ପାର୍କିନ୍‌ସନ୍ ରୋଗ

ପାର୍କିନ୍‌ସନ୍ ରୋଗ (ପିଡି) ବା ସକମ୍ପ ଅଙ୍ଗ‌ଘାତ, କେନ୍ଦ୍ରୀୟ ସ୍ନାୟୁମଣ୍ଡଳର ଏକ ଦୀର୍ଘକାଳୀନ ବେମାରୀ ଯାହା ମଟର ସିସ୍ଟମକୁ ଆକ୍ରମଣ କରେ ।[୧] ଲକ୍ଷଣ ସମୂହ ସମୟ କ୍ରମେ ଧୀରେ ଧୀରେ ପ୍ରକାଶ ପାଏ । କମ୍ପନ (shaking), ଦୃଢ଼ତା (rigidity), ଧୀର ଚଳନ (slowness of movement) ଓ ଚାଲି ଅସୁବିଧା (difficulty with walking) ଇତ୍ୟାଦି ଲକ୍ଷଣମାନ ପ୍ରଥମରୁ ଦେଖାଯାଏ । [୧] ବୋଧଶକ୍ତି (Thinking) ଓ ବ୍ୟବ‌ହାରିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଅନ୍ତିମ ସମୟରେ ବୁଦ୍ଧି ଭ୍ରଂଶ (en:Dementia) ହୁଏ । ଏକ ତୃତୀୟାଂଶରୁ ଅଧିକ ରୋଗୀଙ୍କର ଅବସାଦ Depression ଓ ଉତ୍କଣ୍ଠା ଜାତ ହୁଏ ।[୨] ଅନ୍ୟ ଲକ୍ଷଣମାନ: ନିଦ୍ରା ସମସ୍ୟା (sleep), ଆବେଗ (en:emotion) ଓ ସ୍ପର୍ଶ (sensory) ସମସ୍ୟାମାନ ଦେଖାଯାଇପାରେ ।[୧][୨] ମୂଖ୍ୟ ମଟର ଲକ୍ଷଣ ଗୁଡ଼ିକୁ ସାମୂହିକ ଭାବରେ ପାର୍କିନସୋନିଜ୍ମ ବା ପାର୍କିନସୋନିଆନ ସିଣ୍ଡ୍ରୋମ କୁହାଯାଏ । [୩][୪]

ପାର୍କିନ୍‌ସନ୍ ରୋଗ
ଇଡିଓପାଥିକ ବା ପ୍ରାଇମେରୀ ପାର୍କିନସୋନିଜ୍ମ, ହାଇପୋକାଇନେଟିକ ରିଜିଡ ସିଣ୍ଡ୍ରୋମ ଓ ପାରାଲିସିସ ଏଜିଟାନ୍ସ ।
Two sketches (one from the front and one from the right side) of a man, with an expressionless face. He is stooped forward and is presumably having difficulty walking.
ଉଇଲିଅମ ରିଚାର୍ଡ଼ ଗାୱାରଙ୍କ (en:William Richard Gowers) ଅଙ୍କିତ ଚିତ୍ରରେ (A Manual of Diseases of the Nervous System - 1886) ପାର୍କିନସନ ରୋଗୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସ୍ନାୟୁ ବିଜ୍ଞାନ
ଆଇସିଡ଼ି-୧୦G20., F02.3
ଆଇସିଡ଼ି-୯-ସିଏମ୍332
ଓଏମ୍‌ଆଇଏମ୍168600 556500
ରୋଗ ଡାଟାବେସ9651
ମେଡ଼ିସିନ-ପ୍ଲସ000755
ଇ-ମେଡ଼ିସିନneuro/304 neuro/635 in young
pmr/99 rehab
MeSHD010300
GeneReviews

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ କିନ୍ତୁ ପରିବେଶ ଓ ଜେନେଟିକ କାରକମାନଙ୍କର ପ୍ରଭାବ ଥିବା ବିଶ୍ୱାସ କରାଯାଏ । ପରିବାରରେ କେହି ଜଣେ ଏହି ରୋଗରେ ପୀଡ଼ିତ ଥିଲେ ଅନ୍ୟମାନଙ୍କ ଏହି ରୋଗ ହେବା ଆଶଙ୍କା ଥାଏ । କେତେକ କୀଟନାଶକ ସଂସ୍ପର୍ଶ ଓ ମୁଣ୍ଡ ଆଘାତ en:head injuries ଏହି ରୋଗ ସଂକଟ ବୃଦ୍ଧି କରାଏ; ଧୂମ୍ରପାୟୀ ଓ କଫି ତ‌ଥା ଚା ପାନ କରୁଥିବା ଲୋକଙ୍କର ଏହି ସଙ୍କଟ କମ ହୁଏ ।[୪][୫] ମଧ୍ୟମସ୍ତିଷ୍କରେ (en:midbrain) ଥିବା ସବସ୍ଟାନ୍‌ସିଆ ନାଇଗ୍ରାରେ (en:substantia nigra) ଜୀବକୋଷମାନଙ୍କ ମୃତ୍ୟୁ ହେଲେ ଏହି ରୋଗରେ ମଟର (ପ୍ରେରକ ସ୍ନାୟୁ) ଲକ୍ଷଣ ଦେଖାଯାଏ । ମଧ୍ୟ ମସ୍ତିଷ୍କସ୍ଥିତ ସ୍ନାୟୁମାନଙ୍କରେ ଡୋପାମିନ୍ ସ୍ୱଳ୍ପ ତିଆରି ହୁଏ ଓ ଗୁଣାତ୍ମକ ନ ଥାଏ ।[୧] ଜୀବକୋଷମାନଙ୍କ ମୃତ୍ୟୁର କାରଣ ସଠିକ୍ ଜଣାନାହିଁ କିନ୍ତୁ ସ୍ନାୟୁ ମଧ୍ୟରେ ଥିବା ଲିଉଇ ବଡିରେ (Lewy bodies) ପ୍ରୋଟିନ ଅଧିକ ହେବା ଯୋଗୁ ହୋଇପାରେ ।[୪] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଗଲେ ମଧ୍ୟ ନିଉରୋଇମେଜିଙ୍ଗ କରି ଅନ୍ୟ ରୋଗ ଅନୁପସ୍ଥିତି ନିର୍ଦ୍ଧାରଣ କରାଯାଏ ।[୧]

