ଅର୍ଶ

ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK: /ˈhɛmərɔɪdz/), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ[୧][୨] ସ୍ଫିତ ହୋଇଯାଏ[୩][୨]ସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ ।[୪] ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ[୫] । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ ।[୪] ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟ‌ହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]].[୬][୭] କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ ।[୭] କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ ।[୬] ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ ।[୭] ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ ।

ଅର୍ଶ ରୋଗ
Diagram demonstrating the anal anatomy of both internal and external hemorrhoids
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgeneral surgery[*]
ଆଇସିଡ଼ି-୧୦I84.
ଆଇସିଡ଼ି-୯-ସିଏମ୍455
ରୋଗ ଡାଟାବେସ10036
ମେଡ଼ିସିନ-ପ୍ଲସ000292
ଇ-ମେଡ଼ିସିନmed/2821 emerg/242
Patient UKଅର୍ଶ
MeSHD006484

ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ ।[୭] ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।. ରୋଗାକ୍ରାନ୍ତ ସ୍ଥାନ‌ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୬] ଅନେକ ଲୋକ ଯେ ମଳଦ୍ୱାର ପାଖରେ ଯେ କୌଣସି ଲକ୍ଷଣ ହେଲେ ଅର୍ଶ ନାମ ଦିଅନ୍ତି କିନ୍ତୁ ଅନ୍ୟ ଏହାର କାରଣମାନଙ୍କୁ ଖୋଜି ବାହାର କରିବାକୁ ହୁଏ ।[୪] କୋଲୋନୋସ୍କୋପି ବା ସିଗ୍‌ମୋଏଡସ୍କୋପି କରି ଏହି ରୋଗ ନିଧାର୍ଯ୍ୟ କରାଯିବା ସ‌ହିତ ଅନ୍ୟ ସାଂଘାତିକ ଅବସ୍ଥାର ଅନୁପସ୍ଥିତି ଖୋଜିବାକୁ ହୁଏ ।[୮]

ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନାହିଁ ।[୮] ପ୍ରାରମ୍ଭିକ ଉପଚାର ମଧ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ଗ୍ରହଣ, ଜଳ‌ଯୋଜନ ନିମନ୍ତେ ଅଧିକ ଜଳ ଗ୍ରହଣ, କଷ୍ଟ ଲାଘବ ନିମନ୍ତେ ଏନ.ଏସ୍.ଆଇ.ଡି ଓ ବିଶ୍ରାମ ଆବଶ୍ୟକ ।[୫] ଔଷଧ ଯୁକ୍ତ ମଲମର ଉପକାରୀତା ପ୍ରମାଣିତ ହୋଇନାହିଁ ।[୮] ସାଧାରଣ ଚିକିତ୍ସାରେ ଲକ୍ଷଣ ଉପଶମ ନ ହେଲେ ବା ସାଂଘାତିକ ହେଲେ ଅନେକ ପ୍ରକାର ଉପଚାର କରାଯାଏ । ବିଭିନ୍ନ ଉପଚାର ସତ୍ତ୍ୱେ କିଛି ଉପଶମ ନ ହେଲେ ଅପରେଶନ କରାଯାଏ ।[୯]

ଜୀବନର କୌଣସି ନା କୌଣସି ସମୟରେ ଅର୍ଦ୍ଧେକ ଦୁଇ ତୃତୀୟାଂଶ ଲୋକଙ୍କର ଏହି ରୋଗ ହୁଏ ।[୫][୬] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୫] ଅଧିକାଂଶ ରୋଗୀଙ୍କ ବୟସ ୪୫ରୁ ୬୫ ବର୍ଷ ହୋଇଥାଏ ।[୧୦]ଧନୀମାନଙ୍କର ଏହି ରୋଗ ଅଧିକ ହୁଏ ।[୭] ଏହାର ଫଳାଫଳ ସାଧାରଣତଃ ଭଲ ଥାଏ ।[୬][୮] ଖ୍ରୀ:ପୂ: ୧୭୦୦ରେ ମିଶରର ପାପିରସରେ ଏହା ଲିଖିତ ହୋଇଛି ।[୧୧]

ଆଧାର