ଗଣ୍ଡା

ଗଣ୍ଡା (ଈଂରାଜୀରେ Rhinoceros ବା Rhino, ହିନ୍ଦୀରେ गैण्डा) ରାଇନୋସେରୋଟିଡାଏ ପରିବାରର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ତିନୋଟି ଗଣ୍ଡା ଉପପ୍ରଜାତି ଆଫ୍ରିକାର ମୂଳ ନିବାସୀ ହୋଇଥିବା ବେଳେ ତିନୋଟି ଗଣ୍ଡା ଉପପ୍ରଜାତି ଦକ୍ଷିଣ ଏସିଆର ମୂଳ ନିବାସୀ । ଈଂରାଜୀ ଶବ୍ଦ ରାଇନୋସରସ୍ ଏହି ପରିବାରର ଅନ୍ୟ ବିଲୁପ୍ତ ପ୍ରାଣୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଏ ।

colspan=2 style="text-align: center; background-color: transparent; text-align:center; border: 1px solid red;" | ଗଣ୍ଡା
ଖଡ୍ଗୀ
ଜୀବାଶ୍ମ କାଳ: ଆୟୋସିନ୍‍ରୁ ବର୍ତ୍ତମାନ
ସେଣ୍ଟ୍ ଲୁଇ ଚିଡ଼ିଆଘରର ଏକ କଳା ଗଣ୍ଡା (Diceros bicornis)
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
colspan=2 style="text-align: center; background-color: transparent; text-align:center; border: 1px solid red;" | Extant genera

Ceratotherium
Dicerorhinus
Diceros
Rhinoceros
Extinct genera, see text

ବିଶ୍ୱ ମାନଚିତ୍ରରେ ଗଣ୍ଡାମାନଙ୍କ ଭୌଗୋଳିକ ବ୍ୟାପ୍ତି

ଓଜନ ଦୃଷ୍ଟିରୁ ଗଣ୍ଡାମାନେ ଏକ ଟନ୍‍ରୁ ଅଧିକ ଓ ତେଣୁ ବୃହତ୍ ସ୍ଥଳଚର ଜୀବ (ଯଥା – ହାତୀ, ବନ୍ୟ ଗୟଳ) ଶ୍ରେଣୀରେ ପରିଗଣିତ ହୁଅନ୍ତି । ଗଣ୍ଡା ଏକ ତୃଣଭୋଜୀ ଜୀବ । ଗଣ୍ଡାର ବିଶାଳ ଆକାର ତୁଳନାରେ କିନ୍ତୁ ଏହାର ମସ୍ତିଷ୍କ ଅତି ଛୋଟ (ପ୍ରାୟ ୪୦୦-୬୦୦ ଗ୍ରାମ୍) । ଗଣ୍ଡାର ଗୋଟିଏ ବା ଦୁଇଟି ଶିଙ୍ଗ ରହିଥାଏ । ଗଣ୍ଡାର ଚମ ଆବୁଆବୁଆ ଓ ଭାରି ମୋଟା । ଗଣ୍ଡା ମୁଖ୍ୟତଃ ପତ୍ର, ଘାସ ଇତ୍ୟାଦି ଆହରଣ କରେ, ତେବେ ଆବଶ୍ୟକତା ଥିଲେ ଅଧିକ ଗୁରୁ ଓ ଫାଇବର୍ ଯୁକ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରିପାରେ । ଦୁଇ ଆଫ୍ରିକୀୟ ଗଣ୍ଡା ଉପପ୍ରଜାତିଙ୍କ ପାଟିର ଆଗପଟର ଦାନ୍ତ ନଥାଏ, ତେଣୁ ଏମାନେ ପତ୍ର ଇତ୍ୟାଦି ଛିଡ଼ାଇ ଖାଇବା ପାଇଁ ଓଠର ସହାୟତା ନେଇଥାନ୍ତି ।[୧]