ପାର୍କିନ‌୍‌ସନ୍ ରୋଗ ଆରୋଗ୍ୟ ହୁଏନାହିଁ ।[୧] ପ୍ରଥମେ ଲେଭୋଡୋପା ଦିଆଯାଏ ଓ ଏହା ଅକର୍ମା ହୋଇଗଲେ ଡୋପାମିନ୍ ଆଣ୍ଟାଗୋନିସ୍ଟ ଦିଆଯାଏ । ରୋଗର ପ୍ରଗତି ହେବା ସଙ୍ଗେ ସଙ୍ଗେ ସ୍ନାୟୁ କ୍ରମଶଃ ନଷ୍ଟ ହେବାକୁ ଲାଗିଲେ ଏହି ଔଷଧ ପ୍ରଭାବ କମିଯାଏ ଓ ସେହି ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଡିସକାଇନେସିଆ/ ଅପ‌ପ୍ରବାହ (involuntary writhing movements) ଦେଖାଯାଏ ।[୨] ଖାଦ୍ୟ ଓ କେତେକ ପୁନର୍ବାସ ଫଳରେ ଲକ୍ଷଣର ଉନ୍ନତି ହୁଏ ।[୬][୭] ଔଷଧ ଅକାମି ହେଲେ ମଟର ଲକ୍ଷଣ ଉପଶମ ନିମନ୍ତେ ଅପରେଶନ କରି ଗଭୀର ମସ୍ତିଷ୍କ ଉତ୍ତେଜନା (en:deep brain stimulation) ନିମନ୍ତେ ମାଇକ୍ରୋଇଲେକ୍‌ଟ୍ରୋଡ ଭରି ଦିଆଯାଏ ।[୧] ଅଣଚଳନ ଲକ୍ଷଣ ଯେପରିକି ନିଦ୍ରା ଓ ଆବେଗ ସମସ୍ୟା ସମାଧାନ ନିମନ୍ତେ ଚିକିତ୍ସା ଏତେ ଫଳପ୍ରଦ ହେବା ପ୍ରମାଣ ମିଳୁନି ।[୪]

ସନ ୨୦୧୩ରେ ପିଡି ରୋଗ ପୃଥିବୀରେ ପ୍ରାୟ ୫୩ ନିୟୁତ ଲୋକଙ୍କୁ ହୋଇଥିବା ଫଳରେ ୧୦୩,୦୦୦ ମୃତ୍ୟୁ ହୋଇଥିଲା ।[୮][୯] ଏହି ରୋଗ ୬୦ ବର୍ଷ ବୟସ ଉର୍ଦ୍ଧ୍ୱରେ ହୁଏ ଓ ଏହି ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କୁ ଏହି ରୋଗ ହୁଏ ।[୧][୧୦] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ ।[୪] ୪୦ ବା ୫୦ ବର୍ଷ ବୟସ ପୂର୍ବରୁ ଏହି ରୋଗ ହେଲେ ୟଙ୍ଗ ଅନସେଟ ପିଡି ନାମ ଦିଆଯାଏ ।[୧୧] ରୋଗ ନିର୍ଣ୍ଣୟ ହେବା ପରେ ରୋଗୀର ଆୟୁଷ ପ୍ରାୟ ୭ରୁ ୧୪ ବର୍ଷ ଅଧିକ ରହେ ।[୨] ଏହି ରୋଗର ବର୍ଣ୍ଣନା ସନ ୧୮୧୭ରେ ପ୍ରଥମେ ଇଙ୍ଗ୍ଲିଶ ଡାକ୍ତର ଜେମସ୍ ପାର୍କିନ୍‌ସନ୍ (en:James Parkinson) ଲିପିବଦ୍ଧ କରି ଆନ ଏସେ ଅନ ଦି ସେକିଙ୍ଗ ପାଲ୍‌ସି (An Essay on the Shaking Palsy) ନାମ ଦେଇଥିଲେ ।[୧୨][୧୩] ଜନ ସଚେତନତା ନିମନ୍ତେ ପାର୍କିନସନ୍‌ଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ୱର୍ଲଡ ପାର୍କିନସନ ଡେ (World Parkinson's Day) ପାଳନ କରାଯାଏ ଓ ଟୁଲିପ ଫୁଲ (en:tulip) ଏହାର ପ୍ରତୀକ ହୋଇଛି ।[୧୪] ଜନ ସଚେତନତା ବୃଦ୍ଧି ନିମନ୍ତେ ଅଭିନେତା ମାଇକେଲ ଜେ ଫକ୍ସ (en:Michael J. Fox), ଅଲିମ୍ପିକ ସାଇକେଲ ଖେଳାଳୀ ଡେଭିସ ଫିନ୍ନି (en:Davis Phinney) ଓ ସ୍ୱର୍ଗତ ମୁଷ୍ଟିଯୋଦ୍ଧା ମୁହମ୍ମଦ ଅଲ୍ଲିଙ୍କ (en:Muhammad Ali) ନାମ ଉଲ୍ଲେଖ‌ଯୋଗ୍ୟ ।[୧୫][୧୬][୧୭]



ଆଧାର