ଦେବୀ

ହିନ୍ଦୁ ଧର୍ମରେ ଦେବୀ ଏକ ସ୍ୱର୍ଗୀୟ ଓ ଶକ୍ତିମୟୀ ନାରୀର ରୂପ ଅଧିକାର କରିଛନ୍ତି ।

ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।

ହିନ୍ଦୁ ଧର୍ମର ଠାକୁରାଣୀ ଦେବୀ
ଅଷ୍ଟାଦଶ ଶତାବ୍ଦୀରେ କାମ୍ବୋଡ଼ିଆରେ ଥିବା ଉମା (Uma)
ନବମ ଶତାବ୍ଦୀରେ ଭାରତରେ ଥିବା ଗୌରୀ (Gauri)

ଖ୍ରୀ:ପୂ: ୨୦୦୦ ବର୍ଷରେ ବେଦରେ (Vedas) ଦେବୀ ଶବ୍ଦର ଚିନ୍ତାଧାରା ଆରମ୍ଭ ହୋଇଥିଲା ଯାହା ଶ୍ରଦ୍ଧା ସୂଚକ ଥିଲା କିନ୍ତୁ ସେହି ଯୁଗରେ ଏହାର କେନ୍ଦ୍ରୀୟ ଭୂମିକା ନଥିଲା ।[୧] ଠାକୁରାଣୀ ପାର୍ବତୀଦୁର୍ଗାଙ୍କ ପୂଜା ଓ ଶ୍ରଦ୍ଧା ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଛି ।[୧] ମଧ୍ୟ ଯୁଗର ସାହିତ୍ୟ ଓ ପୁରାଣରେ ଦେବୀ ଶବ୍ଦ ପ୍ରୟୋଗର ଏକ ବିରାଟ ବିସ୍ତୃତି ଲକ୍ଷ କରାଗଲା ଯେପରିକି ଦେବୀ ମହାତ୍ମ୍ୟ (Devi Mahatmya) ଏବଂ ସେଥିରେ ସେ ସତ୍ୟ ଓ ଅନନ୍ତ ଶକ୍ତିର ଅଧିକାରୀ ଥିବା ଦର୍ଶାଯାଇଥିଲା । ଏହା ଯୋଗୁ ହିନ୍ଦୁମାନଙ୍କର ଶାକ୍ତ ପରମ୍ପରା ସୃଷ୍ଟି ହୋଇଥିଲା ।[୨]

ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦେବୀ ଏକ ସ୍ୱର୍ଗୀୟ ନାରୀର ରୂପ ଅଧିକାର କରିଛନ୍ତି । [୩] ଶକ୍ତି ଓ ଶୈବ ପରମ୍ପରାରେ ଠାକୁରାଣୀଙ୍କୁ ଏକ ଶକ୍ତି କେନ୍ଦ୍ର ଭାବରେ ଦେଖାଯାଏ । [୧][୪]

ଶବ୍ଦ ବ୍ୟୁତ୍ପତ୍ତି

ଖ୍ରୀ:ପୂ: ଦୁଇ ହଜାର ବର୍ଷ ତଳେ ଦେବୀ ଓ ଦେବ ଶବ୍ଦ‌ଦ୍ୱୟ ବେଦରେ ଥିଲା । ଦେବ ଏକ ପୁଂଲିଙ୍ଗ ଓ ଏହାର ସ୍ତ୍ରୀ ଲିଙ୍ଗ ଦେବୀ । ମୋନିଏର-ଉଇଲିଅମ (Monier-Williams) ଏହାକୁ ଅନୁବାଦ କରି ସ୍ୱର୍ଗୀୟ ନାମ ଦେଇଛନ୍ତି ।[୫] ଲାଟିନ ଭାଷାର ଡିଆ (dea) ଓ ଗ୍ରୀକ ଭାଷାର ଥିଆ (thea) ଶବ୍ଦ ସ‌ହିତ ମଧ୍ୟ ସାମଞ୍ଜସ୍ୟ ରହିଛି ।[୬] ତାଙ୍କୁ ହିନ୍ଦୁ ଧର୍ମରେ ସ୍ୱର୍ଗୀୟ ମାତା ମଧ୍ୟ କୁହାଯାଏ ।[୭] ଦେବଙ୍କୁ ମଧ୍ୟ ଦେବତା କୁହାଯାଏ [୫] ଓ ଦେବୀଙ୍କୁ ଦେବୀକା କୁହାଯାଏ । [୮]

