ନାରୀବାଦ

ନାରୀବାଦର ବିଚାରଧାରା  ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଭାଗ ଯାହାର ମୂଳ ଲକ୍ଷ ସମାଜରେ ନାରୀଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରେଇବା । [୧][୨] ଏହା ନାରୀଙ୍କୁ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସମାନ ଅଧିକାର ଦିଏ । 

ନାରିବାଦର ପ୍ରତୀକ 

ବିଭିନ୍ନ ମହିଳା ସଂଗଠନ ସମାଜରେ ନାରୀଙ୍କୁ କିପରି ସମାନ ଅଧିକାର ଦିଆଯିବ ତାହା ନେଇ ଅଭିଯାନ କରନ୍ତି, ସେହି ଅଧିକାର ଗୁଡ଼ିକ ହେଲା, ଭୋଟର ଅଧିକାର, ସମାନ ଦରମା, ଶିକ୍ଷାର ଅଧିକାର ଓ ଅନ୍ୟ ଅଧିକାର ସାବ୍ୟସ୍ତ କରିବାରେ ସହାୟତା କରିଥାଏ । ନାରିବାଦର ବିଚାର ରଖୁଥିବା ଲୋକ ମହିଳାଙ୍କୁ ବିଭିନ୍ନ ଘରୋଇ ହିଂସା, ବଳତ୍କାର ଓ ଯୌନଉତ୍ପୀଡନରୁ ନିଜକୁ କିପରି ମୁକୁଳେଇବ ତାହା ନେଇ ସହାୟତା ମଧ୍ୟ କରନ୍ତି । [୩]

ଇତିହାସ

୬  ମଇ ୧୯୧୨ରେ ପ୍ଯାରିସରେ ମହିଳା ଅଧିକାର ପାଇଁ ପ୍ଯାରେଡ କରୁଥିବା ମହିଳାମାନେ। 

ଚାର୍ଲ୍ସ ଫୌରିଅର, ଜଣେ ଉଟୋପୀୟ ସମାଜସେବୀ ଓ ଫରାସୀ ଦାର୍ଶନିକ ୧୮୩୭ ମସିହାରେ ପ୍ରଥମ ଥର ପାଇଁ ନାରୀବାଦ ଶବ୍ଦର ପକ୍ଷ ରଖିଥିଲେ । ନାରୀବାଦର ସପକ୍ଷରେ ଥିବା ବିଭିନ୍ନ ଇତିହାସକାର ଇତିହାସରେ ନାରୀଙ୍କ ଅଧିକାର ନିମନ୍ତେ ହେଇଥିବା ଅଭିଯାନକୁ ନାରୀବାଦର ଆନ୍ଦୋଳନର ଭାଗ ବୋଲି ଦର୍ଶାନ୍ତି । [୪]

ଆନ୍ଦୋଳନ ଓ ବିଚାରଧାରା 

ନାରୀବାଦର ମୂଳ ବିଚାରଧାରା ହେଉଛି ସମାଜରେ ମହିଳାଙ୍କ ଅଧିକାର। 

ଆଧାର