ଆଡାମ୍ ସ୍ମିଥ୍

ଆଡାମ ସ୍ମିଥ (୧୬ ଜୁନ ୧୭୨୩ - ୧୭ ଜୁଲାଇ ୧୭୯୦) ଜଣେ ସ୍କଟୀୟ ଦାର୍ଶନିକ, ରାଜନୈତିକ ଅର୍ଥନୀତିର ପୂରୋଗାମୀ ଓ ସ୍କଟୀୟ ନବଜାଗରଣର ପ୍ରବକ୍ତା । [୧]ସ୍ମିଥ ନିଜର "ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍" (୧୯୫୯) ଓ "ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍" (୧୭୭୬) ପାଇଁ ଜଣାଶୁଣା । ଏଥିରୁ ଦ୍ୱୀତିୟ ବହିଟି ତାଙ୍କର ସବୁଠାରୁ ଗୁରୁତ୍ତ୍ୱପୁର୍ଣ ଅବଦାନ ଓ ଏହି ଗ୍ରନ୍ଥକୁ ଆଧୁନିକ ଅର୍ଥନୀତି ବିଜ୍ଞାନର ମୂଳପାଠ ବୋଲି ଧରାଯାଏ । ସ୍ମିଥି୍ "ଆଧିନିକ ଅର୍ଥନୀତି ବିଜ୍ଞାନର ପିତା" ବୋଲି ଖ୍ୟାତ । ଅର୍ଥନୀତି କ୍ଷେତ୍ରରେ ତାଙ୍କୁ ଏବେ ବି ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଚିନ୍ତାନାୟକମାନଙ୍କମଧ୍ୟରୁ ଜଣେ ବୋଲି ଧରାଯାଏ । [୨]ନିଜର କାମଦ୍ୱାରା ସ୍ମିଥ୍ ଶାସ୍ତ୍ରୀୟ ମୁକ୍ତ ବଜାର ଅର୍ଥନୈତିକ ତତ୍ତ୍ୱର ମୂଳଦୁଆ ପକାଇଲେ । ତାଙ୍କର ମତ ଅନୁସାରେ ଯୁକ୍ତିସଂଗତ ଭାବରେ ପରିଚାଳିତ ହୋଇ ଲୋକମାନେ ନିଜର ସ୍ୱସ୍ୱାର୍ଥ ସିଦ୍ଧି ପାଇଁ ପ୍ରତିଯୋଗିତା କଲେ ତାହାଫଳରେ ଅର୍ଥନୈତିକ ସମୃଦ୍ଧି ଜାତ ହେବ । [୩]

ଆଡାମ ସ୍ମିଥ
A sketch of Adam Smith facing to the right
ଜନ୍ମ16 June 1723 NS
(5 June 1723 OS)
Kirkcaldy, Fife, Scotland
ଦେହାନ୍ତ୧୭ ଜୁଲାଇ ୧୭୯୦(1790-07-17) (ବୟସ ୬୭)
Edinburgh, Scotland
ଅଞ୍ଚଳWestern philosophy
ବିଦ୍ୟାଳୟClassical economics
ମୂଳ ଲକ୍ଷPolitical philosophy, ethics, economics
ଜଣାଶୁଣା ଚିନ୍ତାଧାରାClassical economics,
modern free market,
division of labour,
the "invisible hand"
କାହାଦେଇ ପ୍ରଭାବିତ
କାହାକୁ ପ୍ରଭାବିତ କରିଛନ୍ତି
  • Bastiat · Friedman · Hayek · Hegel · Hodgskin · Keynes · Malthus · କାର୍ଲ ମାର୍କସ  · Mill · Ricardo · Saint-Simon · Say · US Founding Fathers
ସନ୍ତକ

କର୍ମ ଜୀବନ

ଆଡାମ୍ ସ୍ମିଥ୍ ପ୍ରଥମେ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ସାମାଜିକ ଦର୍ଶନ ପଢ଼ିଲେ । ଏହାପରେ ଉଚ୍ଚତର ଶିକ୍ଷାପାଇଁ ସେ ଅକ୍ସ ଫର୍ଡ୍ ବିଶ୍ୱବିଦ୍ୟାଳୟର ବାଲିଓଲି କଲେଜରେ ଅଧ୍ୟୟନ କଲେ । ଶିକ୍ଷା ସମାପ୍ତ ହେବା ପରେ ସେ ଏଡିନବରା ବିଶ୍ୱବିଦ୍ୟାଳୟରେ କେତେଗୁଡିଏ ପବ୍ଲିକ୍ ଅଭିଭାଷଣ ଦେଲେ । ଏହାପରେ ସେ ୧୭୫୧ ମସିହାରୁ ଆରମ୍ଭକରି ଅନେକ ବର୍ଷ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାମ କଲେ ।

ଗ୍ରନ୍ଥାବଳୀ

  • ଦ ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍ (୧୭୬୯)
  • ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍ (୧୭୭୬)

ଆଧାର

ଅଧିକ ତଥ୍ୟ