ଗଣ୍ଡାଶିଙ୍ଗର ବହୁମାତ୍ରାରେ ଚୋରା ବ୍ୟବସାୟ ଚାଲେ ଓ ସେଥିପାଇଁ ଗଣ୍ଡାମାନଙ୍କ ଅବୈଧ ଶିକାର ବହୁଳ ମାତ୍ରାରେ କରାଯାଇଥାଏ । କିଛି ପାରମ୍ପରିକ ଅଳଙ୍କାର ଏବଂ ଔଷଧରେ ମଧ୍ୟ ଗଣ୍ଡା ଶିଙ୍ଗ ବ୍ୟବହାର କରାଯାଇଥାଏ । ପୂର୍ବ ଏସିଆ (ବିଶେଷତଃ ଭିଏତ୍‍ନାମ) ଗଣ୍ଡା ଶିଙ୍ଗର ବ୍ୟବସାୟ ପାଇଁ ଜଣାଶୁଣା ଓ ସବୁଠାରୁ ବଡ଼ ବ୍ୟବସାୟ କେନ୍ଦ୍ର । କଳା ବଜାରରେ ୧ କିଲୋଗ୍ରାମ୍ ଗଣ୍ଡା ଶିଙ୍ଗର ଦାମ୍ ୧ କିଲୋଗ୍ରାମ୍ ସୁନାର ଦାମ୍ ସହ ସମାନ । ଔଷଧୀୟ ଗୁଣ ରହିଥିବାର ବିଶ୍ୱାସ କରି କିଛି ଲୋକ ଗଣ୍ଡାର ଶିଙ୍ଗକୁ ଗୁଣ୍ଡ କରି ଖାଆନ୍ତି ।[୨][୩] ଶରୀରର ନଖ ଓ ବାଳ ଗଠନରେ ସାହାଯ୍ୟ କରୁଥିବା କେରାଟିନ୍ ପ୍ରୋଟିନ୍ ଗଣ୍ଡା ଶିଙ୍ଗର ଗଠନରେ ମଧ୍ୟ ସହାୟକ ହୁଏ ।[୪] ଉଭୟ ଆଫ୍ରିକୀୟ ଗଣ୍ଡା ଉପ-ପ୍ରଜାତି ଓ ସୁମାତ୍ରୀୟ ଗଣ୍ଡାଙ୍କର ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । କିନ୍ତୁ ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କର ଗୋଟିଏ ଲେଖାଏଁ ଶିଙ୍ଗ ଥାଏ । ଆସାମରେ ଦେଖାଯାଉଥିବା ଭାରତୀୟ ଗଣ୍ଡା (Rhinoceros Unicornis) ପ୍ରଜାତିର ଗଣ୍ଡାମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈର ଶିଙ୍ଗ ରହିଥିବା ବେଳେ ବଙ୍ଗଳାଦେଶସୁନ୍ଦରବନରେ ଦେଖାଯାଉଥିବା ଜାଭା ଗଣ୍ଡା (Rhinoceros Sonadaicus) ପ୍ରଜାତିରେ କେବଳ ଅଣ୍ଡିରାମାନଙ୍କର ଶିଙ୍ଗ ରହିଥାଏ । IUCN ତାଲିକାରେ କଳା ଗଣ୍ଡା, ସୁମାତ୍ରୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କୁ Critically Endangered (CE) ଶ୍ରେଣୀରେ ସ୍ଥାନ ଦିଆଯାଇଛି ।

ନାମକରଣ ଓ ବର୍ଗୀକରଣ

ରାଇନୋସରୋଟିଡାଏ


ଧଳା ଗଣ୍ଡା



କଳା ଗଣ୍ଡା





ସୁମାତ୍ରୀୟ ଗଣ୍ଡା




ଭାରତୀୟ ଗଣ୍ଡା



ଜାଭା ଗଣ୍ଡା





ଫାଇଲୋଜେନେଟିକ୍ ଗବେଷଣାରୁ ନିର୍ଣ୍ଣିତ କ୍ଲାଡୋଗ୍ରାମ୍ ଚିତ୍ର[୫]

