ଭାରତୀୟ ଜନତା ପାର୍ଟି

ଭାରତର ରାଜନୈତିକ ଦଳ

ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ ।[୧] ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ।[୨] ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।[୩] ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି ।[୪][୫] ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।[୬]

ଭାରତୀୟ ଜନତା ପାର୍ଟି
ସଂସଦରେ ଅଧକ୍ଷଲାଲକୃଷ୍ଣ ଆଡଭାନୀ
ଲୋକସଭା ନେତାଶ୍ରୀ ନରେନ୍ଦ୍ର ମୋଦି
(ପ୍ରଧାନମନ୍ତ୍ରୀ)
ରାଜ୍ୟସଭା ନେତାପୀୟୁଷ ଗୋୟଲ୍
(ଅର୍ଥ ମନ୍ତ୍ରୀ)
ଗଠନ୬ ଅପ୍ରେଲ ୧୯୮୦
ପୂର୍ବେ ଥିଲାଭାରତୀୟ ଜନସଂଘ
ମୁଖ୍ୟ କାର୍ଯ୍ୟାଳୟ11 Ashoka Road,
New Delhi, 110001
ଯୁବକ ଶାଖାଭାରତୀୟ ଜନ ଯୁବ ମୋର୍ଚା
ମହିଳା ଶାଖାଭାଜପା ମହିଳା ମୋର୍ଚା
କୃଷକ ଶାଖାଭାରତୀୟ କିଶାନ ସଂଘ
ବିଚାରଧାରାIndian Nationalism
Integral humanism
Economic liberalism
Gandhian Socialism[ଆଧାର ଲୋଡ଼ା]
Conservatism
Social conservatism
Anti pseudosecularism
ରାଜନୈତିକ ଅବସ୍ଥାନCentre-right
ଅନ୍ତର୍ଜାତୀୟ ଅନୁବନ୍ଧନNone
ରଙ୍ଗSaffron
ଭା. ନି. କ. ସ୍ଥିତିଜାତୀୟ ଦଳ
ମେଣ୍ଟNational Democratic Alliance (NDA)
ଲୋକସଭାରେ ଆସନ ସଂଖ୍ୟା
୨୯୦ / ୫୪୩
ରାଜ୍ୟସଭାରେ ଆସନ ସଂଖ୍ୟା
୯୩ / ୨୪୫
ୱେବସାଇଟ
www.bjp.org
This article is part of a
series about

Bharatiya Janata Party
Joe Biden
Joe Biden
Bharatiya Jana Sangh  · History of the BJP  · Organisation of the BJP  · Bharatiya Janata Yuva Morcha  · Bharatiya Mazdoor Sangh  · Bharatiya Kisan Sangh  · BJP Mahila Morcha  · BJP Minority Morcha  · List of MP in the 14th Lok Sabha

ବିଜେପିର ଉତ୍ପତ୍ତି ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ଥାପିତ ଭାରତୀୟ ଜନ ସଂଘରୁ ହୋଇଥିଲା ।[୭] ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ପରେ ଜନ ସଂଘ ଅନ୍ୟାନ୍ୟ ଦଳ ସହ ମିଶି ଜନତା ପାର୍ଟି ଗଠନ କଲା ଓ ୧୯୭୭ ସାଧାରଣ ନିର୍ବାଚନରେ ଏହା ବର୍ତ୍ତମାନର କଂଗ୍ରେସ ଦଳକୁ ପରାସ୍ତ କରିଥିଲା । ତିନି ବର୍ଷ କ୍ଷମତାରେ ରହିବା ପରେ ଜନତା ଦଳ ୧୯୮୦ରେ ବିଭାଜିତ ହୋଇ ଜନସଂଘର ସଭ୍ୟମାନଙ୍କ ସହ ପୁନର୍ବାର ମିଶି ବିଜେପି ଗଠନ କରିଥିଲା । ଏହା ପ୍ରାରମ୍ଭରେ ଅସଫଳ ହୋଇ ୧୯୮୪ ସାଧାରଣ ନିର୍ବାଚନରେ କେବଳ ଦୁଇଟି ଆସନ ଜିତିଥିଲା । କିନ୍ତୁ ଏହା ପରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଧରି ବଢ଼ିଥିଲା । ଅନେକ ରାଜ୍ୟ ନିର୍ବାଚନରେ ବିଜୟ ଏବଂ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ୧୯୯୬ରେ ସଂସଦର ସବୁଠାରୁ ବଡ଼ ଦଳରେ ପରିଣତ ହୋଇଥିଲା । ତେବେ ସଂସଦର ନିମ୍ନ ଗୃହରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା ଏବଂ ଏହାର ସରକାର ମାତ୍ର ୧୩ ଦିନ ଧରି ଚାଲିଥିଲା ।୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପ୍ରଥମ ଥର ସରକାର ଗଠନ କରି ୫ ବର୍ଷ କୌଣସି ଅଣ କଂଗ୍ରେସ ସରକାର ସ୍ଥାପିତ କରିଥିଲା। ଏହାପରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୮୨ ଆସନ ବିଜୟୀ ହୋଇଥିଲା ଏବଂ ଏହା ପରେ ୨୦୧୯ ମସିହାରେ ୩୦୩ ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି।[୮]

ବିଭିନ୍ନ ରାଜ୍ୟରେ ଉପସ୍ଥିତି

ଆଧାର

ବାହାର ତଥ୍ୟ