ରବର୍ଟ କଚ୍

ଜର୍ମାନ ଡାକ୍ତର
ରବର୍ଟ କଚ୍
ଜନ୍ମ
ହେନେରିକ୍ ହରମନ୍ ରବର୍ଟ କଚ୍

(1843-12-11)୧୧ ଡିସେମ୍ବର ୧୮୪୩
କ୍ଳାଉସ୍ଥାଲ୍, ହେନ୍ଭର୍ ରାଜ୍ୟ,ଜର୍ମାନୀ
ମୃତ୍ୟୁ୨୭ ମଇ ୧୯୧୦(1910-05-27) (ବୟସ ୬୬)
ବଡ଼େନ୍-ବଡ଼େନ୍, ବଡ଼େନ୍ ରାଜ୍ୟ
ଜାତୀୟତାଜର୍ମାନ୍
ପ୍ରସିଦ୍ଧିରୋଗଜୀବାଣୁତତ୍ତ୍ୱ(bacteriology)ର ଆବିଷ୍କାର
ଜୀବାଣୁତତ୍ତ୍ୱର କଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ
ଆନ୍ଥ୍ରାକ୍ସ, ଯକ୍ଷ୍ମା ଏବଂ ହଇଜା
ପୁରସ୍କାରଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର (୧୯୦୫)
ବିଜ୍ଞାନୀ ଜୀବନ
କ୍ଷେତ୍ରଜୀବିର୍ଣୁବିଜ୍ଞାନ
କର୍ମାନୁଷ୍ଠାନସର୍ବଭୌମ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ବର୍ଲିନ, ବର୍ଲିନ ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାଜର୍ଜ ମାଇଷ୍ନର୍[୧]
ଶିକ୍ଷକୀୟ ଉପଦେଷ୍ଟାଫ୍ରେଡ଼୍ରିକ୍ ଗୁସ୍ଟେଭ୍ ଜ୍ୟାକବ୍ ହେନ୍ଲେ
କାର୍ଲ ଏୱାଲ୍ଡ ହାସ୍ସେ
ରୁଡୋଲ୍ଫ ୱର୍ଚୋ
ଆଦର୍ଶଫ୍ରେଡ଼୍ରିକ୍ ଲଫ୍ଲର୍
ଦସ୍ତଖତ

ସଂକ୍ଷେପରେ ଜୀବନ

ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର ।ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ ପୁରସ୍କାର ଦିଆଯାଇଥିଲା । ଜର୍ମାନ୍ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ । ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର । ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ । ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଇଚ୍ଛା ଥିଲା । ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ କରିଥିଲେ । ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ ।


କଚ୍ଙ୍କ ଗବେଷଣା

ବୀଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବୀଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଥିଲେ । ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବୀଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ । ଏଭଲି ବୀଜାଣୁକୁ ଅବମିଶ୍ରିତ ପୋଷକରେ ବୃଦ୍ଧି କରାଯାଇଥିଲା । ଏହି ବୀଜାଣୁ ନିଜସ୍ୱ ପୋଷଦଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଲଗା ହୋଇ ରହିଲେ ଅକ ପ୍ରକାର କୋଷ ପେଟୀଦ୍ୱାରା ଆବୃତ ହେଉଥିବାର ଦର୍ଶାଇଥିଲେ । ବିଜାଣୁର ଏହି ଅବସ୍ଥାକୁ ଅନ୍ତର ରେଣୁ କୁହାଯାଏ । ଏଗୁଡ଼ିକ ମାଟିରେ ବହୁତ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରନ୍ତି ଯାହାକି ଉପଯୁକ୍ତ ପରିବେଶର ଗୋଜାତୀ ପଶୁଙ୍କୁ ହଠାତ ସଂକ୍ରମଣ କରେ । ଏହାଦ୍ୱାରା ମହାମାରୀ ଭାବରେ ଆନ୍ଥ୍ରାକ୍ସ ବ୍ୟାପିଯାଏ ।

ରବର୍ଟ କଚ୍ ୧୮୮୩ ମସିହାରେ ଫ୍ରାନ୍ସ ଗବେଷକମାନଙ୍କ ସହିତ ମିଶି ହଇଜା ରୋଗ ବିଷୟରେ ଗବେଷଣା କରିଥିଲେ ଏବଂ ଏହି ରୋଗ କରୁଥିବା ବୀଜାଣୁକୁ ଚିହ୍ନଟ କରିଥିଲେ । ସେ ସମୟରେ ବଳବତ୍ତର ଥିବା ମିଆଜ୍ମା ତତ୍ତ୍ୱ ପାଇଁ ଏଭଳି ଆବିଷ୍କାରକୁ ଗୁରୁତ୍ୱ ଦିଆଯାଇନଥିଲା ।

ଯକ୍ଷ୍ମା ରୋଗ ଘଟାଉଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବେକୁଲେସିସ୍କୁ ୧୮୮୨ ମସିହାରେ କଚ୍ ଆବିଷ୍କାର କରାଇଥିଇଲେ ଓ ରୋଗୀ ଦେହରୁ ବୀଜାଣୁ ପୃଥକ୍ କରି ଅବମିଶ୍ରିତ ପୋଷକ ତିଆରି କରିପାରିଥିଲେ । ସେ ବ୍ୟବହାର କରିଥିବା ଅଗର୍ ପ୍ଲେଟ୍ ପଦ୍ଧତି ଆଜି ମଧ୍ୟ ବିଜ୍ଞାନ ପ୍ରୟୋଗଶାଳାରେ ବ୍ୟବହାର କରାଯାଉଛି ।

"ବୀଜାଣୁ ହିଁ ରୋଗର କାରକ" ମତବାଦର ରବର୍ଟ କଚ୍ ଥିଲେ ଉଦ୍ୟକ୍ତା । ତାଙ୍କଦ୍ୱାରା ପ୍ରଣିତ "କଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ" ହିଁ କଚ୍ଙ୍କୁ ନୋବେଲ୍ ପୁରସ୍କାର ଜିତାଇ ଥିଲା । ତଥ୍ୟର ମୁଖ୍ୟ ବିଷୟ: ରୋଗଗ୍ରସ୍ତ ଜୀବଠାରେ ବହୁ ପରମାଣୁର ସନ୍ଧାନ ମିଳେ । ସୁସ୍ଥ ଜୀବ ପାଖରେ ତାହା ନଥାଏ । ଅଣୁଜୀବକୁ ରୋଗୀଙ୍କ ପାଖରୁ ଅଲଗା କରି ଅବମିଶ୍ରିତ ପୋଷକରେ ବଢ଼ାଇ ହେବ । ଏଭଳି ପୋଷକ ଅଣୁଜୀବକୁ ସୁସ୍ଥ ଜୀବ ଦେହକୁ ପ୍ରବେଶ କରାଇଲେ ତା' ଦେହରେ ସେହି ରୋଗ ଦେଖାଦିଏ ।

୧୮୯୮ ମସିହାରେ ପୃସିଆରେ ନୂଆ ଭାବରେ ଗଢ଼ା ଯାଇଥିବା ସଂକ୍ରାମକ ରୋଗ ପ୍ରତିଷ୍ଠାନର କଚ୍ ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ । ଏହି ପ୍ରତିଷ୍ଠାନଟି ପରବତ୍ତୀ କାଳରେ ରବର୍ଟ କଚ୍ ପ୍ରତିଷ୍ଠାନ ଭାବରେ ନାମିତ ହୋଇଥିଲା ।

ଆଧାର