ସଂସ୍କୃତରେ ଗଣ୍ଡାକୁ ଗଣ୍ଡଃ ବା ଗଣ୍ଡକଃ ବୋଲି କୁହନ୍ତି । ଗଣ୍ଡାର ଶିଙ୍ଘ ଏକ ଖଣ୍ଡା ବା ଖଡ୍‍ଗ ପରି ଦେଖାଯାଉଥିବାରୁ ଗଣ୍ଡାକୁ ଖଡ୍‍ଗୀ ବା ଖଡ୍ଗୀ ମଧ୍ୟ ବୋଲାଯାଏ । ଗଣ୍ଡାର ଈଂରାଜୀ ଶବ୍ଦ rhinoceros ଲାଟିନ୍ ଭାଷାରୁ ଗୃହୀତ ଓ ଲାଟିନ୍ ଶବ୍ଦଟି ଏକ ଗ୍ରୀକ୍ ଶବ୍ଦ ῥῑνόκερωςରୁ ଗୃହୀତ । ଏହି ପ୍ରାଚୀନ ଗ୍ରୀକ୍ ଶବ୍ଦଟି ῥῑνο- (ରାଇନୋ – ଅର୍ଥାତ୍ “ନାକ”) ଓ κέρας (କେରାସ୍ – ଅର୍ଥାତ୍ “ଶିଙ୍ଗ”) ବୋଲି ଦୁଇଟି ଶବ୍ଦର ସଂଯୋଜନରୁ ସୃଷ୍ଟ । ତେଣୁ ପ୍ରାଚୀନ ଗ୍ରୀକ୍ ଭାଷା ଅନୁସାରେ ରାଇନୋସରସ୍ ଶବ୍ଦର ଅର୍ଥ ହେଲା ଶିଙ୍ଗ-ନାକା ବା ଶିଙ୍ଗ-ନାକିଆ । ଉଭୟ ଶବ୍ଦ rhinocerosrhinoceroses ବହୁବଚନ ରୂପେ ମଧ୍ୟ ବ୍ୟବହୃତ ହୁଅନ୍ତି । ଗଣ୍ଡାମାନଙ୍କ ପଲ ବା ଦଳକୁ ଈଂରାଜୀରେ crash ବା herd ବୋଲି କୁହାଯାଏ । ଖ୍ରୀ. ୧୪ଶ ଶତାବ୍ଦୀରୁ ଈଂରାଜୀ ଭାଷାରେ ରାଇନୋସରସ୍ ଶବ୍ଦଟି ବ୍ୟବହୃତ ହୋଇ ଆସୁଛି ।[୬]

ରାଇନୋସରୋଟିଡାଏ ପରିବାର ୪ଟି ପ୍ରାଣୀ : ସେରାଟୋଥେରିୟମ୍ (ଧଳା ଗଣ୍ଡା), ଡଇସେରରାଇନସ୍ (ସୁମାତ୍ରୀୟ ଗଣ୍ଡା), ଡାଇସେରସ୍ (କଳା ଗଣ୍ଡା) ଓ ରାଇନୋସରସ୍ (ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡା)ଙ୍କୁ ନେଇ ଗଠିତ । ବର୍ତ୍ତମାନ ଜୀବିତ ସମସ୍ତ ପ୍ରଜାତିଙ୍କର ତିନୋଟି ଶ୍ରେଣୀ ବିଭାଗ ରହିଛି । ଦୁଇ ଆଫ୍ରିକୀୟ ଉପପ୍ରଜାତି ଧଳା ଗଣ୍ଡା ଓ କଳା ଗଣ୍ଡା ଡାଇସେରୋଟିନି ଜାତିର ଏବଂ ସମ୍ଭବତଃ ୧୪୨ ଲକ୍ଷ ବର୍ଷ ପୂର୍ବେ ମାୟୋସିନ୍ କାଳର ମଧ୍ୟ ଭାଗରେ ସୃଷ୍ଟ ହୋଇଥିଲେ । ୫୦ ଲକ୍ଷ ବର୍ଷ ପୂର୍ବେ ପ୍ରାକ୍ ପ୍ଲାୟୋସିନ୍ ସମୟରେ ଏହି ଜାତିର ଉପଜାତିମାନ ସୃଷ୍ଟି ହେଲା । ଧଳା ଓ କଳା ଗଣ୍ଡାଙ୍କ ମଧ୍ୟରେ ମୁଖ୍ୟ ତଫାତ୍ ହେଉଛି ସେମାନଙ୍କ ମୁହଁର ଗଠନ । ଧଳା ଗଣ୍ଡାର ମୁହଁଟି ଚଉଡ଼ା ଓ ଚେପ୍‍ଟା ହୋଇଥିବା ବେଳେ କଳା ଗଣ୍ଡାର ମୁହଁ ଲମ୍ବା ଓ ଗୋଜିଆ । ରାଇନୋସେରୋଟିନି ପ୍ରଜାତିର ଦୁଇଟି ଉପପ୍ରଜାତି ଭାରତୀୟ ଗଣ୍ଡା ଓ ଜାଭା ଗଣ୍ଡାଙ୍କ ବିବର୍ତ୍ତନ ଧାରା ପ୍ରାୟ ୧ କୋଟି ବର୍ଷ ପୂର୍ବେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଥିଲା । ଡାଇସେରୋର୍ନିନି ଜାତିର ଏକମାତ୍ର ଜୀବିତ ପ୍ରଜାତିଟି ହେଲା ସୁମାତ୍ରୀୟ ଗଣ୍ଡା । ପ୍ରାୟ ୨ କୋଟି ବର୍ଷ ପୂର୍ବେ ମାୟୋସିନ୍ ସମୟରେ ସୁମାତ୍ରୀୟ ଗଣ୍ଡାର ଉଦ୍ଭବ ହୋଇଥିଲା ।[୭]