ଡଗଲାସ ହାର୍ପର ମତ ଅନୁସାରେ ଦେବ ଶବ୍ଦର ଅର୍ଥ ଉଜ୍ଜ୍ୱଳ (*div- "to shine,"), ଗ୍ରୀକ୍ ଶବ୍ଦ ଡିଓସ ଅର୍ଥ ମଧ୍ୟ ସ୍ୱର୍ଗୀୟ, ଜେଅସ (Zeus) ଓ ଲାଟିନ ଭାଷାରେ ଡେଉସ ଓ ପୁରୁଣା ଲାଟିନରେ ଡେଇଭୋସ (Old Latin deivos) ନାମ ସ‌ହିତ ସାମଞ୍ଜସ୍ୟ ଅଛି । [୯]

ଇତିହାସ

ଋକ୍ ବେଦରେ ଥିବା (Rigveda) ଦେବୀସୁକ୍ତର (Devīsūkta) ୧୦.୧୨୫.୧ରୁ ୧୦.୧୨୫.୮ ଶ୍ଳୋକରେ ଦେବୀଙ୍କର ପରମ ସତ୍ୟ ବିଷୟ ଘୋଷଣା କରାଯାଇଛି ।[୧୦][୧୧]

ମୁଁ କୌଣସି ଉପରିସ୍ଥ ଶକ୍ତିର ପ୍ରରୋଚନାରେ ନଥାଇ ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଛି ଓ ତାହାରି ମଧ୍ୟରେ ରହିଛି । ପୃଥବୀ ଓ ଆକାଶରେ ମୁଁ ପରିବ୍ୟାପ୍ତ ହୋଇ ରହିଛି ଓ ସମସ୍ତ ସୃଷ୍ଟିର ମୁଁ ରଚୟିତା ଓ ତାହା ମଧ୍ୟରେ ମୁଁ ଶାଶ୍ୱତ ଓ ଅନିର୍ଦ୍ଦିଷ୍ଟ ଚେତନା ‌ସ‌ହିତ ରହିଛି ।

- ଦେବୀ ସୁକ୍ତ, ଋକବେଦ ୧୦.୧୨୫.୮ ଜୁନ ମ୍ୟାକଡାନିଦ୍ୱାରା ଅନୁବାଦ କରାଯାଇଛି । [୧୦][୧୧][୧୨]

ବେଦରେ ଅନେକ ଦେବୀଙ୍କ ବିଷୟ ଲେଖାଯାଇଛି ଯେପରିକି ପାର୍ବତୀ (ଶକ୍ତି), ପୃଥିବୀ, ଅଦିତି , ବାକ (ଶବ୍ଦ), ନିର୍ରତି (ବିନାଶ), ରାତ୍ରୀ, ଅରନ୍ୟାନି (ଜଙ୍ଗଲ) ଓ ବରଦାୟୀନି ଦେବୀ ଯେପରିକି ଦିନସାନ, ରାକା, ପୁରାମଧି, ପରେନ୍ଦି, ଭାରତି ଓ ମାହି ଭଳି ଅନେକ ନାମ ଋକବେଦରେ ଅଛି । [୧]:6–17, 55–64 କିନ୍ତୁ ଦେବତାଙ୍କ (Devas) ଭଳି ଦେବୀଙ୍କ ବିଷୟ ବାରମ୍ବାର ଆଲୋଚନା ହୁଏ ନାହିଁ । [୧] ଶେଷ ବେଦ ଲେଖାରେ ପ୍ରାକ୍ ବୁଦ୍ଧ ସମୟରେ ପାର୍ବତୀଙ୍କ କଥା ଲେଖାଯାଇଛି କିନ୍ତୁ ତାଙ୍କ ବିଷୟରେ ସମର୍ପିତ ଶ୍ଳୋକ ବେଦ ଯୁଗରେ ବିକଶିତ ହୋଇଥିବା ଜଣାଯାଏନି ।[୧] ବେଦ ଯୁଗରେ ସମସ୍ତ ଦେବ ଦେବୀ ପ୍ରତିଷ୍ଠିତ ଥିଲେ,[୧] କିନ୍ତୁ ଦେବ ପରବର୍ତ୍ତୀ କାଳରେ ମଧ୍ୟବର୍ତ୍ତୀ ଯୁଗର ସାହିତ୍ୟରେ ଏକମାତ୍ର ଦେବୀଙ୍କ ବିଷୟ ଲେଖାଯାଇଛି ଯିଏ ସର୍ବଶକ୍ତିମୟୀ ଅଟନ୍ତି । [୧୩]


ଆଧାର