ଆମ୍ଫେଟାମିନ

ଆମ୍ଫେଟାମିନ (ଇଂରାଜୀ ଭାଷାରେ Amphetamine, Amphetamine, amfetamine and speed ଏକ ଶକ୍ତିଶାଳୀ (potent) କେନ୍ଦ୍ରୀୟ ସ୍ନାୟୁମଣ୍ଡଳ (central nervous system ବା CNS) ଉତ୍ତେଜକ (stimulant) ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ନିଦ୍ରାବେଶ, ଓ ମେଦ ବହୁଳତା ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ସନ ୧୮୮୭ରେ ଆମ୍ଫେଟାମିନ ଆବିଷ୍କୃତ ହୋଇଥିଲା ଓ ଏହା ଲେଭୋଆମ୍ଫେଟାମିନ (levoamphetamine) ଓ ଡେକ୍ସଟ୍ରୋଆମ୍ଫେଟାମିନ (dextroamphetamine) ନାମକ ଦୁଇଟି ଏନାଣ୍ଟୋମର (enantiomer) [୮]
ଆମ୍ଫେଟାମିନ ଏକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ, ରାସେମିକ (racemic) ଫ୍ରିବେସ (free base), ଯାହା ଦୁଇଟି ସମାନ ଭାଗର ଶୁଦ୍ଧ ଏନାଣ୍ଟିଓମର, ଲେଭୋଆମ୍ଫେଟାମିନ ଓ ଡେକ୍ସଟ୍ରୋଆମ୍ଫେଟାମିନ ନାମରେ ଥାଏ । ଇତିହାସ ଅନୁସାରେ ଏହି ଔଷଧ ନାକ ରକ୍ତ ବ‌ହୁଳତା ଓ ଅବସାଦ ରୋଗରେ ଦିଆଯାଏ । ଖେଳାଳିମାନଙ୍କର ଦକ୍ଷତା ବୃଦ୍ଧି (athletic performance enhancer), କାମୋଦ୍ଦିପକ (aphrodisiac) ଓ ବୋଧଶକ୍ତି ବୃଦ୍ଧି (cognitive enhancer) ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର କରାଯାଏ । ଏହି ଔଷଧ ପ୍ରେସକ୍ରିପସନରେ ମିଳେ ଓ ଅନେକ ଦେଶମାନଙ୍କରେ ସ୍ୱାସ୍ଥ୍ୟସଙ୍କଟ ରୋକିବା ନିମନ୍ତେ ଏହା ଗଚ୍ଛିତ ରଖିବା ଓ ବଣ୍ଟନ କରିବା ଉପରେ ନିୟନ୍ତ୍ରଣ କରାଯାଏ ।

ଆମ୍ଫେଟାମିନ
INN: Amfetamine
An image of the amphetamine compound
A 3d image of the D-amphetamine compound
Clinical data
Pronunciation/æmˈfɛtəmn/ (listen)
Trade namesAdderall, Adzenys XR-ODT, Dyanavel XR, Evekeo, others
Synonymsα-methylphenethylamine
AHFS/Drugs.comentry
Pregnancy
category
  • US: C (Risk not ruled out)
Dependence
liability
Physical: none Psychological: moderate
Addiction
liability
Moderate
Routes of
administration
Medical: oral, intravenous
Recreational: oral, insufflation, rectal, intravenous, intramuscular
Drug classCNS stimulant
ATC code
Legal status
Legal status
  • AU: S8 (Controlled)
  • CA: Schedule I
  • DE: Anlage III (Prescription only)
  • NZ: Class B
  • UK: Class B
  • US: Schedule II
  • UN: Psychotropic Schedule II
Pharmacokinetic data
BioavailabilityOral: 75–100%
Protein binding15–40%
MetabolismCYP2D6, DBH, FMO3
Metabolites4-hydroxyamphetamine, 4-hydroxynorephedrine, 4-hydroxyphenylacetone, benzoic acid, hippuric acid, norephedrine, phenylacetone
Onset of actionIR dosing: 30–60 minutes[୧]
XR dosing: 1.5–2 hours[୨][୩]
Elimination half-lifeD-amph: 9–11 hours [୪]
L-amph: 11–14 hours >
pH-dependent: 7–34 hours
Duration of actionIR dosing: 3–6 hours [୨][୫]
XR dosing: 8–12 hours [୨][୫]
ExcretionPrimarily renal;
pH-dependent range: 1–75%
Identifiers
IUPAC name
  • (RS)-1-phenylpropan-2-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.005.543 Edit this at Wikidata
Chemical and physical data
FormulaC9H13N
Molar mass135.20622 g/mol
3D model (JSmol)
ChiralityRacemic mixture
Density.936 g/cm3 at 25 °C[୬]
Melting point11.3 °C (52.3 °F) (predicted)[୭]
Boiling point203 °C (397 °F) at 760 mmHg
SMILES
  • NC(CC1=CC=CC=C1)C
InChI
  • InChI=1S/C9H13N/c1-8(10)7-9-5-3-2-4-6-9/h2-6,8H,7,10H2,1H3 checkY
  • Key:KWTSXDURSIMDCE-UHFFFAOYSA-N checkY
  (verify)