୧୯୭୭ ମସିହାରେ ଚେକ୍ ଗଣରାଜ୍ୟର ଭୁର୍ କ୍ରାଲୋୱେ ଚିଡ଼ିଆଘରେ Ceratotherium s. simumC. s. cottoniର ସଂକରରୁ ଧଳା ଗଣ୍ଡାର ଏକ ମିଶ୍ର ପ୍ରଜାତି ବା ସଂକର ପ୍ରଜାତି ସୃଷ୍ଟି କରାଯାଇଥିଲା । କଳା ଓ ଧଳା ଗଣ୍ଡାର ସଂକର ମଧ୍ୟ କରାଯାଇଛି ।[୮]

କଳା ଗଣ୍ଡାର ୮୪ଟି କ୍ରୋମୋଜୋମ୍ ରହିଥିବା ବେଳେ ଅନ୍ୟ ସମସ୍ତ ଗଣ୍ଡା ପ୍ରଜାପତିଙ୍କର ୮୨ଟି କ୍ରୋମୋଜୋମ୍ ରହିଥାଏ । ତେବେ କିଛି ବ୍ୟତିକ୍ରମ ମଧ୍ୟ ଦେଖାଯାଇଛି । ଧଳା ଗଣ୍ଡାଙ୍କ ଉତ୍ତର ନିବାସୀଙ୍କ ମଧ୍ୟରୁ ୩ଟି ପ୍ରାଣୀଙ୍କର ୮୧ଟି କ୍ରୋମୋଜୋମ୍ ରହିଥିବା ଏକ ପରୀକ୍ଷଣରୁ ଜଣା ପଡ଼ିଥିଲା ।[୯]

ଆକୃତି ଓ ପ୍ରକୃତି

ଗଣ୍ଡାଙ୍କର ୫ଟି ମୁଖ୍ୟ ପ୍ରଜାତି
ପାଉଁଶିଆ ରଙ୍ଗର ଧଳା ଗଣ୍ଡା
କଳା ଗଣ୍ଡାର ରଙ୍ଗ ପ୍ରାୟ ଧଳା ଗଣ୍ଡା ପରି, କିନ୍ତୁ ମୁହଁର ଅଗ୍ରଭାଗ ଥଣ୍ଟ ପରି ଗୋଜା ଓ ପତଳା
ଭାରତୀୟ ଗଣ୍ଡାର କେବଳ ଗୋଟିଏ ଶିଙ୍ଗ ରହିଥାଏ
ଆକାରରେ ଜାଭା ଗଣ୍ଡା ଭାରତୀୟ ଗଣ୍ଡାଠାରୁ ଛୋଟ ଏବଂ ଏମାନଙ୍କର ମଧ୍ୟ ଗୋଟିଏ ଶିଙ୍ଗ ରହିଥାଏ
ସୁମାତ୍ରୀୟ ଗଣ୍ଡା ସମସ୍ତ ଗଣ୍ଡା ପ୍ରଜାତିଙ୍କ ମଧ୍ୟରେ କ୍ଷୁଦ୍ରତମ

