ଫୁସଫୁସ କର୍କଟ

ଫୁସଫୁସରେ ମାଲିଗନାଣ୍ଟ ଅର୍ବୁଦକୁ ଫୁସଫୁସ କର୍କଟ ରୋଗ କୁହାଯାଏ ।

ଫୁସଫୁସ କର୍କଟ, (ଇଂରାଜୀ ଭାଷାରେ ଲଙ୍ଗସ୍ କ୍ୟାନସର ବା ଲୁଙ୍ଗସ କାର୍ସିନୋମା),[୧] ରୋଗ ଏକ ମାଲିଗନାଣ୍ଟ ଅର୍ବୁଦ ଯେଉଁଥିରେ ଫୁସଫୁସ ତନ୍ତୁରେ ଥିବା ଜୀବକୋଷମାନଙ୍କର ସଂଖ୍ୟାର ଅଦମନୀୟ ବୃଦ୍ଧି ଘଟେ ।[୨] ଚିକିତ୍ସା ନ ହେଲେ ଏହି ବୃଦ୍ଧି ଫୁସଫୁସ ପାର ହୋଇ ନିକଟସ୍ଥ ତନ୍ତୁକୁ ଓ ଏହାର କିଛି ଅଂଶ ଦୂରବର୍ତ୍ତୀ ଅଙ୍ଗମାନଙ୍କୁ ସ୍ଥାନାନ୍ତରିତ ବା ମେଟାସ୍ଟାସିସ (Metastasis) ହୋଇପାରେ ।[୩] ଫୁସଫୁସରେ ହେଉଥିବା କର୍କଟ ମଧ୍ୟରୁ ଅଧିକାଂଶ ପ୍ରାଥମିକ କର୍କଟ ଶ୍ରେଣୀର ଓ ଏପିଥେଲିଅମ୍ ଜାତୀୟ ଜୀବକୋଷରୁ ବୃଦ୍ଧି ହୁଏ ।[୪] ମୂଖ୍ୟ ଫୁସଫୁସ କର୍କଟ ଦୁଇ ପ୍ରକାର ଥାଏ: କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ଓ ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ।[୫] କାଶ, ରକ୍ତମିଶା କଫ, ଓଜନ ହ୍ରାସ ଓ କଷ୍ଟଦାୟକ ଶ୍ୱାସ କ୍ରିୟା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । ଏହା ବ୍ୟତିତ ଅନ୍ୟ ଅଙ୍ଗର କର୍କଟ କୋଷ ମଧ୍ୟ ରକ୍ତରେ ପ୍ରବାହିତ ହୋଇ ଫୁସଫୁସରେ କର୍କଟ ସୃଷ୍ଟି କରନ୍ତି ।[୬]

ଫୁସଫୁସ କର୍କଟ
ଛାତି ଏକ୍ସ ରେରେ ଦେଖାଯାଇଥିବା ଫୁସଫୁସରେ ହୋଇଥିବା ଅର୍ବୁଦ ବା ଟ୍ୟୁମର ତୀର ଚିହ୍ନଦ୍ୱାରା ଦେଖା‌ଯାଇଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], pulmonology[*]
ଆଇସିଡ଼ି-୧୦C33.-C34.
ଆଇସିଡ଼ି-୯-ସିଏମ୍162
ରୋଗ ଡାଟାବେସଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।.htm 7616 ଛାତି ଏକ୍ସ‌-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।
ମେଡ଼ିସିନ-ପ୍ଲସ007194
ଇ-ମେଡ଼ିସିନmed/1333 med/1336 emerg/335 radio/807 radio/405 radio/406
Patient UKଫୁସଫୁସ କର୍କଟ
MeSHD002283

ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଲା ଦୀର୍ଘକାଳୀନ ଧୂମ୍ର ପାନ କରିବା ଯାହାଦ୍ୱାରା ୮୫% କର୍କଟ ହୁଏ ।[୧] ୧୦ରୁ ୧୫ % କର୍କଟ ରୋଗୀ ଜୀବନରେ କେବେ ବି ଧୁମ୍ର ପାନ କରିନଥାଆନ୍ତି ।[୭] ଏମାନେ ଗୁଣସୂତ୍ର ଅସୁବିଧା, ରାଡନ ଗ୍ୟାସ, ଆଜ୍‌ବେସ୍ଟସ, ସେକଣ୍ଡ ହ୍ୟାଣ୍ଡ ଧୂମ୍ର ତଥା ବାୟୁ ପ୍ରଦୂଷଣ ଯୋଗୁ ରୋଗ ଭୋଗିବା ବିଶ୍ୱାସ କରାଯାଏ ।[୮][୯] [୧୦][୧୧] ଛାତି ଏକ୍ସ-ରେ ଓ ସି.ଟି.ସ୍କାନଦ୍ୱାରା ଏହି ରୋଗ ଜଣାପଡେ ।[୧] ବ୍ରୋଙ୍କୋସ୍କୋପି ବା ସି.ଟି ଗାଇଡାନ୍ସ ମାଧ୍ୟମରେ ବାୟୋପ୍ସି କରି ଏହି ରୋଗ ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।[୧୨][୧୩]

ଧୁମ୍ରପାନ ଓ ବାୟୁ ପ୍ରଦୂଷଣ ଏହାର ମୂଖ୍ୟ କାରଣ ହୋଇଥିବାରୁ ଏହାଠାରୁ ଦୂରରେ ରହିଲେ ରୋଗ ପ୍ରତିଷେଧ ହୁଏ ।[୧୪] ଏହି ରୋଗର ଚିକିତ୍ସା କର୍କଟର ସ୍ଟେଜ, ଟାଇପ ଓ ରୋଗୀର ସାଧାରଣ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ: ଏହା ଉପରେ ରୋଗର ଚିକିତ୍ସା ଓ ଫଳାଫଳ ନିର୍ଭର କରେ । [୧] ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୫] ସାଧାରଣ ଚିକିତ୍ସାରେ ଅପରେଶନ, କେମୋଥେରାପି ଓ ରାଡିଏସନ ଥେରାପି ଦିଆଯାଏ ।[୧] ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ରୋଗ ବେଳେ ବେଳେ ଅପରେଶନଦ୍ୱାରା କରାଯାଏ ଓ କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ରୋଗ ଚିକିତ୍ସା କେମୋଥେରାପି ଓ ରେଡିଓଥେରାପିଦ୍ୱାରା କରାଯାଏ ।[୧୫]

ସନ ୨୦୧୨୨ରେ ସାରା ପୃଥିବୀରେ ପ୍ରାୟ ୧.୮ ନିୟୁତ ଲୋକଙ୍କୁ ଫୁସଫୁସ କର୍କଟ ହୋଇଥିବା ଫଳରେ ୧.୬ ନିୟୁତ ମୃତ୍ୟୁ ହୋଇଥିଲା ।[୪] କର୍କଟ ସମ୍ପର୍କୀୟ ମୃତ୍ୟୁରେ ପୁରୁଷଙ୍କ ମଧ୍ୟରେ ଏହା ପ୍ରଥମ ଓ ମହିଳାଙ୍କ ମଧ୍ୟରେ ଏହା ସ୍ତନ କର୍କଟ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।[୧୬] ରୋଗ ନିର୍ଣ୍ଣିତ ହେବା ବୟସ ପ୍ରାୟ ୭୦ ବର୍ଷ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭.୪% ଫୁସଫୁସ କର୍କଟ ରୋଗୀ ରୋଗ ନିର୍ଣ୍ଣୟ ପରଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି, [୧୭] ଯେତେବେଳେ କି ବିକାଶଶୀଳ ଦେଶମାନଙ୍କରେ ଏହାର ଫଳ ଅତି ନିରୁତ୍ସାହ ଜନ‌କ ।[୧୮]

ଆଧାର