ନିକୋଲାସ୍ ୱିଣ୍ଟନ୍

ଜଣେ ବ୍ରିଟିଶ ମାନବିକତାବାଦୀ

ସାର୍ ନିକୋଲାସ୍ ଜର୍ଜ ୱିଣ୍ଟନ୍ (ଜନ୍ମ ୱର୍ଟାଇମ୍ ; ୧୯ ମଇ ୧୯୦୯ - ୧ ଜୁଲାଇ ୨୦୧୫) ଜଣେ ବ୍ରିଟିଶ ମାନବିକତାବାଦୀ ଥିଲେ ଯିଏ କି ନାଜି ଜର୍ମାନୀଦ୍ୱାରା ହତ୍ୟା ହେବାର ଆଶଙ୍କା ଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ | ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟେନକୁ ଯାଇଥିବା ଜର୍ମାନ-ଯିହୁଦୀ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ୱିଣ୍ଟନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଚେକୋସ୍ଲୋଭାକିଆରୁ ୬୬୯ ପିଲାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଚେକୋସ୍ଲୋଭାକିଆକୁ ଏକ ସଂକ୍ଷିପ୍ତ ଗସ୍ତରେ ଯାଇଥିବା ସମୟରେ ସେ ଉଦ୍ଧାର ଆବଶ୍ୟକ କରୁଥିବା ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ବ୍ରିଟେନକୁ ଫେରିବା ପରେ ସେ ପିଲାମାନଙ୍କୁ ବ୍ରିଟେନକୁ ଆଣିବା ଏବଂ ସେମାନଙ୍କ ପାଇଁ ଘର ଓ ପ୍ରାୟୋଜକ ଖୋଜିବା ପାଇଁ ଆଇନଗତ ଆବଶ୍ୟକତା ପୂରଣ କରିବାରେ କାର୍ଯ୍ୟ କରିଥିଲେ। [୧]ଏହି ଅପରେସନ୍ ପରେ ସେ ଚେକ କିଣ୍ଡରଟ୍ରାନ୍ସପୋର୍ଟ ଭାବରେ ପରିଚିତ ହୋଇଥିଲେ |

ସାର୍

ନିକୋଲାସ୍ ୱିଣ୍ଟନ୍
୧୦ ଅକ୍ଟୋବର ୨୦୦୭ ପ୍ରାଗ‌ରେ ୱିଣ୍ଟନ୍
ଜନ୍ମ
ନିକୋଲାସ୍ ଜର୍ଜ ୱର୍ଟ୍ଇମ୍

(1909-05-19)୧୯ ମଇ ୧୯୦୯
ହାମ୍ପଷ୍ଟେଡ୍, ଲଣ୍ଡନ, ଇଂଲଣ୍ଡ
ମୃତ୍ୟୁ୧ ଜୁଲାଇ ୨୦୧୫(2015-07-01) (ବୟସ ୧୦୬)
ସ୍ଲଗ, ବର୍କଶାୟର୍, ଇଂଲଣ୍ଡ
ଶିକ୍ଷାଷ୍ଟୋ ସ୍କୁଲ୍
ବୃତ୍ତିବ୍ୟାଙ୍କର୍
ବୈବାହିକ-ସାଥୀ
ଗ୍ରେଟ୍ ଗେଲଷ୍ଟ୍ରପ
(before ୨୦୧୫)
ସନ୍ତାନ

ତାଙ୍କର ମାନବିକ ସଫଳତା ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୧୯୮୮ ପର୍ଯ୍ୟନ୍ତ ବିଶ୍ୱକୁ ଦୃଷ୍ଟି ଗୋଚର ହୋଇନଥିଲା ଯେତେବେଳ ପର୍ଯ୍ୟନ୍ତ ସେ ବିବିସି ଟେଲିଭିଜନର କାର୍ଯ୍ୟକ୍ରମ ଦ୍ୟାଟ୍ସ୍ ଲାଇଫକୁ ନିମନ୍ତ୍ରିତ ହୋଇନଥିଲେ । ସେହି କାର୍ଯ୍ୟକ୍ରମରେ ସେ ବ୍ରିଟେନକୁ ଆସିବାରେ ସାହାଯ୍ୟ କରିଥିବା ଅନେକ ପିଲାଙ୍କ ସହ ପୁନଃ ମିଳନ ହୋଇଥିଲେ ଏବଂ ସେମାନଙ୍କର ଅନେକ ପିଲା ଏବଂ ନାତି ନାତୁଣୀଙ୍କ ସହିତ ପରିଚିତ ହୋଇଥିଲେ | ବ୍ରିଟିଶ ପ୍ରେସ ସମ୍ମାନ କରି ତାଙ୍କୁ "ବ୍ରିଟିଶ ସ୍କିଣ୍ଡଲର " ବୋଲି ଡ଼ାକିଥିଲେ। [୨] ୨୦୦୩ ରେ, ୱିଣ୍ଟନ୍ ରାଣୀ ଏଲିଜାବେଥ‌ଙ୍କଦ୍ୱାରା ମାନବିକତାର ସେବା, ଯିହୁଦୀ ପିଲାମାନଙ୍କୁ ନାଜି-ଅଧିକୃତ ଚେକୋସ୍ଲୋଭାକିଆରୁ ରକ୍ଷା କରିବା ହେତୁ " ନାଇଟ୍ " ଉପାଧି ପାଇଥିଲେ। ୨୮ ଅକ୍ଟୋବର ୨୦୧୪ ରେ, ଚେକ ରାଷ୍ଟ୍ରପତି ମିଲୋଶ ଜେମାନଙ୍କଙ୍କଦ୍ୱାରା ଚେକ ଗଣତନ୍ତ୍ରର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦ ହ୍ୱାଇଟ୍ ଲାଇଅନ୍ ( ପ୍ରଥମ ଶ୍ରେଣୀ) ପ୍ରଦାନ କରାଯାଇଥିଲା। ୱିଣ୍ଟନ୍ ୧ ଜୁଲାଇ ୨୦୧୫ରେ ୧୦୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ [୩]

ଆଧାର