ଧଳା ଗଣ୍ଡା

ଦକ୍ଷିଣ ଧଳା ଗଣ୍ଡା (Ceratotherium simum simum) ଓ ଉତ୍ତର ଧଳା ଗଣ୍ଡା (Ceratotherium simum cottoni) ଏହି ଗଣ୍ଡା ପ୍ରଜାତିର ଦୁଇଟି ଉପପ୍ରଜାତି । ଏହି ଦୁଇ ଉପପ୍ରଜାତିଙ୍କ ମଧ୍ୟରେ ଦକ୍ଷିଣ ଧଳା ଗଣ୍ଡାଙ୍କ ସଂଖ୍ୟା ସର୍ବାଧିକ । ୨୦୧୩ ମସିହା ବେଳକୁ ପ୍ରାକୃତିକ ପରିବାସରେ ଦକ୍ଷିଣ ଧଳା ଗଣ୍ଡାଙ୍କ ସମୁଦାୟ ସଂଖ୍ୟା ୨୦୪୦୫ ରହିଥିଲା । ଅପର ପକ୍ଷେ ଚିଡ଼ିଆଘରେ କେବଳ ଦୁଇଟି ମାଈ ବଞ୍ଚି ରହିଥିବା ଉତ୍ତର ଧଳା ଗଣ୍ଡାଙ୍କ ସ୍ଥିତି ସଙ୍କଟାପନ୍ନ ଓ ଏମାନଙ୍କ ଉପପ୍ରଜାତିକୁ Critically Endangered ଶ୍ରେଣୀଭୁକ୍ତ କରାଯାଇଛି । ଧଳା ଗଣ୍ଡାର ଈଂରାଜୀ ନାମ "white rhinoceros"ରେ white (ଧଳା) ଶବ୍ଦର ବ୍ୟବହାରର କୌଣସି ବିଶେଷ ଯଥାର୍ଥତା ନାହିଁ । ଏମାନେ ଦେଖିବାକୁ ପ୍ରାୟତଃ କଳା ଗଣ୍ଡା ପରି, କେବଳ ଈଷତ୍ ପାଉଁଶିଆ ରଙ୍ଗର । ଆଫ୍ରିକୀୟ ଶବ୍ଦ wyd, ଓଲନ୍ଦାଜ୍ ଶବ୍ଦ wijd (ହ୍ୱୈଡ୍, ୱାଇଟ୍) ଶବ୍ଦର ଅପଭ୍ରଂଶ ହୋଇ କାଳକ୍ରମେ white ନାମଟି ପଡ଼ିଯାଇଛି ବୋଲି କେତେକଙ୍କର ବିଶ୍ୱାସ । ଆଫ୍ରିକୀୟ ଓ ଡଚ୍ (ଓଲନ୍ଦାଜ) ଶବ୍ଦମାନଙ୍କ ଅର୍ଥ ହେଲା ପ୍ରଶସ୍ତ ବା ଓସାରିଆ (ଈଂରାଜୀରେ wide) । ପ୍ରଶସ୍ତ ବା ଓସାରିଆ ଶବ୍ଦ ଏହି ଗଣ୍ଡାର ମୁହଁ ବା ଓଠକୁ ସୂଚାଉଛି ଯାହା ଅନ୍ୟ ସମସ୍ତ ଗଣ୍ଡାଙ୍କଠାରୁ ଭିନ୍ନ । କିନ୍ତୁ ଏପରି ଯୁକ୍ତିର କୌଣସି ଭାଷାଭିତ୍ତିକ ପ୍ରମାଣ ମିଳିନାହିଁ । [୧୦][୧୧]

