ଅଭିଜିତ ବାନାର୍ଜୀ

ଅଭିଜିତ ବିନାୟକ ବାନାର୍ଜୀ (ବଙ୍ଗଳା: অভিজিৎ বিনায়ক বন্দ্যোপাধ্যায়; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । [୬] ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ-ସ୍ତ୍ରୀ ଯୋଡି ।

ଅଭିଜିତ ବାନାର୍ଜୀ
ଜନ୍ମ (1961-02-21) ୨୧ ଫେବୃଆରୀ ୧୯୬୧ (ବୟସ ୬୩)
ଜାତୀୟତାଆମେରିକୀୟ<be>ଭାରତୀୟ
ବୈବାହିକ-ସାଥୀ(s)ଅରୁନ୍ଧତୀ ଟୁଲୀ (ବିବାହ ବିଚ୍ଛେଦ)
ଏସ୍ଥର ଡଫ୍ଲୋ (୨୦୧୫–ବର୍ତ୍ତମାନ)
ପୁରସ୍କାରNobel Memorial Prize (2019)[୩]
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାEric Maskin
ଡକ୍ଟରୀ ଛାତ୍ରEsther Duflo[୪]
Dean Karlan[୫]
Benjamin Jones

ପ୍ରାରମ୍ଭିକ ଜୀବନ

ବାନାର୍ଜୀଙ୍କ ଜନ୍ମ ଭାରତର ମୁମ୍ବାଇରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ । ସେ କଲିକତାର ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢ଼ିଥିଲେ । ବିଦ୍ୟାଳୟରେ ପଢ଼ା ଶେଷ ପରେ ୧୯୮୧ ମସିହାରେ ସେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ ପିଏଚଡି ଡିଗ୍ରୀ ପ୍ରାପ୍ତ କରିଥିଲେ ।

କ୍ୟାରିଅର

ବାନାର୍ଜୀ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ ।

ପ୍ରକାଶନ

ବ‌ହି

  • Aghion, Philippe; Banerjee, Abhijit (2005). Volatility And Growth. Oxford: Oxford University Press. ISBN 9780199248612.
  • Banerjee, Abhijit Vinayak; Bénabou, Roland; Mookherjee, Dilip, eds. (2006). Understanding Poverty. Oxford; New York: Oxford University Press. ISBN 9780195305203.
  • Banerjee, Abhijit Vinayak (2005). Making Aid Work. Cambridge: MIT Press. ISBN 9780262026154.
  • Banerjee, Abhijit V.; Duflo, Esther (2011). Poor Economics: A Radical Rethinking of the Way to Fight Global Poverty. New York: PublicAffairs. ISBN 9781610390408.
  • Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 1. North–Holland (an imprint of Elsevier). ISBN 9780444633248.
  • Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 2. North–Holland (an imprint of Elsevier). ISBN 9780444640116.
  • Banerjee, Abhijit Vinayak ( 2019 ). A Short History of Poverty Measurements . Juggernaut Books.

ଆଧାର