ମଧ୍ୟ ପ୍ରାଚ୍ୟ ଶ୍ୱାସକ୍ରିୟା ସିଣ୍ଡ୍ରୋମ

ଓଟ ଫ୍ଲୁ ଭାବରେ ମଧ୍ୟ ଜଣାଶୁଣା ଏହି ରୋଗ ଏମଇଆରଏସ-ସିଓଭି (MERS-CoV) ଭୂତାଣୁଦ୍ୱାରା ସଂକ୍ରମିତ ହୁଏ ।

ମଧ୍ୟ ପ୍ରାଚ୍ୟ ଶ୍ୱାସକ୍ରିୟା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Middle East respiratory syndrome /MERS, ଯାହା ଓଟ ଫ୍ଲୁ ଭାବରେ ମଧ୍ୟ ଜଣାଶୁଣା [୧]) ଏକ ରୋଗ ଯାହା ଏମଇଆରଏସ-ସିଓଭି (MERS-CoV) ଭୂତାଣୁଦ୍ୱାରା ସଂକ୍ରମିତ ହୁଏ । [୨] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଶୂନରୁ ଆରମ୍ଭ କରି ମୃଦୁ ଓ ଗମ୍ଭୀର ପର୍ଯ୍ୟନ୍ତ ଦେଖାଯାଇପାରେ | [୭] [୨] ସାଧାରଣତଃ ଜ୍ୱର, କାଶ, ତରଳ ଝାଡ଼ା ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୨] ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହି ରୋଗ ସାଧାରଣତଃ ଅଧିକ ଗମ୍ଭୀର ହୋଇଯାଏ। [୨] [୮]

Middle East respiratory syndrome
Camel flu[୧]
MERS-CoV virions
ବିଭାଗInfectious disease
ଲକ୍ଷଣFever, cough, shortness of breath[୨]
ଆକ୍ରାନ୍ତ ସମୟ2 to 14 days post exposure[୩]
ଅବଧି2012-2020[୪]
କାରଣMERS-coronavirus (MERS-CoV)[୨]
ବିପଦ କାରକContact with camels and camel products[୨]
ରୋଗ ନିର୍ଣ୍ଣୟ ପଦ୍ଧତିrRT-PCR testing[୫]
ପ୍ରତିକାରHand washing, avoiding contact with camels and camel products[୬]
ଚିକିତ୍ସାSymptomatic and supportive[୨]
ପୁନଃପୌନିକ2519 cases (as January 2020)[୪]
ମୃତ୍ୟୁ ସାନ୍ଦ୍ରତା866 (35%)[୪]

ଏମଇଆରଏସ-ସିଓଭି ଭୂତାଣୁ ବାଦୁଡ଼ିଠାରୁ ଆସୁଥିବା ବିଶ୍ୱାସ କରାଯାଏ | [୨] ତଥାପି ସ୍ୱାଭାବିକ ଭାବରେ ମାନବ ଓଟ‌ଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂକ୍ରମିତ ହୋଇଥାଏ । [୨] ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ଯୋଗୁ ଏହା ବ୍ୟାପିଥାଏ | [୨] ଡାକ୍ତରଖାନା ବାହାରେ ଏହାର ବିସ୍ତାର କ୍ୱଚିତ ହୁଏ । [୮] ତେଣୁ, ବିଶ୍ୱ ଜନସଂଖ୍ୟା ପାଇଁ ଏହାର ବିପଦ ବର୍ତ୍ତମାନ ଯଥେଷ୍ଟ କମ୍ ବୋଲି ଧରାଯାଏ | [୮] ରକ୍ତର ଆରଆରଟି-ପିସିଆର (rRT-PCR testing) ଓ ରେସ୍ପିରେଟରି ନମୁନା ପରୀକ୍ଷଣଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଇଥାଏ । [୫]

୨୦୨୦ ମସିହା ସୁଦ୍ଧା ଏହି ରୋଗ ନିମନ୍ତ କୌଣସି ଟିକା ବା ଚିକିତ୍ସା ପ୍ରସ୍ତୁତ ହୋଇନାହିଁ,[୯] କିନ୍ତୁ ତିଆରି ଚାଲିଛି ।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୁପାରିସ ଅନୁସାରେ ସଂକ୍ରମିତ ଓଟ ସଂସ୍ପର୍ଶରେ ଆସୁଥିବା ଲୋକ ଭଲରୂପେ ହାତ ଧୁଅନ୍ତୁ ଓ ରୋଗଣା ଓଟକୁ ଛୁଅନ୍ତୁ ନାହିଁ ।[୨] ଓଟ ସମ୍ପର୍କୀୟ ଖାଦ୍ୟ (camel-based food products) ଭଲରୂପେ ସିଦ୍ଧ କରି ଖାଆନ୍ତୁ । [୨] ସାଧାରଣ ଲକ୍ଷଣ ଶରୀରକୁ ଚଳନକ୍ଷମ ରଖିବା ପାଇଁ ଉପ‌ଯୁକ୍ତ ଚିକିତ୍ସା କରାଯାଇପାରେ । [୨]

୨୦୧୨ ମସିହାରେ ସାଉଦି ଆରବରେ ପ୍ରଥମ ଥର ଏହି ରୋଗ ଚିହ୍ନଟ ହୋଇଥିଲା ଏବଂ ଅଧିକାଂଶ ମାମଲା ଆରବ ଦ୍ୱୀପ‌ପୁଞ୍ଜରେ ହୋଇଥିଲା । [୨] [୮] ୨୦୨୦ ମସିହା ଜାନୁଆରୀ ମାସରେ ପ୍ରାୟ ୨,୫୦୦ ମାମଲା ରିପୋର୍ଟ ହୋଇଥିଲା । [୪] ନିର୍ଣ୍ଣୟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ମୃତ୍ୟୁ ବରଣ କରନ୍ତି । [୨] ଦକ୍ଷିଣ କୋରିଆରେ ୨୦୧୫ ଓ ସାଉଦି ଆରବରେ ୨୦୧୮ ମସିହାରେ ବଡ଼ ଧରଣର ମହାମାରୀ ଘଟିଛି। [୨] 

ଆଧାର