ଧଳା ଗଣ୍ଡାର ଶରୀରର ଆକାର ଓ ମୁଣ୍ଡଟି ବଡ଼ । ଏହାର ବେକ ଛୋଟ ଓ ଛାତି ପଟଟି ବଡ଼ । ମାଈ ଗଣ୍ଡାମାନେ ୧୬୦୦ କି.ଗ୍ରା. ଓଜନର ଓ ଅଣ୍ଡିରାମାନେ ୨୪୦୦ କି.ଗ୍ରା. ଓଜନର ହୋଇଥାନ୍ତି । ମୁଣ୍ଡକୁ ମିଶାଇ ଦେହର ଦୈର୍ଘ୍ୟ ୩.୫ରୁ ୪.୬ ମିଟର୍ ଓ ଭୂମିରୁ କାନ୍ଧର ଉଚ୍ଚତା ୧.୮ରୁ ୨ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଣ୍ଡାର ଥୋଡ଼ିରେ ଦୁଇଟି ଶିଙ୍ଗ ରହିଥାଏ । ସାମନା ପଟର ଶିଙ୍ଗ ପଛ ଶିଙ୍ଗଠାରୁ ଆକାରରେ ବଡ଼ ହୋଇଥାଏ । ସାମନା ଶିଙ୍ଗଟି ହାରାହାରି ୯୦ ସେ.ମି. ଲମ୍ବ, କିନ୍ତୁ ଏହା ୧୫୦ ସେ.ମି. ପର୍ଯ୍ୟନ୍ତ ବଢ଼ି ପାରେ । ଧଳା ଗଣ୍ଡାର ପିଠିରେ ଏକ ବଡ଼ ମାଂସାଳ କୁବ୍‍ଜ ମଧ୍ୟ ରହିଥାଏ ଯାହା ଏହାର ବଡ଼ ମୁଣ୍ଡକୁ ଧରି ରଖିବାରେ ସାହାଯ୍ୟ କରେ । ଧଳା ଗଣ୍ଡା ହଳଦିମିଶା ମାଟିଆ, ପାଉଁଶିଆ ଏପରି ରଙ୍ଗରେ ଦେଖାଯାନ୍ତି । ଲାଞ୍ଜର ଅଗ ବା କାନ ପାଖରେ ସର୍ବାଧିକ ଘନତାରେ ଲୋମ ରହିଥାଏ ଓ ଦେହର ଲୋମ ଟିକେ ଛାଡ଼ି ଛାଡ଼ି ରହିଥାଏ । ଚରିବା ଓ ପତ୍ର ଛିଡ଼ାଇବା ପାଇଁ ଉପଯୋଗୀ ଓସାରିଆ, ଚେପ୍‍ଟା ପାଟି ଏମାନଙ୍କ ଗଠନାତ୍ମକ ସ୍ୱାତନ୍ତ୍ର୍ୟ ।[୧୦]

କଳା ଗଣ୍ଡା

ଧଳା ଗଣ୍ଡା (Ceratotherium simum)ଠାରୁ ପୃଥକ୍ ଭାବେ ଚିହ୍ନଟ କରିବା ପାଇଁ କଳା ଗଣ୍ଡା (Diceros bicornis) ନାମଟି ଦିଆଯାଇଥିଲା । କିନ୍ତୁ ଉଭୟଙ୍କ ରଙ୍ଗରେ ସେତେଟା ତାରତମ୍ୟ ନଥିବା ଯୋଗୁଁ ଏପରି ନାମକରଣର ବିଶେଷ ମହତ୍ତ୍ୱ ଦିଶେନାହିଁ । କଳା ଗଣ୍ଡାର ୪ଟି ଉପପ୍ରଜାତି ରହିଛନ୍ତି । ଦକ୍ଷିଣ-କେନ୍ଦ୍ରୀୟ ଧଳାଗଣ୍ଡା (Diceros bicornis minor) ଏହି ଉପପ୍ରଜାତିଙ୍କ ମଧ୍ୟରେ ସବୁଠାରୁ ଅଧିକ ଓ ତାଞ୍ଜାନିଆ, ଜାମ୍ବିଆ, ଜିମ୍ବାବ୍ୱେ, ମୋଜାମ୍ବିକ୍ ଓ ପୂର୍ବ ଦକ୍ଷିଣ ଆଫ୍ରିକାରେ ଏହି ଉପପ୍ରଜାତି ପରିଲକ୍ଷିତ ହୁଏ । ଦକ୍ଷିଣ-ପଶ୍ଚିମ କଳା ଗଣ୍ଡା (Diceros bicornis occidentalis) ନାମିବିଆ, ଦକ୍ଷିଣ ଅଙ୍ଗୋଲା, ପଶ୍ଚିମ ବୋତ୍ସୱାନା ଓ ପଶ୍ଚିମ ଦକ୍ଷିଣ ଆଫ୍ରିକାର ଶୁଷ୍କ ଓ ଅଳ୍ପ ଶୁଷ୍କ ସାଭାନ୍ନାରେ ପରିଲକ୍ଷିତ ହୋଇଥାନ୍ତି । ପୂର୍ବ ଆଫ୍ରିକୀୟ କଳା ଗଣ୍ଡା (Diceros bicornis michaeli) ମୁଖ୍ୟତଃ ତାଞ୍ଜାନିଆରେ ଦେଖାଯାନ୍ତି । ୨୦୧୧ ମସିହା ନଭେମ୍ବର ମାସରେ ପଶ୍ଚିମ ଆଫ୍ରିକୀୟ କଳା ଗଣ୍ଡା (Diceros bicornis longipes) ଉପପ୍ରଜାତିକୁ ବିଲୁପ୍ତ ଘୋଷିତ କରାଯାଇଥିଲା ।[୧୨] ସ୍ୱାନାନ୍ ସ୍ଥାନୀୟ ଭାଷାରେ କୈଟ୍ଲୋଆ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଆଉ ଏକ ପ୍ରକାରର ଉପପ୍ରଜାତିକୁ ବୁଝାଏ । ଏହି ଉପପ୍ରଜାତିର କିଛି ଜନ୍ତୁଙ୍କ କ୍ଷେତ୍ରରେ ସାମନା ପଛ ଶିଙ୍ଗ ଅପେକ୍ଷା ବଡ଼ ବା ପ୍ରାୟ ଏକ ଆକାରର ।[୧୩]

