ପାକିସ୍ତାନ

ଦକ୍ଷିଣ ଏସିଆର ଦେଶ

ପାକିସ୍ତାନ (ପାକିସ୍ଥାନ ନାମରେ ମଧ୍ୟ ଜଣା, ଉର୍ଦ୍ଦୁ: پَاکِسْتَان [ˈpaːkɪstaːn]),[a] ସରକାରୀ ଭାବେ Islamic Republic of Pakistan (ISO: ଉର୍ଦ୍ଦୁ: اِسْلامیجَمْہُورِیَہ پَاکِسْتَان, islāmi jamhūriyāh pākistān)) ଏସିଆର ଏକ ଦେଶ । ୨୪.୧୫ କୋଟି (୨୪୧.୫ ନିୟୁତ) ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୨୦୨୩ ସୁଦ୍ଧା ଏଠାରେ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ରହିଛି ।[୧] ଇସଲାମାବାଦ ଦେଶର ରାଜଧାନୀ ହୋଇଥିବା ବେଳେ କରାଚୀ ଏହାର ସର୍ବବୃହତ ନଗର ଏବଂ ଆର୍ଥିକ କେନ୍ଦ୍ର ଏବଂ ତା' ତଳକୁ କ୍ରମାନ୍ୱୟରେ ଲାହୋର, ଫୈସଲାବାଦ, ମୁଲତାନ, ପେଶାୱାର ଏବଂ ହାଇଦ୍ରାବାଦ ଆଦି ନଗର ଅଛନ୍ତି । 881,913 square kilometres (340,509 square miles) ପରିବ୍ୟାପ୍ତ ପାକିସ୍ତାନ ହେଉଛି ବିଶ୍ୱର ୩୩ତମ ବୃହତ୍ତମ ଏବଂ ଦକ୍ଷିଣ ଏସିଆର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଦକ୍ଷିଣରେ ଆରବ ସାଗର ଏବଂ ଓମାନ ଉପସାଗରରେ 1,046-kilometre (650-mile) ସମୁଦ୍ରତଟ ରହିଛି ଏବଂ ଏହାର ପୂର୍ବରେ ଭାରତ, ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣ-ପଶ୍ଚିମରେ ଇରାନ ଏବଂ ଉତ୍ତର-ପୂର୍ବରେ ଚୀନ ଅବସ୍ଥିତ । ଉତ୍ତରରେ ଆଫଗାନିସ୍ତାନର ୱାଖାନ କରିଡରଦ୍ୱାରା ତାଜିକିସ୍ତାନଠାରୁ ଏହା ଅଳ୍ପ ଦୂରରେ ରହିଛି ଏବଂ ଓମାନ ସହିତ ଏକ ସାମୁଦ୍ରିକ ସୀମା ମଧ୍ୟ ରହିଛି ।

ପାକିସ୍ତାନ
ପାକିସ୍ଥାନର ପତାକା

ପାକିସ୍ତାନ ଅନେକ ପ୍ରାଚୀନ ସଂସ୍କୃତିର ସ୍ଥାନ । ଏଠାର ବେଲୁଚିସ୍ତାନସ୍ଥିତ ମେହେରଗଡ଼ରେ ୮୫୦୦ ବର୍ଷ ପୁରୁଣା ନିଓଲିଥିକ ସ୍ଥାନ,[୨] ବ୍ରୋଞ୍ଜ ଯୁଗର ସିନ୍ଧୁ ସଭ୍ୟତା[୩][୪] ଏବଂ ପ୍ରାଚୀନ ଗାନ୍ଧାର ସଭ୍ୟତା ଅନ୍ତର୍ଭୁକ୍ତ ।[୫] ଆଧୁନିକ ପାକିସ୍ତାନରେ ଅନ୍ତର୍ଗତ ଅନେକ ଅଂଶ ଏକାଧିକ ସାମ୍ରାଜ୍ୟ ଏବଂ ରାଜବଂଶର ରାଜ୍ୟ ଥିଲା ଓ ସେହି ରାଜ୍ୟଗୁଡ଼ିକରେ ଆକମେନିଡ଼, ମୌର୍ଯ୍ୟ, କୁଶାଣ, ଗୁପ୍ତ;[୬] ଏହାର ଦକ୍ଷିଣ ଅଞ୍ଚଳରେ ଉମାୟାଦ ଖଲିଫା, ସାମ୍ମା, ହିନ୍ଦୁ ଶାହି, ଶାହ ମିରିସ, ଗଜନବୀଦ, ଦିଲ୍ଲୀ ସୁଲତାନା, ମୋଗଲ,[୭] ଏବଂ ନିକଟରେ ୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଚାଲିଥିଲା ।

National symbols of Pakistan (Official)
National animal
National bird
National tree
National flower
National heritage animal
National heritage bird
National aquatic marine mammal
National reptile
National amphibian
National fruit
National mosque
National mausoleum
National river
National mountain

ଆଧାର

ଅଧିକ ତଥ୍ୟ

ସରକାରୀ


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।