ପାଇରିଡକ୍ସିନ

ପାଇରିଡକ୍ସିନ (ଇଂରାଜୀ ଭାଷାରେ Pyridoxine, ଅନ୍ୟ ନାମ ଭିଟାମିନ ବି /vitamin B6ପାଇରିଡକ୍ସଲ/pyridoxol) ଏକ ପ୍ରକାର ଜୀବସାର ଖ ଯାହା ସାଧାରଣତଃ ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । [୧] ଖାଦ୍ୟ ଅନୁପୂରକ ଭାବରେ ଏହା ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଉଥିବା ରୋଗମାନଙ୍କ ନାମ ଯଥାକ୍ରମେ ପାଇରିଡକ୍ସିନ ଅଭାବ (pyridoxine deficiency), ସିଡେରୋବ୍ଲାସ୍ଟିକ ଆନିମିଆ (sideroblastic anaemia), ପାଇରିଡକ୍ସିନ-ଡିପେଣ୍ଡେଣ୍ଟ ଏପିଲେପ୍ସି (pyridoxine-dependent epilepsy), କେତେକ ମେଟାବୋଲିକ ଡିଜଅର୍ଡ଼ର (metabolic disorders), ଆସୋନିଆଜିଡ (isoniazid) ସମସ୍ୟା ଓ ଛତୁ ବିଷକ୍ରିୟା (mushroom poisoning) । [୩][୧] ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ପାଇରିଡକ୍ସିନ
Pyridoxine
Clinical data
Synonymsvitamin B6,[୧] pyridoxol[୨]
AHFS/Drugs.commonograph
Pregnancy
category
  • US: A (No risk in human studies) and C
Routes of
administration
by mouth, IV, IM, subQ
ATC code
Identifiers
IUPAC name
  • 4,5-Bis(hydroxymethyl)-2-methylpyridin-3-ol
CAS Number
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.548 Edit this at Wikidata
Chemical and physical data
FormulaC8H11NO3
Molar mass୧୬୯.୧୮ g·mol−1
3D model (JSmol)
Melting point159 to 162 °C (318 to 324 °F)
SMILES
  • OCc1cnc(C)c(O)c1CO
InChI
  • InChI=1S/C8H11NO3/c1-5-8(12)7(4-11)6(3-10)2-9-5/h2,10-12H,3-4H2,1H3
     checkY
  • Key:LXNHXLLTXMVWPM-UHFFFAOYSA-N

ପାଇରିଡକ୍ସିନ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ । ବେଳେବେଳେ ମୁଣ୍ଡବଥା, କାଲୁଆ ଅନୁଭବ ଓ ନିଦୁଆ ଆଦି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ । ପାଇରିଡକ୍ସିନ ଏକ ଭିଟାମିନ ବି/ଜୀବସାର ଖ ଶ୍ରେଣୀର ଭିଟାମିନ । ଶରୀରରେ ଆମିନୋ ଏସିଡ (amino acids), ଶ୍ୱେତସାର (carbohydrates) ଓ ଲିପିଡ (lipids) ତିଆରି କରିବାରେ ପାଇରିଡକ୍ସିନ ଆବଶ୍ୟକ ହୁଏ । [୩] ଫଳ (fruit), ପନିପରିବା (vegetables) ଓ ଶସ୍ୟମାନଙ୍କରେ (grain) ଏହାର ଉତ୍ସ ଥାଏ ।[୪]

ସନ ୧୯୩୪ରେ ପାଇରିଡକ୍ସିନ ଆବିଷ୍କୃତ ହୋଇଥିଲା, ସନ ୧୯୩୪ରେ ପୃଥକ କରାଯାଇଥିଲା ଓ ସନ ୧୯୩୯ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୦.୫୯ରୁ ୩.୫୪ ଆମେରିକୀୟ ଡଲାର ।[୮] ଅନେକ ଦେଶମାନଙ୍କରେ ଖାଦ୍ୟରେ (breakfast cereal) ଏହା ମିଶେଇ ଦିଆଯାଏ । [୪]

ଆଧାର