ଷ୍ଟିଫେନ ହକିଙ୍ଗ

ଭୌତିକ ବିଜ୍ଞାନୀ ଓ ଲେଖକ


ଷ୍ଟିଫେନ ହକିଙ୍ଗ (୮ ଜାନୁଆରୀ ୧୯୪୨ - ୧୪ ମାର୍ଚ୍ଚ ୨୦୧୮) ଜଣେ ଇଂରାଜୀ ପଦାର୍ଥ ବିଜ୍ଞାନୀ, ମହାକାଶ ବିଜ୍ଞାନୀ, ଜଣେ ଲେଖକ ଏବଂ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସେଣ୍ଟର ଫର ଥିଓରୀଟିକାଲ କସମୋଲୋଜିର ନିର୍ଦ୍ଦେଶକ ଥିଲେ ।

ଷ୍ଟିଫେନ ହକିଙ୍ଗ

ଛାଞ୍ଚ:Postnominals
Hawking at NASA's StarChild Learning Center, 1980s
ଜନ୍ମ
Stephen William Hawking

(1942-01-08)୮ ଜାନୁଆରୀ ୧୯୪୨
Oxford, England
ମୃତ୍ୟୁ୧୪ ମାର୍ଚ୍ଚ ୨୦୧୮(2018-03-14) (ବୟସ ୭୬)
Cambridge, England
ଶିକ୍ଷାSt Albans School, Hertfordshire
ଶିକ୍ଷାନୁଷ୍ଠାନ
  • University of Oxford (BA)
  • University of Cambridge (MA, PhD)
ପ୍ରସିଦ୍ଧି
  • Hawking radiation
  • Penrose–Hawking theorems
  • Bekenstein–Hawking formula
  • Hawking energy
  • Gibbons–Hawking ansatz
  • Gibbons–Hawking effect
  • Gibbons–Hawking space
  • Gibbons–Hawking–York boundary term
  • Thorne–Hawking–Preskill bet
ବୈବାହିକ-ସାଥୀs
Jane Wilde
(m. ୧୯୬୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elaine Mason
(m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ3, including Lucy
ପୁରସ୍କାର
  • Adams Prize (1966)
  • Eddington Medal (1975)
  • Maxwell Medal and Prize (1976)
  • Heineman Prize (1976)
  • Hughes Medal (1976)
  • Albert Einstein Award (1978)
  • RAS Gold Medal (1985)
  • Dirac Medal (1987)
  • Wolf Prize (1988)
  • Prince of Asturias Award (1989)
  • Andrew Gemant Award (1998)
  • Naylor Prize and Lectureship (1999)
  • Lilienfeld Prize (1999)
  • Albert Medal (1999)
  • Copley Medal (2006)
  • Presidential Medal of Freedom (2009)
  • Fundamental Physics Prize (2012)
  • BBVA Foundation Frontiers of Knowledge Award (2015)
ବିଜ୍ଞାନୀ ଜୀବନ
କ୍ଷେତ୍ର
କର୍ମାନୁଷ୍ଠାନ
  • Gonville and Caius College, Cambridge
  • California Institute of Technology
  • Perimeter Institute for Theoretical Physics
ବୈଜ୍ଞାନିକ ନିବନ୍ଧProperties of Expanding Universes (1966)
ଡକ୍ଟରୀ ଉପଦେଷ୍ଟାDennis Sciama </ref> [୧]
ଶିକ୍ଷକୀୟ ଉପଦେଷ୍ଟାRobert Berman[୨]
ଡକ୍ଟରୀ ଛାତ୍ର
ୱେବସାଇଟhawking.org.uk
ଦସ୍ତଖତ

ତାଙ୍କର ତତ୍ତ୍ୱମୂଳକ ପଦାର୍ଥ ବିଜ୍ଞାନରେ ବିଶେଷ ଅବଦାନ ରହିଛି, ତନ୍ମଧ୍ୟରେ ରୋଜର ପେନରୋଜଙ୍କ ସହ ସାଧାରଣ ଅପେକ୍ଷିକବାଦ ଉପରେ ପର୍ଯ୍ୟବସିତ ମହାକର୍ଷଣ ଶକ୍ତି ଓ କୃଷ୍ଣଗର୍ତ୍ତର ବିକିରଣ ସମ୍ପର୍କରେ ତାଙ୍କର ଅବଦାନ ଅନ୍ୟତମ । ହକିଙ୍ଗ ସାଧାରଣ ଆପେକ୍ଷିକବାଦ ଓ କ୍ୱାଣ୍ଟମ ମେକାନିକ୍ସର ସମ୍ମିଳନରେ ସୃଷ୍ଟିତତ୍ତ୍ୱର ବାଖ୍ୟା କରିବାରେ ପ୍ରଥମ ବୈଜ୍ଞାନିକ ଥିଲେ । ବିଭିନ୍ନ ପୁସ୍ତକ ଲେଖି ବିଜ୍ଞାନର ଜଟିଳ ତତ୍ତ୍ୱକୁ ସହଜ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ବିଜ୍ଞାନକୁ ଲୋକପ୍ରିୟ କରିଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ପୁସ୍ତକ A Brief History of Time (ସମୟର ଏକ ସମ୍ୟକ ଇତିହାସ) ୨୩୭ ସପ୍ତାହ ପର୍ଯ୍ୟନ୍ତ ବ୍ରିଟିଶ Sunday Timesର ସର୍ବାଧିକ ବିକ୍ରୟ ତାଲିକାରେ ରହିଥିଲା ।

ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ଥିଲେ । ଏହି ରୋଗ ଧୀରେ ଧୀରେ ତାଙ୍କ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥିଲା । ତେବେମଧ୍ୟ ସେ ଏକ କଥା କହିବା ଯନ୍ତ୍ର ମାଧ୍ୟମରେ ବାର୍ତ୍ତାଳାପ କରିପାରୁଥିଲେ ।

୧୪ ମାର୍ଚ୍ଚ ୨୦୧୮ରେ ତାଙ୍କର ନିଧନ ହୋଇଯାଇଛି ।

ପ୍ରାରମ୍ଭିକ ଜୀବନ

ଷ୍ଠିଫେନଙ୍କ ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖ ଦିନ ଲଣ୍ଡନର ଅକ୍ସଫୋର୍ଡ଼ଠାରେ ହୋଇଥିଲା । ଅକ୍ସଫୋର୍ଡରେ “ନେଚୁରାଲ୍ ସାଇନ୍ସ" ପଢ଼ା ଶେଷକରିବା ପରେ କେମ୍ବ୍ରିଜରେ ପିଏଚଡ଼ି କଲେ; କିନ୍ତୁ ଏହା ପରେପରେ ତାଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ, ଜଣାପଡ଼ିଲା ଯେ ସେ 'ମୋଟର ନ୍ୟୁରନ୍ ରୋଗ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ ନାମକ ଏକ ବିରଳ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ମାତ୍ର ଦୁଇବର୍ଷ ବଞ୍ଚିବେ ବୋଲି କୁହାଗଲେ ମଧ୍ୟ ସେ ତାଙ୍କ କାମ ବଜାୟ ରଖିଲେ ଓ ବିଚକ୍ଷଣ ପ୍ରତିଭା ଭାବେ ନିଜକୁ ପ୍ରତିପାଦିତ କଲେ । [୫]

ବିଜ୍ଞାନକୁ ଅବଦାନ

ହକିଙ୍ଗଙ୍କର ସର୍ବାଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚିତ ସିଦ୍ଧାନ୍ତ ଥୁଲା ବ୍ଲାକହୋଲ ବା କୃଷ୍ଣଗର୍ଭକୁ ନେଇ । ହକିଙ୍ଗ୍ କହିଥିଲେ ଯେ ବିଗ୍ ବ୍ୟାଙ୍ଗ୍ ପ୍ରକୃତରେ ବ୍ଲାକହୋଲର ଓଲଟା ପତନ । ସେ ପେନରୋଜଙ୍କ ସହ ମିଶି ଏହି ବିଚାରକୁ ଅଧିକ ବିକଶିତ କରିଥିଲେ ଓ ସତୁରି ଦଶକରେ ଏକ ଗବେଷଣାପତ୍ର ପ୍ରକାଶ କରି ଦର୍ଶାଇଲେ ଯେ ସାଧାରଣ ଆପେକ୍ଷତା (ଜେନେରାଲ୍ ରିଲେଟିଭିଟି)ର ଅର୍ଥହେଉଛି ବ୍ରହ୍ମାଣ୍ଡ ବ୍ଲାକହୋଲର କେନ୍ଦ୍ରରୁ (ସିଙ୍ଗୁଲାରିଟି)ରୁ ହିଁ ଆରମ୍ଭ ହୋଇଥିବ। ହକିଙ୍ଗ୍ ସ୍ପଷ୍ଟ କରିଦେଇଥିଲେ ଯେ ବ୍ଲାକହୋଲର ଆକାର କେବଳ ବଢ଼ିପାରେ ଓ ତାହା କେବେ କମେ ନାହିଁ। ତାଙ୍କ ମତ ଥିଲା ଦୁଇଟି ବ୍ଲାକହୋଲ୍ ପରସ୍ପର ସହିତ ଧକ୍କା ଖାଇଲେ ବି ବିଭାଜିତ ହୁଅନ୍ତି ନାହିଁ। ସେହିପରି କ୍ୱାଣ୍ଟମ୍ ଥିଓରି ଓ ଜେନେରାଲ୍ ରିଲେଟିଭିଟିକୁ ଏକାଠି କରିବା କ୍ଷେତ୍ରରେ ସେ ଥିଲେ ଅଦ୍ୱିତୀୟ । ମୌଳିକ ଭାବେ ଏହି ଦୁଇ ସିଦ୍ଧାନ୍ତ ପରସ୍ପରଠାରୁ ସଂପୂର୍ଣ୍ଣ ଅସଙ୍ଗତ ମନେହୁଏ, କିନ୍ତୁ ହକିଙ୍ଗ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ହକିଙ୍ଗ୍ ନିଜର 'ଥିଓରି ଅଫ୍ ଏଭ୍ରିଥିଙ୍ଗରେ" କହିଛନ୍ତି ଯେ ବ୍ରହ୍ମାଣ୍ଡର ନିର୍ମାଣ ସ୍ପଷ୍ଟରୂପେ ଏକ ସିଦ୍ଧାନ୍ତର ଅଧାରରେ ହୋଇଛି । ତାଙ୍କ ମତରେ, 'ଏହି ସିଦ୍ଧାନ୍ତ ଆମକୁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯଥେଷ୍ଟ ଯେ ବ୍ରହ୍ମାଣ୍ଡର ନିର୍ମାଣ କିଭଳି ହୋଇଛି, କୁଆଡ଼େ ଯାଉଛି ଓ ଏହାର କ'ଣ ଅନ୍ତ ହେବ ଓ ଯଦି ହେବ, କେମିତି? ଯଦି ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିଯିବ, ତେବେ ଆମେ ଈଶ୍ୱରଙ୍କ ମସ୍ତିଷ୍କକୁ ମଧ୍ୟ ବୁଝିବାରେ ସମର୍ଥ ହେବା ।'[୫]

ଆଧାର