ଜୁଲାଇ ୨୦୧୮ ଚନ୍ଦ୍ରଗ୍ରହଣ
ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ ଜୁଲାଇ ୨୦୧୮ | |
---|---|
ଗ୍ରହର ଉପର ଭାଗ ହେଉଛି ଉତ୍ତର ଦିଗ ଚନ୍ଦ୍ର ପୃଥିବୀର ଛାୟାର କେନ୍ଦ୍ର ବିନ୍ଦୁ ଦେଇ ଗତି କରିବ | |
ଦୃଶ୍ୟମାନ ସମୟ (ଘଣ୍ଟା:ମିନିଟ:ସେକେଣ୍ଡ) | |
ସମୁଦାୟ | ୧:୪୨:୫୭ |
ଆଂଶିକ | ୩:୫୪:୩୨ |
ଅର୍ଦ୍ଧଛାୟାଯୁକ୍ତ | ୬:୧୩:୪୮ |
ଏକ ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ ଜୁଲାଇ ୨୦୧୮ରେ ହୋଇଥିଲା । ଏହି ସମୟରେ ଚନ୍ଦ୍ର ପୃଥିବୀର ଛାୟାପଥ ଦେଇ ଅତିକ୍ରମ କରିଥିଲା । ୨୦୧୧ ମସିହା ଜୁନ ୧୫ରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଏହା ପୃଥିବୀର ଛାୟାପଥରେ ଆସିଥିବା ପ୍ରଥମ ଚନ୍ଦ୍ରଗ୍ରହଣ ।
ଯେହେତୁ ଚନ୍ଦ୍ର ପୃଥିବୀର କକ୍ଷପଥରେ ଦୂରତମ ବିନ୍ଦୁରେ ଥିବାବେଳେ ଛାୟାପଥ ଅତିକ୍ରମ କରିଥିଲା, ତେଣୁ ଏହି ଗ୍ରହଣ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଗ୍ରହଣ ହୋଇଥିଲା । ସମୁଦାୟ ଗ୍ରହଣ ସମୟର ପାଖାପଖି ୧୦୩ ମିନିଟ ରହିଥିଲା ।[୧][୨] ଚନ୍ଦ୍ର ପୃଥିବୀର ଛାୟାରେ ସମୁଦାୟ ଚାରି ଘଣ୍ଟା ରହିଥିଲା ।[୩]
ଏହି ଚନ୍ଦ୍ରଗ୍ରହଣଟି ୨୦୧୮ ମସିହାର ଜାନୁଆରୀ ମାସରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣଟି ସମସାମୂହିକ ଭାବରେ ମଙ୍ଗଳ ଗ୍ରହର କକ୍ଷପଥରେ ଆସୁଥିବା ଗ୍ରହ ସହ ମଧ୍ୟ ହେବ । ଏହିଭଳି ସମସାମୟିକ ଗ୍ରହଣ ପ୍ରତ୍ୟେକ ୨୫,୦୦୦ ବର୍ଷରେ ହୋଇଥାଏ ।[୪]
ଦୃଶ୍ୟମାନ
ଏହି ଗ୍ରହଣଟି ସମ୍ପୂର୍ଣ୍ଣ ଭାବରେ ପୂର୍ବ ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଦୃଶ୍ୟମାନ ହୋଇଥିଲା । ଏଥିସହିତ ଦକ୍ଷିଣ ଆମେରିକା, ପଶ୍ଚିମ ଆଫ୍ରିକା ଏବଂ ୟୁରୋରେ ଏହାର ଆରମ୍ଭ ଦୃଶ୍ୟମାନ ହେବା ସହ ପୂର୍ବ ଏସିଆ ଓ ଅଷ୍ଟ୍ରଲିଆରେ ଏହାର ଶେଷ ଦୃଶ୍ୟମାନ ହୋଇଥିଲା ।[୫]
ପୃଥିବୀର ଦୂରତମ କକ୍ଷରେ ମନ୍ଦ୍ରରୁ ପୃଥିବୀର ଦୃଶ୍ୟ |
ଦୃଶ୍ୟମାନ ହେବାକୁ ଥିବା ମାନଚିତ୍ର |
ପୃଷ୍ଠଭୂମି
