କୋଷ୍ଠକାଠିନ୍ୟ

କୋଷ୍ଠକାଠିନ୍ୟ (ଇଂରାଜୀ ଭାଷାରେ Constipation) ଏକ ଅବସ୍ଥା ଯେଉଁଥିରେ କଠିନ ମଳତ୍ୟାଗ କଦବା କେମିତି ହୁଏ ।[୨] ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ ।[୪] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା, ପେଟ ଫୁଲା ଓ ଅନ୍ତନଳୀ କାମ ନ କରିବା ଅନୁଭବ ହୁଏ ।[୩] ଜଟିଳ ହେଲେ ଅର୍ଶ (hemorrhoids), ମଳାଶୟ ଫିସର୍ (anal fissure) ବା ମଳ ଜାମ୍ (fecal impaction) ହୋଇଯାଏ । ସାଧାରଣତଃ ବୟଃପ୍ରାପ୍ତ ଲୋକ ଦିନ‌କୁ ୩ ଥରରୁ ସପ୍ତାହକୁ ୩ ଥର ମଳ ତ୍ୟାଗ କରନ୍ତି ।[୪] ଛୋଟ ଶିଶୁ ଦିନ‌କୁ ୩ରୁ ୪ଥର ଓ ବଡ଼ ପିଲା ଦିନ‌କୁ ୨-୩ ଥର ମଳ ତ୍ୟାଗ କରନ୍ତି ।[୮]

କୋଷ୍ଠକାଠିନ୍ୟ
ଇଂରାଜୀ ପ୍ରତିଶବ୍ଦ କୋସ୍ଟିଭନେସ୍ (Costiveness),[୧] ଓ ଡିସକେଜିଆ (dyschezia)[୨]
କୋଷ୍ଠକାଠିନ୍ୟ ଥିବା ଏକ ପିଲାର ଏକ୍ସ‌-ରେ ଚିତ୍ର । ବୃତ୍ତାକାର ଧଳା ଅଂଶ ମଳ (fecal matter) ଯାହା ଚାରିପଟେ ଦେଖାଯାଉଥିବା କଳା ଅଂଶ ବାୟୁର ଛବି ।
ବିଭାଗଜଠରାନ୍ତ୍ର ବିଜ୍ଞାନ (Gastroenterology)
ଲକ୍ଷଣକଠିନ ଅନ୍ତ୍ର ଚାଳନ (bowel movements), ପେଟ ଯନ୍ତ୍ରଣା ଓ ପେଟ ଫୁଲା । [୩][୨]
କାରଣକୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି (non-celiac gluten sensitivity) ।[୪][୫][୬]
ବିପଦ କାରକହାଇପୋଥାଇରଏଡିଜ୍‌ମ (Hypothyroidism), ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), ଲୋଲୋନ କର୍କଟ (colon cancer), ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ଓ କେତେକ ଔଷଧ ।[୪][୫][୬]
ଔଷଧପରିମାଣ ବୃଦ୍ଧିକାରୀ ରେଚକ (Laxatives of the (bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା (ଲୁବ୍ରିକାଣ୍ଟ ଟାଇପ) ବା (lubricant type)[୪]
ଚିକିତ୍ସାଯଥେଷ୍ଟ ପାଣି ପିଇବା, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ[୪]
ପୁନଃପୌନିକ୨-୩୦%[୭]

କୋଷ୍ଠକାଠିନ୍ୟର ଅନେକ କାରଣ ଅଛି । ସାଧାରଣ କାରଣମାନଙ୍କ ମଧ୍ୟରେ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି (non-celiac gluten sensitivity) । ଅନ୍ତର୍ନିହିତ ଅନ୍ୟାନ୍ୟ ରୋଗମାନଙ୍କ ନାମ ହାଇପୋଥାଇରଏଡିଜ୍‌ମ (Hypothyroidism), ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ।[୪][୯][୫][୬] କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା କେତେକ ଔଷଧମାନଙ୍କ ନାମ ଓପିଅଏଡ (opioids), କେତେକ ଆଣ୍ଟାସିଡ (antacids), କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଓ ଆଣ୍ଟକଲିନର୍ଜିକ୍‌ସ (anticholinergics) । [୪] ଓପିଅଏଡ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୯୦% ଲୋକଙ୍କର କୋଷ୍ଠକାଠିନ୍ୟ ହୁଏ ।[୧୦] କୋଷ୍ଠକାଠିନ୍ୟ ସାଥୀରେ ଆନିମିଆ, ରକ୍ତମିଶା ମଳ (blood is present in the stool), ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ, ଇନଫ୍ଲାମେଟରି ବାୱେଲ ରୋଗ (Inflammatory bowel disease) ବା କୋଲୋନ କର୍କଟ ରୋଗର ଇତିହାସ ପରିବାରରେ ଥିଲେ ଚିନ୍ତାର ବିଷୟ ହୁଏ ।[୧୧]

କୋଷ୍ଠକାଠିନ୍ୟର ପ୍ରକାର ଓ ଅବଧି ଉପରେ ଚିକିତ୍ସା ନିର୍ଭର କରେ । ପ୍ରଚୁର ତରଳ ପଦାର୍ଥ ପାନ, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ କଲେ ଅନେକ ଉପକାର ହୁଏ । ଏହାଦ୍ୱାରା ଉପକାର ନହେଲେ ପରିମାଣ ବୃଦ୍ଧିକାରୀ ରେଚକ (Laxatives of the bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା ଲୁବ୍ରିକାଣ୍ଟ ଟାଇପ (lubricant type) ଦିଆଯାଏ । ଏହା ସତ୍ତ୍ୱେ ଉପକାର ନ ମିଳିଲେ ଉତ୍ତେଜକ ରେଚକ (Stimulant laxatives) ଦିଆଯାଏ । ଅନ୍ୟ ଏକ ଚିକିତ୍ସା ବାୟୋଫିଡବ୍ୟାକ (biofeedback) ବା କ୍ୱଚିତ ଅପରେଶନ କରାଯାଇପାରେ । [୪]

ମୋଟ ଜନସଂଖ୍ୟାର ୨ରୁ ୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି ।[୭] ଜରାଶ୍ରମରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୫୦-୭୦% ଲୋକଙ୍କର ଏହି ରୋଗ ହୁଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଲୋକମାନେ ଏହି ରୋଗ ବାବଦ ବାର୍ଷିକ ପ୍ରାୟ ୨୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରନ୍ତି ।[୧୨]

ଆଧାର