ଓପିଇସି

ପେଟ୍ରୋଲିଅମ ରପ୍ତାନୀକାରୀ ଦେଶମାନଙ୍କର ସଂଗଠନ

ଓପିଇସି, ବା ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନ (ଅଳ୍ପରେ ଓପେକ) ଇଂରାଜୀ ଭାଷାରେ (Organization of the Petroleum Exporting Countries/ OPEC, /ˈpɛk/ OH-pek) ଏକ ଅନ୍ତଃ-ସରକାରୀ ସଂଗଠନ (intergovernmental organization) ଯାହା ଇରାନ, ଇରାକ, କୁଏତ, ସାଉଦି ଆରବ ଓ ଭେନେଜୁଆଲା (Venezuela) ଆଦି ପାଞ୍ଚଟି ରାଷ୍ଟ୍ରର ସରକାରଙ୍କଦ୍ୱାରା ସନ ୧୪ ସେପ୍ଟେମ୍ବର ୧୯୬୦ରେ ବାଗଦାଦରେ ସ୍ଥାପିତ ହୋଇଥିଲା ଓ ମୂଖ୍ୟ କାର୍ଯ୍ୟାଳୟ ସନ ୧୯୬୫ରୁ ଅଷ୍ଟ୍ରିଆର ଭିଏନାରେ ରହିଛି । ସନ ୨୦୧୮ରେ ଏହାର ୧୪ ସଭ୍ୟ ଥିଲେ ଯେଉଁମାନେ ୪୪% ଦେଶ ନିମନ୍ତେ ୮୧.୫% ତେଲ ପାଇଁ ଦାୟୀ ଥିଲେ; ତେଣୁ ସେମାନଙ୍କର ଆନ୍ତର୍ଜାତୀୟ ତେଲ ମୂଲ୍ୟ ନିର୍ଦ୍ଧାରଣରେ ମୂଖ୍ୟ ପ୍ରଭାବ ଥିଲା ଯାହା ଏଥି ପୂର୍ବରୁ ତଥାକଥିତ 'ସାତ ଭଗିନୀ' କମ୍ପାନୀ ଦଳ ନିରୂପଣ କରୁଥିଲେ ।

Organization of the Petroleum Exporting Countries (OPEC)
Flag of Organization of the Petroleum Exporting Countries (OPEC)
Flag
Location of Organization of the Petroleum Exporting Countries (OPEC)
HeadquartersVienna, Austria
Official languageEnglish
TypeInternational cartel[୧]
Membership
14 states
(January 2019)[୨][୩]
Leaders
• Secretary General
Mohammed Barkindo
EstablishmentBaghdad, Iraq
• Statute
September 1960
• In effect
January 1961
ମୁଦ୍ରାIndexed as USD per barrel (US$/bbl)
Website
OPEC.org

ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନର ଲକ୍ଷ: ସଭ୍ୟ ଦେଶମାନଙ୍କୁ ଏକତ୍ରିତ କରିବା, ଏପରି ପେଟ୍ରୋଲିଅମ ପଲିସି ନିର୍ଦ୍ଧାରଣ କରିବା, ଯେପରିକି ତେଲ ମାର୍କେଟ ସର୍ବଦା ସ୍ଥିର ରହିବ ଓ କାର୍ଯ୍ୟଦକ୍ଷ, ଅର୍ଥନୈତିକ ଓ ନିୟମିତ ଯୋଗାଣ ଉପଭୋକ୍ତାଙ୍କୁ କରିବା, ନିର୍ମାତାଙ୍କର ନିୟମିତ ଆମଦାନୀ ହେବ ଓ ଏହି ପେଟ୍ରୋଲିଅମ ଉଦ୍ୟୋଗରେ ପୁଞ୍ଜି ଖଟେଇଥିବା ଲୋକଙ୍କୁ ଭଲ ପ୍ରାପ୍ୟ ମିଳିବ । [୪] ଆନ୍ତର୍ଜାତୀୟ ତେଲ ମାର୍କେଟ ବିଷୟର ସାମସ୍ତଙ୍କୁ ସୂଚନା ଦେବା ମଧ୍ୟ ସଂଗଠନର କାମ ରହିବ । ଏବେକାର ସଭ୍ୟ ଦେଶମାନଙ୍କର ନାମ ଆଲଜେରିଆ, ଆଙ୍ଗୋଲା Angola, ଇକ୍ୱାଡୋର, ବିଷୁବରେଖୀୟ ଗିନି, ଗାବନ Gabon, ଇରାନ, ଇରାକ , କୁଏତ, Libya, ନାଇଜେରିଆ, ଦି ରିପବ୍ଲିକ ଅଫ କଙ୍ଗୋ (the Republic of the Congo), ସାଉଦି ଆରବ (ବାସ୍ତବ ନେତା), ୟୁନାଇଟେଡ଼ ଆରବ ଏମିରଟ, ଓ ଭେନେଜୁଆଲା Venezuela । ପୂର୍ବତନ ସଭ୍ୟ ଭାବରେ ଇଣ୍ଡୋନେସିଆକତର ଥିଲେ ।

