ବାଲାମଣି ଆମ୍ମା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ବାଲାମଣି ଆମ୍ମା | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1909-07-19)୧୯ ଜୁଲାଇ ୧୯୦୯ ପୁନ୍ନାୟୁରକୁଳମ, ମାଲାବାର, ମାନ୍ଦ୍ରାଜ |
ମୃତ୍ୟୁ | ୨୯ ସେପ୍ଟେମ୍ବର ୨୦୦୪(2004-09-29) (ବୟସ ୯୫) କୋଚି, କେରଳ |
ବୃତ୍ତି | କବି |
ଶୈଳୀ | କବିତା |
ପୁରସ୍କାର | ପଦ୍ମ ଭୂଷଣ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ସରସ୍ୱତୀ ସମ୍ମାନ, ଆସନ ପୁରସ୍କାର, |
ଜୀବନସାଥୀ | ଭି ଏମ ନାୟାର |
ସନ୍ତାନ | କମଳା ସୁରୈୟା, ସୁଲୋଚନା, ମୋହନଦାସ, ଶ୍ୟାମସୁନ୍ଦର |
ନାଲାପତ ବାଲାମଣି ଆମ୍ମା (୧୯ ଜୁଲାଇ ୧୯୦୯ - ୨୯ ସେପ୍ଟେମ୍ବର ୨୦୦୪) ଜଣେ ମାଲାୟଲମ କବି ଥିଲେ । ତାଙ୍କୁ ମାଲାୟଲମ ଭାଷାର "ମାତୃତ୍ୱର କବି" କୁହାଯାଏ । ''ଆମ୍ମା'', ମୁଥାସ୍ସି, "ମଝୁଭିଣ୍ଟେ କଥା" ଆଦି ତାଙ୍କର ପ୍ରମୁଖ ରଚନା ।[୧] ନାଲାପତ ବାଲାମଣି ଆମାଙ୍କୁ ପଦ୍ମ ଭୂଷଣ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଫେଲୋସିପ ଆଦି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଝିଅ କମଳା ସୁରୈୟା ମଧ୍ୟ ମାଲାୟଲମ ଭାଷାର ଜଣେ ଜଣାଶୁଣା କବି ।[୨]
ବାଲାମଣି ଆମ୍ମା ୧୯୦୯ ମସିହା ଜୁଲାଇ ୧୯ ତାରିଖରେ କେରଳର ତ୍ରିଶୁର ଅନ୍ତର୍ଗତ ପୁଣ୍ୟାୟୁରକୂଳମଠାରେ ଥିବା ତାଙ୍କ ପୈତୃକ ଘର ନାଲାପତଠାରେ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ ମଧ୍ୟ ମାମୁଁ ନାଲାପତ ନାରାୟଣ ମେନନଙ୍କ ତତ୍ତ୍ୱାବଧାନରେ ଓ ତାଙ୍କ ବହି ପଢ଼ି ପଢ଼ି ଜଣେ କବି ହୋଇ ପାରିଥିଲେ । ନାଲାପତ ନାରାୟଣ ମେନନ ଓ କବି ଭଲ୍ଲାଥଲ ନାରାୟଣ ମେନନଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ ।