ପ୍ରଥମ ଆମ୍ଫେଟାମିନ ବେଞ୍ଜିଡ୍ରିନ (Benzedrine) ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିଲା ଯାହା ଅନେକ ରକମର ବେମାରୀ ପାଇଁ ଦିଆଯାଉଥିଲା । ଅଧୁନା ଫର୍ମାସିଉଟିକାଲ ଆମ୍ଫେଟାମିନ ପ୍ରେସକ୍ରିପସନରେ ରାସେମିକ ଆମ୍ଫେଟାମିନ ଆଡେରାଲ (Adderall) ନାମରେ ମିଳୁଛି ଯାହା ଡେକ୍ସଟ୍ରୋଆମ୍ଫେଟାମିନ, ଆମ୍ଫେଟାମିନ ସଲଫେଟ ଓ ଆମ୍ଫେଟାମିନ ଆସ୍ପାର୍ଟେଟ ଇତ୍ୟାଦିମାନଙ୍କଠାରୁ ପୃଥକ୍ । [୯]) ଓ ଏହା ଅତ୍ୟଧିକ ଦୀର୍ଘ ଏକ ଆମ୍ଫେଟାମିନ ମିକ୍ସଚର ଯାହା ଆଡେରାଲ ନାମରେ ମିଳୁଛି । ଆମ୍ଫେଟାମିନ ସକ୍ରିୟ ହୁଏ ଟିଏଏଆର୧ରେ (trace amine receptor) ପରିଣତ ହୋଇଯାଏ । ଏହା ମସ୍ତିଷ୍କରେ ଥିବା ମୋନୋଆମିନ (monoamine) ଓ ଏକସାଇଟୋରି ନିଉରୋଟ୍ରାନ୍ସମିଟରମାନଙ୍କୁ (excitatory neurotransmitter) ଅଧିକ ସକ୍ରିୟ କରିଦିଏ ଯାହା ନରଏପିନେଫ୍ରିନ (norepinephrine) ଓ ଡୋପାମିନ (dopamine) ଭଳି କାଟେକୋଲାମିନମାନଙ୍କର (catecholamine) ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ ।

ଔଷଧ ମାତ୍ରାରେ ଏହା ଇଉଫୋରିଆ (euphoria), ଯୌନ ପ୍ରବୃତ୍ତିରେ (desire for sex) ପରିବର୍ତ୍ତନ, ଅଧିକ ଜାଗ୍ରତ (wakefulness) ଅବସ୍ଥା ଓ ଅଧିକ ବୋଧଶକ୍ତି (cognitive control) ସୃଷ୍ଟି କରେ । ପ୍ରତିକ୍ରିୟା ସମୟରେ ଉନ୍ନତି, ଥକ୍କାଣ ପ୍ରତିରୋଧ ଓ ଅଧିକ ମାଂସପେଶୀ ଶକ୍ତି ଆସିଯାଏ । ଆମ୍ଫେଟାମିନ ମାତ୍ରା ଅଧିକ ହେଲେ ବୋଧଶକ୍ତି କମିଯାଏ ଓ ଦୃତ ମାଂସପେଶୀ କ୍ଷୟ (rapid muscle breakdown) ହୁଏ । ଅଧିକ ମାତ୍ରାରେ ସେବନ କଲେ ନିଶାଗ୍ରସ୍ତ (Drug addiction ) ସମ୍ଭାବନା ରହେ, କିନ୍ତୁ ଦୀର୍ଘକାଳୀନ ଔଷଧ ମାତ୍ରାରେ କିଛି ଅସୁବିଧା ହୁଏନି । ଅତ୍ୟଧିକ ମାତ୍ରାରେ ସେବନ କଲେ ଡିଲ୍ୟୁଜନ (delusion ଓ ପାରାନୋଇଆ ((paranoia)) ଭଳି ମାନସିକ ରୋଗ ହୋଇପାରେ । ଚିତ୍ତବିନୋଦନ ନିମନ୍ତେ ଅତି ଅଧିକ ମାତ୍ରାରେ ସେବନ କରୁଥିଲେ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ରହେ ।

ଆମ୍ଫେଟାମିନ ଏକ ପ୍ରତିସ୍ଥାପିତ ଫିନେଥିଲାମିନ ଶ୍ରେଣୀୟ (phenethylamine class) ଔଷଧ । ଏହା ସମ ଗଠନ ଶ୍ରେଣୀର ପ୍ରଥମ ଯୌଗିକ ପଦାର୍ଥ, ଏକ ପ୍ରତିସ୍ଥାପିତ ଆମ୍ଫେଟାମିନ । ଆମ୍ଫେଟାମିନ ଅକ ରାସାୟନିକ ଶ୍ରେଣୀରେ ଗଣାଯାଏ କିନ୍ତୁ ପ୍ରତିସ୍ଥାପିତ ଅମ୍ଫେଟାମିନ (substituted amphetamine) ଶ୍ରେଣୀରେ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନଥାଏ । ଏହା ସ୍ୱଗଠିତ ଶ୍ରେଣୀର ମୂଖ୍ୟ ପଦାର୍ଥ । ଆମ୍ଫେଟାମିନ ଓ ଆମ୍ଫେଟାମିନସ ଶ୍ରେଣୀରେ ରାସେମିକ ଆମ୍ଫେଟାମିନ, ଲେଭୋଆମ୍ଫେଟାମିନ ଓ ଡେକ୍ସଟ୍ରୋଆମ୍ଫେଟାମିନ ରଖାଯାଏ ଓ ପ୍ରତିସ୍ଥାପିତ ଦଳରେ ବୁପ୍ରୋପିଅନ (bupropion), କାଥିନୋନ (cathinone), ଏମଡିଏମଏ (MDMA), ଓ ମେଥଆମ୍ଫେଟାମିନ (methamphetamine) ଅନ୍ତର୍ଭୁକ୍ତ ।[୧୦]

ଆଧାର