ଲାନ୍ସୋପ୍ରାଜୋଲ

ରାସାୟିକ ଯୌଗିକ ପଦାର୍ଥ

ଲାନ୍ସୋପ୍ରାଜୋଲ (ଇଂରାଜୀ ଭାଷାରେ Lansoprazole, ଏକ ବିକ୍ରୟ ନାମ ପ୍ରିଭାସିଡ/ Prevacid) ଏକ ଔଷଧ ଯାହା ଯାହା ପାକସ୍ଥଳୀର ଅମ୍ଳ (stomach acid) କମେଇଦିଏ ।[୧] ଏହା ପେପଟିକ ଅଲସର ଡିଜିଜ (peptic ulcer disease), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଓ ଜୋଲିଞ୍ଜର ଏଲିସନସ ଡିଜିଜ (Zollinger–Ellison syndrome) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୨] ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର ବା ପିପିଆଇ (proton pump inhibitors/ PPI) ଔଷଧ ସ‌ହ ସମତୁଲ ଭାବରେ କାମ କରେ ।[୩] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରହେ ।[୧]

ଲାନ୍ସୋପ୍ରାଜୋଲ
Clinical data
Pronunciation/lænˈsprəzl/ lan-SOH-prə-zohl
Trade namesPrevacid, others
AHFS/Drugs.commonograph
MedlinePlusa695020
data
Pregnancy
category
  • AU: B3
  • US: B (No risk in non-human studies)
Routes of
administration
by mouth, IV
Drug classproton pump inhibitor
ATC code
Legal status
Legal status
  • UK: POM (Prescription only)
  • US: OTC
Pharmacokinetic data
Bioavailability80% or more
Protein binding97%
MetabolismLiver (CYP3A4- and CYP2C19-mediated)
Elimination half-life1–1.5 hours
ExcretionKidney and fecal
Identifiers
IUPAC name
  • (RS)-2-([3-methyl-4-(2,2,2-trifluoroethoxy)pyridin-2-yl]methylsulfinyl)-1H-benzo[d]imidazole
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.173.220 Edit this at Wikidata
Chemical and physical data
FormulaC16H14F3N3O2S
Molar mass369.363 g/mol
3D model (JSmol)
ChiralityRacemic mixture
SMILES
  • FC(F)(F)COc1ccnc(c1C)CS(=O)c2[nH]c3ccccc3n2
InChI
  • InChI=1S/C16H14F3N3O2S/c1-10-13(20-7-6-14(10)24-9-16(17,18)19)8-25(23)15-21-11-4-2-3-5-12(11)22-15/h2-7H,8-9H2,1H3,(H,21,22) checkY
  • Key:MJIHNNLFOKEZEW-UHFFFAOYSA-N checkY
  (verify)

ଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା (abdominal pain) ଓ ଅଇ (nausea) ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ (low blood magnesium), କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ନିମୋନିଆ ଆଦି ରୋଗ ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସନେହ ଜନ‌କ ।[୪] ପାକସ୍ଥଳୀର ପାରାଏଟାଲ ଜୀବକୋଷରେ (parietal cell) ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ (H+/K+-ATPase) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]

ଲାନ୍ସୋପ୍ରାଜୋଲ ସନ ୧୯୮୪ରେ ପେଟେଣ୍ଟ ହେବା ପରେ ସନ ୧୯୯୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୧ ତମ ସ୍ଥାନରେ ଥଲା । [୭]

ଆଧାର

ବାହ୍ୟ ଲିଙ୍କ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