ପୋଇ

ଗୁଳ୍ମ ଜାତୀୟ ଉଦ୍ଭିଦ

ପୋଇ ବା ବାସେଲା ଆଲ୍ବା ଏକ ଖାଦ୍ଯୋପଯୋଗୀ ଲତା ଜାତୀୟ ଉଦ୍ଭିଦ । ଏହାର ଉତ୍ପତ୍ତି ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ତଥା ନୂଆଗିନିରେ ବୋଲି ବିଶ୍ବାସ କରାଯାଏ। ଏହାର ପତ୍ର ମୋଟା । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ଏବଂ ଏହାର ପତ୍ରକୁ ଶାଗ ରୂପେ ମଧ୍ୟ ବ୍ୟବହାର କରାଯାଏ ।

ପୋଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Core eudicots
ଗଣ:କାରିଓଫିଲେଲ
କୁଳ:ବାସେଲାସି
ପ୍ରଜାତି:ବାସେଲା
ଜାତି:ବା. ଆଲ୍ୱା
ବାଇନୋମିଆଲ ନାମ
ବାସେଲା ଆଲ୍ବା

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆପୋଇ
ସଂସ୍କୃତଉପୋଦିକା, ପୋତକୀ, ମାଲବା, ଅମୃତବଲ୍ଲରୀ
ହିନ୍ଦୀपोई (ପୋଇ)
ତେଲୁଗୁబచ్చలి (ବଚ୍ଚଲି)
ବଙ୍ଗଳାপুঁই শাক (ପୁଇ ଶାକ)

ଶାସ୍ତ୍ରୋକ୍ତ ଗୁଣ

ଶୀତଳ, ରୁଚିକର । ତରଳ ଝାଡା, ରକ୍ତହୀନତା ତଥା କର୍କଟ ରୋଗରେ ଏହାର ଔଷଧୀୟ ବ୍ୟବହାର ହୋଇଆସୁଛି ।[୧]

ବ୍ୟବହାର

ଏହାର ଶୀତଳ ଗୁଣ ଯୋଗୁଁ ପୋଡ଼ା ଘାରେ ପୋଇ ପତ୍ରର ରସ ଏବଂ ଘିଅ ମିଶାଇ ପ୍ରୟୋଗ କରାଯାଏ । ଗର୍ଭବତୀ ମହିଳାଙ୍କ କୋଷ୍ଠକାଠିନ୍ୟ ସମସ୍ୟାରେ ମଧ୍ୟ ପୋଇପତ୍ରର ରସ ବ୍ୟବହାର କରାଯାଏ ।ଏହାର ମୂଳର ରସକୁ ଆମବାତ ସମ୍ପର୍କୀୟ ବ୍ୟଥା ଲାଘବ ପାଇଁ ବ୍ୟବହାର କରାଯାଏ ।[୨][୩]

ଏହାର ପତ୍ରରୁ ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ଛଡା ପୋଇପତ୍ରରେ ଚୁନାମାଛ ପକାଇ ଛେଞ୍ଚଡା ପ୍ରସ୍ତୁତ କରାଯାଏ । ପତ୍ର ଓ କାଣ୍ଡକୁ ଛୋଟ ଛୋଟ କରି କାଟି ଘାଣ୍ଟ ତରକାରୀ କିମ୍ବା ଶୁଖୁଆ ସହିତ ରାଇ କରାଯାଏ । ଏହାର ଛୋଟ କଢ (ପୋଇକଢ)କୁ ମଧ୍ୟ ତରକାରୀ କରାଯାଇଥାଏ । ପୋଇଶାଗ ରାଈ ତଥା ପୋଇଶାଗ ଚିଙ୍ଗୁଡି ଘାଣ୍ଟ ପୋଇଶାଗରୁ ପ୍ରସ୍ତୁତ ଲୋକପ୍ରିୟ ବ୍ୟଞ୍ଜନ ।[୪][୫]

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • http://japsonline.com/admin/php/uploads/1174_pdf.pdf A review of the taxonomy, ethnobotany, phytochemistry and

pharmacology of Basella alba (Basellaceae)