାନ୍ସିସକୋ

ଏପ୍ରିଲ୍ ୨୮, ୧୯୫୨
• ଜଳଭାଗ (%)
୦.୮
ଲୋକସଂଖ୍ୟା
• ୨୦୧୦ estimate
୧୨୭,୩୬୦,୦୦୦[୪] (୧୦)
• ୨୦୦୦ census
୧୨,୭୩,୩୩,୦୦୨
• ଘନତା
337.1/km2 (873.1/sq mi) (୩୬)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୦ estimate
• ମୋଟ
$୪.୩୦୮ trillion[୫] (୩)
• ମୁଣ୍ଡପିଛା
$୩୩,୮୨୮[୫] (୨୪ ତମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୦ estimate
• ମୋଟ
$୫,୩୯୦ trillion[୫] (୩ୟ)
• ମୁଣ୍ଡପିଛା
$୪୨,୩୨୫[୫] (୧୭ଶ)
ଜିନି ଗୁଣାଙ୍କ38.1 (2002)[୬]
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2010)Increase 0.884[୭]
Error: Invalid HDI value · 11th
ମୁଦ୍ରାଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ)
ଜାପାନୀ ସଙ୍କେତ ବା ପାରମ୍ପରିକ କାଞ୍ଜିରେ ()) ଏନ ଭାବେ ଉଚ୍ଚାରିତ (JPY)
ସମୟ ମଣ୍ଡଳUTC+9 (ଜେ.ଏସ.ଟି.)
• Summer (DST)
UTC+9 (ଜଣାନାହିଁ)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼81
Internet TLD.jp

ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।

ଆଧାର