ଲେଡି ଗାଗା

ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା (ଜନ୍ମ: ୨୮ ମାର୍ଚ୍ଚ ୧୯୮୬),[୧] ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।

ଲେଡି ଗାଗା
Close-up of Lady Gaga performing onstage in a red bodice.
୨୦୧୭ ନଭେମ୍ବରରେ ବିଶ୍ୱ ଭ୍ରମଣ ବେଳେ ଗାଗା
ଜନ୍ମ
ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା

(1986-03-28) ୨୮ ମାର୍ଚ୍ଚ ୧୯୮୬ (ବୟସ ୩୮)
ନିୟୁର୍କ, ଯୁକ୍ତରାଷ୍ଟ୍ର ଆମେରିକା
ବୃତ୍ତି
  • କଣ୍ଠଶିଳ୍ପୀ, ଗୀତିକାର, ଅଭିନେତ୍ରୀ, ପ୍ରଯୋଜିକା
ସକ୍ରିୟ ବର୍ଷ୨୦୦୧-ଏବେଯାଏଁ
ୱେବସାଇଟladygaga.com

ଗାଗା ତାଙ୍କର ଗାୟିକି ଜୀବନ ତାଙ୍କର ସ୍କୁଲ ବ୍ୟାଣ୍ଡ୍ ଏବଂ ବିଭିନ୍ନ ଖୋଲା ରଙ୍ଗମଞ୍ଚ ଜରିଆରେ ଆରମ୍ଭ କରିଥିଲେ ।[୨] ସେ ଜଣେ ପେସାଦାର ଗାୟକ ହେବା ଆଗରୁ ନିୟୁର୍କ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ତିସ୍ଚ ସ୍କୁଲ ଅଫ୍ ଆର୍ଟସ୍‌ରେ ପଢ଼ୁଥିଲେ ।[୩][୪] ଡେଫ୍ ଜାମ୍ ରେକର୍ଡ଼ିଂସ୍[୫] ତାଙ୍କର ଚୁକ୍ତିନାମ ରଦ୍ଧ କରିଦେବା ପରେ ଗାଗା ଜଣେ ଗୀତିକାର ଭାବରେ ସୋନୀ/ଏଟିଭି ମ୍ୟୁଜିକ୍ ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।[୬] ୨୦୦୭ରେ ସେ ଆକୋନଙ୍କ ସ‌ହ ମିଶି ଇଣ୍ଟରସ୍କୋପ୍ ରେକର୍ଡ଼ସ୍ ଏବଂ କୋନ୍‌ଲାଇଭ୍ ଡିଷ୍ଟ୍ରିବ୍ୟୁସନ୍ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ ।[୭][୮] ସେ ସେହିବର୍ଷ ତାଙ୍କର ପ୍ରଥମ ଆଲବମ୍ କରିଥିଲେ । ତାଙ୍କର ପ୍ରଥମ ଆଲବମ୍‌ରେ ଡ୍ୟାନ୍ସ-ପ‌ପ୍ ଏବଂ ଏଲେକ୍ଟ୍ରୋପ‌ପ୍ ରହିଥିଲେ । ଏହାପରେ ତାଙ୍କର ଅନେକ ଆଲବମ୍ ସଫଳ ବ୍ୟବସାୟ କରିଥିଲା ।