ଯେତେବେଳେ ପୃଥିବୀର ଛାୟ ଦେଇ ଚନ୍ଦ୍ର ଗତି କରେ, ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଗ୍ରହଣର ଆରମ୍ଭରେ ପୃଥିବୀର ଛାଇ ପ୍ରଥମେ ଚନ୍ଦ୍ରକୁ ଆଂଶିକ ଅନ୍ଧକାର କରେ । ପରେ ଏହି ଛାୟା ଧୀରେ ଧୀରେ ବଢ଼ିବାକୁ ଲାଗେ ଏବଂ ଚନ୍ଦ୍ରର କିଛି କିଛି ଭାଗକୁ ଢାଙ୍କିବାକୁ ଲାଗିଥାଏ । ଚନ୍ଦ୍ରଗ୍ରହଣ ବେଳେ ଛାୟା ବଢ଼ିବା ସହିତ ଏହାର ରଙ୍ଗ ବଦଳି ଧୀରେ ଧୀରେ ନାଲି-ଧୂସର ହୋଇଥାଏ (ବାୟୁମଣ୍ଡଳର ଅବସ୍ଥା ଉପରେ ଏହି ରଙ୍ଗ ନିର୍ଭର କରେ) । ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡ଼ିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବାବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ଣ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।[୬]
ଉପରେ ଉଲ୍ଲେଖ କରାଯାଇଥିବା ଅନୁକରଣ ପୃଥିବୀର ଛାୟା ମାଧ୍ୟମରେ ଚନ୍ଦ୍ରର ଉପସ୍ଥିତିକୁ ଦର୍ଶାଉଛି । ପୃଥିବୀର ଛାୟା ମଧ୍ୟ ଦେଇ ପ୍ରବେଶ କଲାବେଳେ ଚନ୍ଦ୍ରରେ ବଦଳୁଥିବା ଅନ୍ଧାକାର ଓ ରଙ୍ଗକୁ ଦର୍ଶାଯାଇଛି । ଚନ୍ଦ୍ର ଉତ୍ତର ଗୋଲାର୍ଦ୍ଧ ପୃଥିବୀର ଛାୟା ଆଡ଼କୁ ନିକଟର ହୋଇଥାଏ, ଫଳରେ ଏହା ଅଧିକ ଅନ୍ଧକାର ହୋଇଥାଏ ଏବଂ ଅଧିକ ଲାଲ ଦେଖାଯାଇଥାଏ ।
ସ୍ଥାନ ଅନୁସାରେ ଦୃଶ୍ୟମାନ
- ଚାଇନାର ନାଞ୍ଜିଙ୍ଗ୍ରୁ ୧୮:୨୬ UTCରେ ନିଆଯାଇଥିବା ଆଂଶିକ ଦୃଶ୍ୟ
- ୧୮:୫୨ UTCରେ ଗ୍ରହଣ ଆରମ୍ଭବେଳେ ଏଥେନ୍ସରୁ ନିଆଯାଇଥିବା ଦୃଶ୍ୟ
- ୧୯:୧୨ UTCରେ ମସ୍କୋ ସହରରୁ ନିଆଯାଇଥିବା ଦୃଶ୍ୟ
- ୧୯:୨୭ UTCରେ ଲିମାସୋଲରୁ ନିଆଯାଇଥିବା ଦୃଶ୍ୟ
- ୧୯:୩୨ UTCରେ ଟାସ୍କେଣ୍ଟ ସହରରୁ ନିଆଯାଇଥିବା ଗ୍ରହଣର ଦୃଶ୍ୟ
- ୧୯:୩୩ UTCରେ ଇସ୍ରାଏଲର ଜେରୁସାଲେମରୁ ନିଆଯାଇଥିବା ଚନ୍ଦ୍ରଗ୍ରହଣର ଦୃଶ୍ୟ
- ଅଷ୍ଟ୍ରେଲିଆର ଚେଲ୍ସିଆରୁ ୧୯:୪୮ UTCରେ ନିଆଯାଇଥିବା ଗ୍ରହଣ ଏବଂ ମଙ୍ଗଳ ଗ୍ରହର ଦୃଶ୍ୟ
- ଫିଲିପାଇନ୍ସର ଏକ ସହରରୁ ୧୯:୫୨ UTCରେ ନିଆଯାଇଥିବା ଦୃଶ୍ୟ
- ୨୦:୨୭ UTCରେ ଚେଲ୍ସିଆ ସହରରୁ ନିଆଯାଇଥିବା ଦୃଶ୍ୟ
- ୨୦:୧୧ UTCରେ ଗାବୋରୋନ୍ରୁ ଦୃଶ୍ୟ
- ୨୦:୧୪ UTCରେ ବାକ୍ଜାଲ୍ ଜର୍ମାନରୁ ଦୃଶ୍ୟ
- ୨୦:୫୩ UTCରେ ଜର୍ମାନର ଲୋନ୍ସୀରୁ ଏକ ଦୃଶ୍ୟ
- ୨୧:୧୮ UTCରେ ବର୍ଲିନ୍ରୁ ନିଆଯାଇଥିବା ଏକ ଦୃଶ୍ୟ
- ୨୧:୧୮ UTCରେ ବର୍ଲିନ୍ରୁ ଏକ ଦୃଶ୍ୟ
ଆଧାର
ବାହାର ଆଧାର
- Where to see the eclipse and public events (Go Stargazing) Archived 2018-09-02 at the Wayback Machine.
- Hermit eclipse: 2018-07-27