ସ୍କ୍ଲେରୋଡର୍ମା


ସ୍କ୍ଲେରୋଡର୍ମା (ଇଂରାଜୀ ଭାଷାରେ Scleroderma) ଏକ ଅଟୋଇମ୍ମ୍ୟୁନ ରୋଗ (autoimmune disease) ଦଳକୁ ବୁଝାଏ ଯେଉଁଥିରେ ଚର୍ମ (skin), ରକ୍ତ ନଳୀ (blood vessels), ମାଂସପେଶୀ (muscles) ଓ ଶରୀର ଅଭ୍ୟନ୍ତରସ୍ଥ ଅଙ୍ଗମାନଙ୍କରେ (internal organ) ପରିବର୍ତ୍ତନ ଆଣିପାରେ ।[୨][୬] ଏହି ରୋଗ କେବଳ ଚର୍ମରେ ବା ଚର୍ମା ସ‌ହିତ ଦେହ ଭିତର ଅଙ୍ଗ ମାନଙ୍କରେ ହୋଇପାରେ ।[୨] ଏହି ରୋଗରେ ଚମ ମୋଟା ଓ ଶକ୍ତ ହୁଏ, ଥକ୍କା ଲାଗେ ଓ ଥଣ୍ଡା ପାଗରେ ଗୋଡ଼ ହାତର ଆଙ୍ଗୁଠିକୁ ରକ୍ତ ସରବରାହ କମିଯାଏ । [୧] ଏହି ଦଳର ଏକ ରୋଗ କ୍ରେସ୍ଟ ସିଣ୍ଡ୍ରୋମରେ (CREST syndrome), କ୍ୟାଲସିନୋସିସ (calcium deposits), ରେନ‌ଡ ସିଣ୍ଡ୍ରୋମ (Raynaud's syndrome), ଏସୋଫେଗସ ସମସ୍ୟା (esophageal), ସ୍କ୍ଲେରୋଡାକ୍ଟିଲି (thickening of the skin of the fingers and toes) ଓ ଟେଲାଞ୍ଜିଏକ୍ଟାସିସ (areas of small dilated blood vessels) ହୋଇପାରେ । [୧]

ସ୍କ୍ଲେରୋଡର୍ମା (Scleroderma)
ଏକ ପ୍ରକାର ସ୍ଥାନୀୟ ସ୍କ୍ଲେରୋଡର୍ମା ଯାହାର ନାମ ମର୍ଫିଆ (morphea)
ବିଭାଗରିଉମାଟୋଲୋଜି (Rheumatology)
ଆକ୍ରାନ୍ତ ସମୟମଧ୍ୟ ବୟସ[୧]
କାରଣଅଜ୍ଞାତ[୨]
ବିପଦ କାରକପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ [୩][୪][୫]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା [୬]
ସଠିକ ରୋଗ ନିର୍ଣ୍ଣୟମିଳିତ କନେକ୍ଟିଭ ତନ୍ତୁ ରୋଗ (Mixed connective tissue disease), ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ପଲିମାୟୋସାଇଟିସ (polymyositis), ଡର୍ମାଟୋମାୟୋସାଇଟିସ[୧]
ଔଷଧକର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs)[୨]
ଚିକିତ୍ସାସ‌ହ‌ଯୋଗୀ ଯତ୍ନ (Supportive care)[୧]
Prognosisସ୍ଥାନୀୟ: ସାଧାରଣ ଆୟୁଷ [୭]
ଶାରୀରିକ: କମ୍ ଆୟୁଷ[୩]
ପୁନଃପୌନିକପ୍ରତି ୧୦୦,୦୦୦ ଲୋକରେ ବର୍ଷକୁ ୩ ଜଣ (systemic)[୩]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ଏହି ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ ଉଲ୍ଲେଖ‌ଯୋଗ୍ୟ ।[୩][୪][୫] ଇମ୍ମ୍ୟୁନ ସିସ୍ଟମ ନିଜ ଦେହର ସୁସ୍ଥ ତନ୍ତୁକୁ ଆକ୍ରମଣ କରିବାରୁ କନେକ୍ଟିଭ ତନ୍ତୁ (connective tissue) ଅସାଧାରଣ ଭାବରେ ବଢ଼ିଯାଏ ।[୬] ଲକ୍ଷଣ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୬]

ସ୍କ୍ଲେରୋଡର୍ମା ରୋଗ ଆରୋଗ୍ୟସାଧ୍ୟ ନହେଲେ ମଧ୍ୟ ଚିକିତ୍ସା କଲେ ଲକ୍ଷଣରେ ଉନ୍ନତି ହୁଏ ।[୨] କର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs) ଇତ୍ୟାଦି ଦେଇ ଚିକିତ୍ସା କରାଯାଏ ।[୨] ରୋଗର ଅଗ୍ରଗତି ଉପରେ ଫଳାଫଳ ନିର୍ଭର କରେ । [୩] ରୋଗଟି ସ୍ଥାନୀୟ ହୋଇଥିଲେ ସାଧାରଣ ଆୟୁଷ (life expectancy) ରହେ ।[୭] ଶାରୀରିକ ରୋଗ ଥିଲେ ଆରମ୍ଭ ପର ପ୍ରାୟ ୧୧ ବର୍ଷ ଆୟୁଷ ରହେ ।[୩] ଫୁସଫୁସ, ପାକଅନ୍ତନଳୀ ବା ହୃତ୍‌ପିଣ୍ଡ ଜଟିଳତା ଯୋଗୁ ମୃତ୍ୟୁ ହୁଏ । [୩]

ବର୍ଷକୁ ପ୍ରତି ୧୦୦,୦୦୦ ଲୋକରେ ୩ ଜଣ ସ୍କ୍ଲେରୋଡର୍ମା ରୋଗରେ ଆକ୍ରନ୍ତ ହୁଅନ୍ତି ।[୩] ମଧ୍ୟ ବୟସରେ ଏ ରୋଗ ଆରମ୍ଭ ହୁଏ ।[୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ସନ ୧୭୫୩ରେ କାର୍ଲୋ କୁର୍ଜିଓ ପ୍ରଥମେ ସ୍କ୍ଲେରୋଡର୍ମା ବିଷୟ ଉପସ୍ଥାପନ କରିଥିଲେ,[୮] ଓ ସନ ୧୮୪୨ରେ ଲିପିବଦ୍ଧ କରିଥିଲେ ।[୯] ସ୍କ୍ଲେରୋଡର୍ମା ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ସ୍କ୍ଲେରୋସିସ ଅର୍ଥାତ୍ ଶକ୍ତ ଓ ଡର୍ମା ଅର୍ଥ ଚର୍ମ । [୬]

ଏହ ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