ଗାଗାଙ୍କର ୨ୟ ବଡ଼ ଆଲବମ୍ ବର୍ଣ୍ ଦିସ୍ ୱେ ୨୦୧୧ରେ ଇଲେକ୍ଟ୍ରୋନିକ୍ ରକ୍ ଏବଂ ଟେକ୍ନୋ ତରିକାରେ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ସପ୍ତାହରେ ହିଁ ଏହି ଅଲବମ୍‌ଟି ୧୦ ଲକ୍ଷରୁ ଅଧିକ ଲୋକ କିଣିଥିଲେ । ଏହି ଆଲବ‌ମ୍‌ର ଶୀର୍ଷକ ଗୀତଟି ଆଇଟ୍ୟୁନ୍ ଷ୍ଟୋରରୁ ଗୋଟିଏ ସପ୍ତାହରୁ କମ୍ ସମୟରେ ୧୦ ଲକ୍ଷରୁ ଅଧିକଥର ଡାଉନ୍‌ଲୋଡ୍ ହୋଇଥିଲା । ଏହାପରେ ୨୦୧୩ରେ ତାଙ୍କର ୩ୟ ଆଲବମ୍ ଯୁକ୍ତରାଷ୍ଟ୍ର ଆମେରିକାରେ ବ‌ହୁଳ ବ୍ୟବସାୟ କରିବା ସ‌‌ହ ଅନେକ ଲୋକଙ୍କର ମନ‌କୁ ଜିଣିଥିଲା ଓ ଇତିହାସ ରଚନା କରିଥିଲା । ୨୦୧୫ରେ ଗାଗା ଆମେରିକାର ଏକ ଦୂରଦର୍ଶନର ଏକ ଧାରାବାହିକରେ ଅଭିନୟ କରିଥିଲେ । ସେ ୨୦୧୫-୨୦୧୬ରେ ପ୍ରସାରିତ ଆମେରିକୀୟ ଧାରାବାହିକ ଆମେରିକାନ୍ ହରର୍ ଷ୍ଟୋରୀ: ହୋଟେଲ୍‌ରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କର ଅଭିନୟ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୬ ମସିହାରେ ଗାଗାଙ୍କର ମୁକ୍ତିଲାଭ କରିଥିବା ୫ମ ଆଲବମ୍ ଆମେରିକାର ଜଣେ ମ‌ହିଳାଙ୍କର ୨୦୧୦ ପରେ ଚାରୋଟି ଆଲବମ୍‌ର ରେକର୍ଡ଼ କରିଥିଲା । ୨୦୧୭ ଫେବୃଆରୀରେ ଗାଗା ସୁପର୍ ବଉଲ୍ ଏଲ୍‌.ଆଇ. ହାଫ୍‌ଟାଇମ୍ ସୋରେ ଗୀତ ଗାଇଥିଲେ, ଯେଉଁଠି ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।

୨୦୧୬ ଜାନୁଆରୀ ସୁଦ୍ଧା ଗାଗାଙ୍କର ୨ କୋଟି ୭୦ ଲକ୍ଷରୁ ଅଧିକ ଆଲବମ୍ ବିକ୍ରି ହୋଇଥିଲା ଏବଂ ୧୪ କୋଟି ୬୦ ଲକ୍ଷରୁ ଅଧିକ ସମୁଦାୟ ଗୀତ ବିକ୍ରି ହୋଇଥିଲା ।[୯][୧୦] ଏହି ରେକର୍ଡ଼ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଗୀତ କଳାକାରଙ୍କ ମଧ୍ୟରେ ଗାଗାଙ୍କୁ ସ୍ଥାନିତ କରିଥିଲା । ଗାଗାଙ୍କୁ ମିଳିଥିବା ପୁରସ୍କାର ଭିତରେ ଅନେକ ବିଶ୍ୱ ରେକର୍ଡ଼, ତିନୋଟି ବ୍ରିଟ୍ ପୁରସ୍କାର[୧୧], ଛଅଟି ଗ୍ରାମି ପୁରସ୍କାର[୧୨] ଏବଂ ଅନେକ ପୁରସ୍କାର ଉତ୍ସବରେ ପରସ୍କୃତ ହୋଇଛନ୍ତି ଏବଂ ମନୋନୀତ ହୋଇଛନ୍ତି । ବିଲ୍‌ବୋର୍ଡ଼ ପତ୍ରିକା ଗାଗାଙ୍କୁ ଅନେକ ସଫଳପୂର୍ଣ୍ଣ ସ୍ଥାନରେ ସ୍ଥାନିତ କରିବା ସ‌ହ ଶ୍ରେଷ୍ଠ କଳାକାର ଭାବରେ ମଧ୍ୟ ସମ୍ମାନିତ କରିଥିଲା । ୨୦୧୧ରେ ତାଙ୍କୁ ଟାଇମ୍ ପତ୍ରିକା ବିଶ୍ୱର ଶ୍ରେଷ୍ଠ ୨ୟ କଣ୍ଠଶିଳ୍ପୀ ଭାବରେ[୧୩][୧୪] ଏବଂ ୨୦୧୨ରେ ଭିଏଚ୍‌1 ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ତାଲିକାରେ ୪ର୍ଥ ସ୍ଥାନରେ ରଖିଥିଲା ।[୧୫][୧୬] ୨୦୧୫ରେ ବିଲ୍‌ବୋର୍ଡ଼ର ସର୍ଭେକ୍ଷଣ ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ଭାବରେ ସ୍ଥାନିତ କରିଥିଲା ।[୧୭][୧୮][୧୯] ଗୀତ ବ୍ୟତୀତ ଗାଗା ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ଅଣଲାଭକାରୀ ସଂସ୍ଥା ସ‌ହ ଯୋଡ଼ିହୋଇଛନ୍ତି ଏବଂ LGBT ଅଧିକାର ପାଇଁ ସେ ମୁଖ୍ୟତଃ କାର୍ଯ୍ୟ କରିଆସୁଛନ୍ତି ।[୨୦][୨୧][୨୨]

ଆଧାର