ହାଈ ଫୋଙ୍ଗ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହାଈ ଫୋଙ୍ଗ ସହର
Thành phố Hải Phòng
ନଗର ପାଳିକା
ରାତିରେ ହାଇ ଫୋଙ୍ଗ ସହରର ଦୃଶ୍ୟ
ରାତିରେ ହାଇ ଫୋଙ୍ଗ ସହରର ଦୃଶ୍ୟ
Nickname: 
ଚମକ ଯୁକ୍ତ ସହର
ଭିଏତନାମାରେ ପ୍ରାନ୍ତୀୟ ସହର
ଭିଏତନାମାରେ ପ୍ରାନ୍ତୀୟ ସହର
Coordinates: 20°51′54.5″N 106°41′01.8″E / 20.865139°N 106.683833°E / 20.865139; 106.683833
देश Vietnam
Government
 • ଦଳ ସଚୀବଲେ ଭାନ ଥାନ
 • ପିପୁଲ କାଉନସିଲର ଅଧ୍ୟକ୍ଷଡୁଓଙ୍ଗ ଅହ୍ନ ଗୀନ
Population
 (2016)[୧]
 • Total୨୧,୯୦,୭୮୮
 • Density1,274/km2 (3,300/sq mi)
Time zoneUTC+07:00 (ଆଇସିଟୀ)
କ୍ଷେତ୍ର କୋଡ225
WebsiteHaiphong.gov.vn

ହାଈ ଫୋଙ୍ଗ, କିମ୍ବା "ହୋ ଫୋଙ୍ଗ" ଭିଏତନାମାର ଉତ୍ତର ଭାଗରେ ଦ୍ୱିତୀୟ ସବୁଠାରୁ ବଡ଼ ଓ ପ୍ରମୂଖ ଉଦ୍ୟୋଗିକ ସହର ଅଟେ । ହାଈ ଫୋଙ୍ଗ, ଭିଏତନାମାର ଉତ୍ତର ତଟରେ ପ୍ରଦ୍ୟୋଗିକି, ଅର୍ଥବ୍ୟବସ୍ଥା, ସଂସ୍କୃତି, ଚିକିଶ୍ଚା, ଶିକ୍ଷା, ବିଜ୍ଞାନ ଓ ବ୍ୟାପାରର କେନ୍ଦ୍ର ଅଟେ । ଏହା ଛଡା, ଏହି ଅଞ୍ଚଳ ଜନସଂଖ୍ୟା ମମାମଲାରେ ଭିଏତନାମାର ତୃତୀୟ ସବୁଠାରୁ ବଡ଼ ସହର ଅଟେ (୨୦୧୬ ମସିହାରେ ୨,୧୯୦,୭୮୮ ଜନସଂଖ୍ୟା ସହିତ) ।

ହାଈ ଫୋଙ୍ଗ ସହର ଏକ ବନ୍ଦରଗାହ ପ୍ରାନ୍ତ ରୂପେ ଫ୍ରାନ୍ସ ଔପନାସୀକ ସାମ୍ରାଜ୍ୟ ଅନୁଶାରେ ୧୮୮୭ ମସିହାରେ, ଫ୍ରେଞ୍ଚର ତୃତୀୟ ଗଣରାଜ୍ୟର ଅଧ୍ୟକ୍ଷ "ସାଦୀ କାର୍ନେଟ" ହାଈ ଫୋଙ୍ଗ ସହରର ସ୍ଥାପନ ପାଇଁ ଘୋଷଣା କରିଥିଲେ । ୧୯୫୪ ମସିହାରୁ ୧୯୭୫ ପର୍ଯ୍ୟନ୍ତ ହାଈ ଫୋଙ୍ଗ ଉତ୍ତର ଭିଏତନାମାର ସବୁଠାରୁ ମହତ୍ୱପୂର୍ଣ୍ଣ ସମୁଦ୍ର ଯୁକ୍ତ ସହର ଅଟେ ଏବଂ ୧୯୭୬ରୁ ହନୋଇ ଓ ହୋ ଚୀ ମିହ୍ନ ସହର ପରି ପ୍ରତ୍ୟକ୍ଷ-ନିୟନ୍ତ୍ରିତ ନଗର ପାଳିକାରୁ ଗୋଟିଏ ଅଟେ ।


ଭୂଗୋଳ

ହାଈ ଫୋଙ୍ଗ ଏକ ତଟୀୟ ସହର ଅଟେ, ଯାହା କିମ ନଦୀ, ନିଷିଦ୍ଧ ନଦୀର ମୂହାଣରେସ୍ଥିତ ରହିଛି । ଏହା ଭିଏତନାମାର ଉତ୍ତର-ପୂର୍ବ ତଟୀୟ ଅଞ୍ଚଳରେ, ହନୋଇଠାରୁ ୧୨୦ କିମି ପୂର୍ବରେସ୍ଥିତ । କେମ ନଦୀରେ ତିଆରି ବିହ୍ନ ବ୍ରେଜ ସହରର "ଥୁ ଗୁୟେନ ଜେଲ" ସହିତ ଯୋଡିହୋଇଥାଏ ।


