ସଂସଦୀୟ ଗଣତନ୍ତ୍ର

ସଂସଦୀୟ ପ୍ରଜାତନ୍ତ୍ର ହେଉଛି ପ୍ରଜାତନ୍ତ୍ରର ଏକ ସ୍ୱରୂପ ଯେଉଁଥିରେ କାର୍ଯ୍ୟପାଳିକା ନିଜର ସମସ୍ତ ସାମର୍ଥ୍ଯ ତଥା ଅଧିକାର ଏହାର ବ୍ଯବସ୍ଥାପିକାଠାରୁ ପ୍ରାପ୍ତ କରିଥାଏ । ଏଥିପାଇଁ କାର୍ଯ୍ୟପାଳିକା କିମ୍ବା କାର୍ଯ୍ୟପାଳ ସବୁବେଳ ବ୍ଯବସ୍ଥାପିକାଠାରେ ଉତ୍ତରଦାୟୀ ହୋଇ ରହେ ।[୧] ସଂସଦୀୟ ତନ୍ତ୍ରରେ ସାଧାରଣତଃ ରାଷ୍ଟ୍ରମୁଖ୍ୟ, ଶାସନମୁଖ୍ଯଙ୍କଠାରୁ ଅଲଗା ଥାଆନ୍ତି । ଅପରପକ୍ଷେ କାର୍ଯ୍ୟପାଳିକା ତନ୍ତ୍ରରେ କାର୍ଯ୍ୟପାଳ ବହୁସମୟରେ ଦେଶର ମୁଖ୍ଯ ଥାଆନ୍ତି ଏବଂ ନିଜର ଅଧିକାର ପାଇଁ ବ୍ଯବସ୍ଥାପିକା ଉପରେ ନିର୍ଭର କରନ୍ତି ନାହିଁ ।[୨]

ସଂସଦୀୟ ପ୍ରଜାତାନ୍ତ୍ରିକ ରାଷ୍ଟ୍ରମାନେ ସାମ୍ବିଧାନିକ ଏକତନ୍ତ୍ର; ଯେପରିକି - ଯୁକ୍ତରାଜ୍ୟ ଯେଉଁଥିରେ ରାଷ୍ଟ୍ରମୁଖ୍ୟ ଏକତନ୍ତ୍ରୀ କିନ୍ତୁ ଶାସନମୁଖ୍ୟ ସର୍ବଦା ଏକ ସଂସଦୀୟ ସଦସ୍ଯ ହୋଇଥାନ୍ତି କିମ୍ବା ସଂସଦୀୟ ଲୋକତନ୍ତ୍ର; ଯେପରିକି - ଭାରତ ଯେଉଁଠାରେ ରାଷ୍ଟ୍ରମୁଖ୍ୟ ସଂସଦଦ୍ୱାରା ନିର୍ବାଚିତ ହୁଅନ୍ତି ହୋଇପାରନ୍ତି ।

ଆଧାର