ରାଷ୍ଟ୍ରମୁଖ୍ୟ

ଏକ ରାଷ୍ଟ୍ରମୁଖ୍ୟ ବା ଦେଶମୁଖ୍ଯ ହେଉଛନ୍ତି ରାଷ୍ଟ୍ରର ପ୍ରତିନିଧି ଯେ ସମ୍ପୂର୍ଣ୍ଣ ରାଷ୍ଟ୍ରର ଉପସ୍ଥାପନା କରିଥାନ୍ତି ।[୧] ଦେଶ ତଥା ଶାସନର ସ୍ୱରୂପ ଉପରେ ଆଧାର କରି ରାଷ୍ଟ୍ରମୁଖ୍ୟ ଜଣେ ନାମମାତ୍ର ପଦବୀଧାରୀ କିମ୍ବା ଏକ ବାସ୍ତବ ଶାସନକର୍ତ୍ତା ହୋଇପାରନ୍ତି ।

ଫାଇଲ:Moon Jae-in presidential portrait.jpg
ବିଭିନ୍ନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମୁଖ୍ୟ:
  • ଫ୍ରାନ୍ସର ରାଷ୍ଟ୍ରପତି, ଏମାନୁଏଲ ମାକ୍ରୋନ
  • ଭାରତୀୟ ରାଷ୍ଟ୍ରପତି, ରାମ ନାଥ କୋବିନ୍ଦ
  • ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପ

  • ଦକ୍ଷିଣ କୋରିଆର ରାଷ୍ଟ୍ରପତି, ମୁନ୍ ଯେ-ଇନ୍
  • ଯୁକ୍ତରାଜ୍ୟର ରାଣୀ, ଏଲିଜାବେଥ ଦ୍ୱିତୀୟ
  • ବ୍ରାଜିଲ ରାଷ୍ଟ୍ରପତି, ଯାଏର ବୋଲ୍ସୋନାରୋ

  • ନାଇଜେରିଆ ରାଷ୍ଟ୍ରପତି, ମୁହମ୍ମଦୁ ବୁହାରୀ
  • ସିଙ୍ଗାପୁର ରାଷ୍ଟ୍ରପତି, ହଲିମାଃ ଯାକୋବ
  • ଋଷୀୟ ରାଷ୍ଟ୍ରପତି, ଭ୍ଲାଦିମିର ପୁତିନ

ଭାରତ ତଥା ପାକିସ୍ତାନ ପରି ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି କୁହାଯାଏ ଯାହାଙ୍କ ପାଖରେ କୌଣସି ବାସ୍ତବ କ୍ଷମତା ନ ଥାଏ ।[୨] କିନ୍ତୁ ଦକ୍ଷିଣ ଆଫ୍ରିକା ପରି କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରପତି ହିଁ ଉଭୟ ରାଷ୍ଟ୍ରର ଏବଂ ପ୍ରଶାସନର ମୁଖ୍ଯ ଅଟନ୍ତି । ସେହିପରି, କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ପ୍ରଶାସନର ମୁଖ୍ଯ ନ ଥିଲେ ମଧ୍ଯ କେତେକ ମହତ୍ତ୍ବପୂର୍ଣ୍ଣ ଅଧିକାରର ଅଧିକାରୀ ହୋଇଥାନ୍ତି, ଉଦାହରଣ ମୋରୋକ୍କୋ ।

ଆଧାର