ହାଇ ଫୋଙ୍ଗରେ ଏକ ଆନ୍ଧ୍ର ଉପ-ଉଷ୍ମକଟିବନ୍ଧ ଜଳବାୟୁ ରହିଛି, ଯାହାଦ୍ୱାରା ସେଠାରେ ଆନ୍ଧ୍ର ଗ୍ରିଷ୍ମକାଳ ଗରମ ଓ ଶୁଷ୍କ ଥଣ୍ଡା ହୋଇଥାଏ । ସେହି ସହରରେ ବର୍ଷା ପ୍ରାୟତଃ ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ହୋଇଥାଏ । ସହରର ବାର୍ଷିକ ବର୍ଷା ପାଖାପାଖି ୯୦% (ଯାହା ପାଖାପାଖି ୧୬୦୦ ମିମି ବର୍ଷା ଅଟେ) ସାଧାରଣତଃ ଏହି ମାସରେ ହିଁ ହୋଇଥାଏ । ସେହି ସହରର ଥଣ୍ଡା ଏବଂ ଗରମ ମଧ୍ୟରେ ତାପମାନ ପ୍ରାୟତଃ ବହୁ ଅନ୍ତର ରହିଥାଏ ।

ଅର୍ଥବ୍ୟବସ୍ଥା

ହାଈ ଫୋଙ୍ଗ, ବିଶେଷ ଋପେ ଉତ୍ତର ଏବଂ ସମ୍ପୁର୍ଣ୍ଣ ଭିଏତନାମାର ଏକ ପ୍ରମୁଖ ଆର୍ଥିକ କେନ୍ଦ୍ର ଅଟେ । ଫ୍ରାନ୍ସ ଶାସନ ଅନୁଶାରେ ହାଈ ଫୋଙ୍ଗ, ସାଇଗାନ ଏବଂ ହନୋଇ ପାଖାପାଖି ପ୍ରଥମ ସ୍ତରର ସହର ଥିଲା । ଏବେ ହାଈ ଫୋଙ୍ଗ ଭିଏତନାମାର ସବୁଠାରୁ ମହତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ରରୁ ଗୋଟିଏ ଅଟେ । ୨୦୦୯ ମସିହାରେ ହାଈ ଫୋଙ୍ଗର ରାଜ୍ୟ ବଜେଟ ରାଜସ୍ୱ ୩୪,୦୦୦ ଅରବ ରହିଥିଲା । ୨୦୧୧ ମସିହାରେ ସହରର ରାଜ୍ୟ ବଜେଟ ରାଜସ୍ୱ ୪୭,୭୨୫ ଅରବ ପର୍ଯ୍ୟନ୍ତ ପହଞ୍ଚିଗଲା, ୨୦୧୦ ମସିହା ତୁଳନାରେ ୧୯% ବୃଦ୍ଧି ହୋଇଥିଲା ।[୨] ୨୦୧୫ ମସିହାରେ, ସହରର ସମ୍ପୁର୍ଣ୍ଣ ରାଜସ୍ୱ ୫୬୮୮ ଅରବ ପର୍ଯ୍ୟନ୍ତ ପହଞ୍ଚିଗଲା । ସରକାରଙ୍କ ଯୋଜନା ଅନୁଶାରେ ୨୦୨୦ ପର୍ଯ୍ୟନ୍ତ ହାଈ ଫୋଙ୍ଗର ରାଜସ୍ୱ ୮୦,୦୦୦ ଅରବରୁ ଅଧିକ ହୋଇଯିବ ଏବଂ ଘରୋଇ ରାଜସ୍ୱ ୨୦,୦୦୦ ଅରବ ପର୍ଯ୍ୟନ୍ତ ପହଞ୍ଚି ଯିବ । ହାଈ ଫୋଙ୍ଗର ସମଗ୍ର ଦୁନିଆର ୪୦ରୁ ଅଧିକ ଦେଶ ଏବଂ କ୍ଷେତ୍ର ସହିତ ବ୍ୟାପାରିକ ସମ୍ବନ୍ଧ ରହିଛି । [୩]


ଜନସଂଖ୍ୟା

ହାଈ ଫୋଙ୍ଗ ଭିଏତନାମାର ତୃତୀୟ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ ସହର ଅଟେ, ଯେଉଁଥିରେ ନଗରପାଳିକା କ୍ଷେତ୍ରର 2.103.500 (2015) ଜନସଂଖ୍ୟା ରହିଛି।, ଏଥିରେ 1,507.57 କିମି² କ୍ଷେତ୍ରଫଳ ଯୁକ୍ତ ହୋହିଛି , ଏହାର ୪୬,୧% ଜନସଂଖ୍ୟା ସହର ଜିଲ୍ଲାରେ ରହିଛି ।[୪] ସମ୍ପୁର୍ଣ୍ଣ ଜନସଂଖ୍ୟାର ଲିଙ୍ଗ ବିତରଣରେ ମହିଳା ଅଧାରୁ ଅଧିକ (50.4%) ରହିଛନ୍ତି ।[୫]

ଚିତ୍ର

ଡୁ ହେଙ୍ଗ ପୋଗୋଡା
ଡୁ ହେଙ୍ଗ ପୋଗୋଡା 
ଡୁ ହେଙ୍ଗ ପୋଗୋଡା ବାସ୍ତୁ କଳା
ଡୁ ହେଙ୍ଗ ପୋଗୋଡା ବାସ୍ତୁ କଳା 
ସିଟି ଓପେରା ହାଉସ
ସିଟି ଓପେରା ହାଉସ 
ହାଈ ଫୋଙ୍ଗ କୌଥେଡଲ (୨୦୦୭)
ହାଈ ଫୋଙ୍ଗ କୌଥେଡଲ (୨୦୦୭) 
ହାଈ ଫୋଙ୍ଗ ସିଟି ଇଣ୍ଟରନ୍ୟାସନାଲ ଏକ୍ଜିଭିସନ ସେଣ୍ଟର
ହାଈ ଫୋଙ୍ଗ ସିଟି ଇଣ୍ଟରନ୍ୟାସନାଲ ଏକ୍ଜିଭିସନ ସେଣ୍ଟର 

ଆଧାର