ବାଲାମଣି ଆମ୍ମା ୧୯ ବର୍ଷ ବୟସରେ ଭି ଏମ ନାୟାରଙ୍କୁ ବିବାହ କରିଥିଲେ । ଭି ଏମ ନାୟାର ପରବର୍ତ୍ତୀ ସମୟରେ ବହୁଳ ପ୍ରକାଶିତ ମାଲାୟଲମ ଖବରକାଗଜ "ମାତୃଭୂମି"ର ପ୍ରବନ୍ଧ ସଂଚାଳକ ହୋଇଥିଲେ । ବିବାହ ପରେ ବାଲାମଣି ପତିଙ୍କ ସହ କଲିକତା ଚାଲି ଯାଇଥିଲେ । ନାୟାର ସେତେବେଳେ ବେଣ୍ଟଲେ ଓ ରୋଲ୍ସ ରୟେସ ବିକୁଥିବା ୱାଲଫର୍ଡ଼ ଟ୍ରାନ୍ସପୋର୍ଟରେ କାର୍ଯ୍ୟକରୁଥିଲେ । ନାୟାର ୧୯୭୭ ମସିହାରେ ଦେହତ୍ୟାଗ କରିଥିଲେ ।
ସାହିତ୍ୟିକା କମଳା ସୁରୈୟା ବାଲମଣିଙ୍କର ଝିଅ ଓ ସେ ବାଲମଣିଙ୍କର ଗୋଟିଏ କବିତା "ଦ ପେନ"କୁ ଇଂରାଜୀରେ ଅନୁବାଦ କରିଥିଲେ । ଏହି କବିତାରେ ଜଣେ ମାଆର ଏକାକୀତ୍ୱ ଦର୍ଶା ଯାଇଥିଲା । ବାଲାମଣିଙ୍କର ଅନ୍ୟାନ୍ୟ ସନ୍ତାନ ଥିଲେ ମୋହନଦାସ, ଶ୍ୟାମ ସୁନ୍ଦର ଓ ସୁଲୋଚନା ।
ବାଲାମଣି ୨୦୦୪ ମସିହା ସେପ୍ଟେମ୍ବର ୨୯ ତାରିଖରେ ଦେହତ୍ୟାଗ କରିଥିଲେ । ମୃତ୍ୟୁ ପୂର୍ବରୁ ୫ ବର୍ଷ ଧରି ସେ ଆଲଜିମର ରୋଗରେ ପୀଡ଼ିତ ଥିଲେ[୩]
ବାଲାମଣିଙ୍କର ପ୍ରାୟ ୨୦ଟି କବିତା ସଂକଳନ, ଅନେକ ଗଳ୍ପ ଓ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଛି । ସେ କମ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତା "କୁପ୍ପୁକାଇ" ୧୯୩୦ ମସିହାରେ ପ୍ରକାଶିତ ହୋଇଥିଲା । କୋଚିନର ରାଜାଙ୍କଠାରୁ "ସାହିତ୍ୟ ନିପୁଣ ପୁରସ୍କାର" ପାଇବା ପରେ, ତାଙ୍କର ଜନାଦୃତି ବଢିଥିଲା । ୧୯୫୯ରୁ ୧୯୮୬ ମଧ୍ୟରେ ଲେଖା ଯାଇଥିବା ତାଙ୍କ କବିତାକୁ ନେଇ "ନିବେଦ୍ୟମ" ନାମରେ ଏକ କବିତା ସଂକଳନ ପ୍ରକାଶ ପାଇଥିଲା । ନାଲାପତ ନାରାୟନ ମେନନଙ୍କୁ ତାଙ୍କର ଶୋକାଞ୍ଜଳୀ "ଲୋକାନନ୍ତରାଙ୍ଗଳି" ନାମକ ପୁସ୍ତକ ମାଧ୍ୟମରେ ପ୍ରକାଶିତ ହୋଇଥିଲା ।[୪]
ବାଲାମଣି ନିଜ ଲିଖିତ ଶିଶୁ କବିତା ଯୋଗୁ ମାଲାୟଲମ କବିତାର "ଆମ୍ମା" ଓ "ମୁଥାସ୍ସି" ଭାବେ ପରିଚିତ ଥିଲେ । ଅକ୍କିତମ ଅଚ୍ୟୁନ୍ତମ ନାମୁଥିରୀ ତାଙ୍କୁ "ପ୍ରଫେଟ ଅଫ ହ୍ୟୁମାନ ଗ୍ଲୋରୀ" ବା ମାନବ ଗୌରବର ଦେବୀ ବୋଲି ସମ୍ବୋଧନ କରିଥିଲେ ।[୫]
ବାଲାମଣି ନିଜ ଜୀବନ କାଳରେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ସେଥିମଧ୍ୟରୁ :