ଓପେକ ସଂଗଠନ ତିଆରି ଯୋଗୁ ପ୍ରାକୃତିକ ଉପାଦାନମାନଙ୍କର ଜାତୀୟକରଣ ସମ୍ଭବ ହୋଇ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ହେଲା । ଏହାର ଏକ ଉଲ୍ଲେଖନୀୟ ଭୂମିକା ରହିଲା ଯାହାଦ୍ୱାରା ପୃଥିବୀର ତେଲ ମାର୍କେଟ ଉପରେ ନିୟନ୍ତ୍ରଣ ରହିଲା । ସାମାଜିକ ବିପ୍ଲବ ସମୟରେ ତେଲ ଯୋଗାଣର ବ୍ୟବଧାନ ଉପରେ ଏହାର ପ୍ରଭାବ ବେଶ୍ ଜୋରଦାର ରହେ । ସନ ୧୯୭୦ର ଏନର୍ଜି ସଙ୍କଟ ସମୟରେ ନାଟକୀୟ ଭାବରେ ତେଲ ଦର ବଢ଼ିବାକୁ ଲାଗିବାରୁ ଓପେକର ରାଜସ୍ୱ ଓ ସମ୍ପତ୍ତି ବୃଦ୍ଧି ଲାଭ କରିବା ଫଳରେ ପୃଥିବୀର ଅର୍ଥନୀତି (global economy) ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିଲା । ୧୯୮୦ ଦଶକରେ ସଭ୍ୟ ଦେଶମାନଙ୍କର ଏକ ଉତ୍ପାଦନ କୋଟା ଓପେକ ସ୍ଥିର କରିଦେଲା । ସାଧାରଣତଃ ଉତ୍ପାଦନ କୋଟା କମିଗଲେ ତେଲ ଦର ବଢ଼ିଯାଏ । ଅତ୍ୟଧିକ ଯୋଗାଣ‌କୁ କମ୍ କରିବାକୁ ସନ ୨୦୦୮ ଓ ୨୦୧୬ରେ ସଂଗଠନ ଧାର୍ଯ୍ୟ କରିଛି ।

ସାମ୍ପ୍ରତିକ ସଭ୍ୟ ଦେଶ

ଜାନୁଆରୀ ୨୦୧୯ ସୁଦ୍ଧା ଓପେକର ୧୪ ଜଣ ସଦସ୍ୟ ଅଛନ୍ତି: ୫ ଜଣ ମଧ୍ୟ ପୂର୍ବ ବା ପଶ୍ଚିମ ଏସିଆରୁ (Middle East) (Western Asia), ୭ ଜଣ ଆଫ୍ରିକାରୁ ଓ ଦୁଇ ଜଣ ଦକ୍ଷିଣ ଆମେରିକାରୁ (South America) ।

ଆଧାର