ଏକ ପରିପକ୍ୱ କଳା ଗଣ୍ଡାର ଭୂମିରୁ କାନ୍ଧର ଉଚ୍ଚତା ପ୍ରାୟ ୧.୭୫ ମିଟର୍ । ଏହାର ଦୈର୍ଘ୍ୟ ପ୍ରାୟ ୩.୫-୩.୯ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । [୧୪] ଏକ ପ୍ରାପ୍ତବୟସ୍କ କଳା ଗଣ୍ଡାର ଓଜନ ୮୫୦ରୁ ୧୬୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରାମାନଙ୍କ ଆକାର ମାଈମାନଙ୍କଠାରୁ ସାଧାରଣତଃ ବଡ଼ । କିଛି ଜନ୍ତୁଙ୍କ ଓଜନ ୧୮୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । କେରାଟିନ୍ ପ୍ରୋଟିନ୍‍ରୁ ସୃଷ୍ଟ ଦୁଇଟି ଶିଙ୍ଗ ମୁଣ୍ଡର ଆଗପଟେ ବା ଥୋମଣି ଉପରେ ରହିଥାଏ । ଆଗ ପଟର ଶିଙ୍ଗଟି ପଛଠାରୁ ବଡ଼ । ଆଗ ପଟର ଶିଙ୍ଗ ପ୍ରାୟ ୫୦ ସେ.ମି. ଲମ୍ବ ହୋଇଥାଏ ଓ କିଛି ଜନ୍ତୁଙ୍କ କ୍ଷେତ୍ରରେ ୧୪୦ ସେ.ମି. ପର୍ଯ୍ୟନ୍ତ ବଢ଼ିଥାଏ । ଆଉ କେତେକ ଜନ୍ତୁଙ୍କ କ୍ଷେତ୍ରରେ ଏକ ତୃତୀୟ ଶିଙ୍ଗ ମଧ୍ୟ ବଢ଼ି ଉଠିବା ଦେଖାଯାଇଛି ।[୧୫] ଧଳା ଗଣ୍ଡା ଅପେକ୍ଷା କଳା ଗଣ୍ଡା ଆକାରରେ ଛୋଟ । କଳା ଗଣ୍ଡାର ମୁହଁ ଗୋଜିଆ ଯାହା ସହାୟତାରେ ଏମାନେ ପତ୍ର ଇତ୍ୟାଦି ଛିଡ଼ାଇ ଖାଆନ୍ତି ।

ଭାରତୀୟ ଗଣ୍ଡା

ଜାଭା ଗଣ୍ଡା

ସୁମାତ୍ରୀୟ ଗଣ୍ଡା

କ୍ରମବିବର୍ତ୍ତନ

ଅବୈଧ ଶିକାର ଓ ପ୍ରାକୃତିକ ଶିକାରୀ

ଶିଙ୍ଗର ବ୍ୟବହାର ଓ ବ୍ୟବସାୟ

ଐତିହାସିକ ଦସ୍ତାବିଜରେ ଉଲ୍ଲେଖ

ଆହୁରି ଦେଖନ୍ତୁ

ସଂରକ୍ଷଣ

ଅନ୍ୟ

  • ପ୍ରାଚୀନ ଚୀନରେ ଗଣ୍ଡା

ଆଧାର

ଆହୁରି ପଢ଼ନ୍ତୁ

ଅନ୍ୟାନ୍ୟ ଲିଂକ୍