ଜାପାନୀ ସାମ୍ରାଜ୍ୟ

ଜାପାନୀ ସାମ୍ରାଜ୍ଯ (大日本帝国; ଦାଇ ନିପ୍ପୋଁ ତେକୋକୁ)[୧୦] ଏକ ଐତିହାସିକ ଜାତିରାଜ୍ଯ ଅଟେ [ବି.ଦ୍ର. ୩] ଯାହାର ଅନେକ ଉପନିବେଶ, ସଂରକ୍ଷିତ ରାଜ୍ଯ, ତଥା ଆଜ୍ଞାଦେଶ ରହିଥିଲା । ଏହା ୧୮୬୮ ମସିହାର ମେଇଜୀ ପୁନରୁଦ୍ଧାରଣଠାରୁ ଆରମ୍ଭ କରି ୧୯୪୭ ସମ୍ବିଧାନର କାର୍ଯ୍ୟକାରୀ ହେବାପର୍ଯ୍ୟନ୍ତ ତିଷ୍ଠି ରହିଥିଲା ।[୬]

ଜାପାନୀ ସାମ୍ରାଜ୍ଯ

大日本帝国
ଦାଇ ନିପ୍ପୋଁ ତେକୋକୁ
୧୮୬୮–୧୯୪୭
Flag of
ରାଜକୀୟ ମୁଦ୍ରା of
ଧ୍ୱଜାରାଜକୀୟ ମୁଦ୍ରା
ରାଷ୍ଟ୍ରାଦର୍ଶ: 
  • ୧୮୬୮–୧୯୧୨:
    五箇条の御誓文
    ଗୋକାଜୋନୋ ଗୋସେଇମୋନ୍
    (ଶପଥ ପାଠ ବା ପଞ୍ଚୋଧ୍ଯାୟର ଶପଥ)
ଜାତୀୟ ସଙ୍ଗୀତ: (୧୮୬୯–୧୯୪୫)[ବି.ଦ୍ର. ୧]
君が代
କିମିଗାୟୋ
(ମହାମହିମ ସମ୍ରାଟଙ୍କ ଶାସନ)
noicon
ଜାପାନୀ ସାମ୍ରାଜ୍ଯ:
   ଅଞ୍ଚଳ (୧୮୭୦–୧୮୯୫)
   ଅଧିକୃତ (୧୮୯୫–୧୯୩୦)
   ଅଧିକୃତ (୧୯୩୦–୧୯୪୨)
ରାଜଧାନୀକ୍ଯୋଟୋ (୧୮୬୮-୧୮୬୯)[୧]
ଟୋକିଓ ସହର (୧୮୬୯-୧୯୪୩)
ଟୋକିଓ (୧୯୪୩-୧୯୪୭)
ସାଧାରଣ ଭାଷାଜାପାନୀ
ଧର୍ମ
ବୈଧାନିକ: ନାହିଁ
ବାସ୍ତବିକ: ରାଜ୍ଯ ଶିଣ୍ଟୋବାଦ[ବି.ଦ୍ର. ୨]
Government
  • ଏକ ବାସ୍ତବ ଏକତନ୍ତ୍ର ଅଧିନରେ ଦାଇଜୋକାନ୍ [୫]
    (୧୮୬୮-୧୮୮୫)
  • ସାମ୍ବିଧାନିକ ଏକତନ୍ତ୍ର
    (୧୮୮୫–୧୯୩୧)[୬]
  • ଏକ ସାମ୍ବିଧାନିକ ଏକତନ୍ତ୍ର ଅଧିନରେ ତୋଶେଇହାର ସୈନିକ ଏକଛତ୍ରବାଦୀ
    (୧୯୩୧–୧୯୪୦)
  • ଏକ ସାମ୍ବିଧାନିକ ଏକତନ୍ତ୍ର ଅଧିନରେ ଶୋୱା ରାଜ୍ଯବାଦୀମାନଙ୍କର ଏକ ଦଳୀୟ ସର୍ବବାଦୀ ସୈନିକ ଜୁଣ୍ଟା
    (୧୯୪୦-୧୯୪୫)
  • ମିତ୍ରଶକ୍ତି ଅଧିନରେ ସାମ୍ବିଧାନିକ ଏକତନ୍ତ୍ର
    (୧୯୪୫–୧୯୪୭)
ସମ୍ରାଟ 
• ୧୮୬୮–୧୯୧୨
ମେଇଜୀ
• ୧୯୧୨-୧୯୨୬
ତାଇଶୋ
• ୧୯୨୬–୧୯୪୭
ଶୋୱା
ପ୍ରଧାନମନ୍ତ୍ରୀ 
• ୧୮୮୫–୧୮୮ (ପ୍ରଥମ)
ଇତୋ ହିରୋବୁମି
• ୧୯୪୬–୧୯୪୭ (last)
ୟୋୟିଦା ଶିଗୁରେ
ବିଧାନ ମଣ୍ଡଳରାଜକୀୟ ସଂସଦ
• ଉଚ୍ଚ ସଦନ
ସାମନ୍ତସଭା
• ନିମ୍ନ ସଦନ
ପ୍ରତିନିଧି ସଭା
Historical eraମେଇଜୀ • ତାଇଶୋ • ଶୋୱା
• ମେଇଜୀ ପୁନରୁଦ୍ଧାରଣ
୩ ଜାନୁଆରୀ ୧୮୬୮[୭]
• ମେଇଜୀ ସମ୍ବିଧାନ
୧୧ ଫେବୃଆରୀ ୧୮୮୯
• ପ୍ରଥମ ଚୀନୀ-ଜାପାନୀ ଯୁଦ୍ଧ
୨୫ ଜୁଲାଇ ୧୮୯୪
• ଋଷୀୟ-ଜାପାନୀ ଯୁଦ୍ଧ
୮ ଫେବୃଆରୀ ୧୯୦୪
୨୩ ଅଗଷ୍ଟ ୧୯୧୪
• ମୁକ୍ଦେନ ଦୁର୍ଘଟଣା
୧୮ ସେପ୍ଟେମ୍ବର ୧୯୩୧
• ଦ୍ୱିତୀୟ ଚୀନୀ-ଜାପାନୀ ଯୁଦ୍ଧ
୭ ଜୁଲାଇ ୧୯୩୭
• ଦ୍ୱିତୀୟ ବିଶ୍ବଯୁଦ୍ଧ
୭ ଡିସେମ୍ବର ୧୯୪୧
• ଜାପାନର ଆତ୍ମସମର୍ପଣ
୨ ସେପ୍ଟେମ୍ବର ୧୯୪୫
• ପୁନଃସଂଯୋଜନା
୩ ମଇ ୧୯୪୭[୬]
କ୍ଷେତ୍ରଫଳ
୧୯୩୮[୮][convert: invalid number]
ଲୋକସଂଖ୍ୟା
• ୧୯୨୯
୭,୭୭,୦୦,୦୦୦
• ୧୯୪୦
୧୦,୫୨,୦୦,୦୦୦
ମୁଦ୍ରାଜାପାନୀ ୟେନ୍,
କୋରୀୟ ୟେନ୍,
ତାଇୱାନୀୟ ୟେନ୍,
ଜାପାନୀ ସୈନ୍ଯବାହିନୀର ୟେନ୍
Preceded by
Succeeded by
ତୋକୁଗାୱା ଶୋଗୁନେତ
ଅଧିକୃତ ଜାପାନ

ମେଇଜୀ ପୁନରୁଦ୍ଧାରଣ କାଳରେ ଫୁକୋକୁ କ୍ଯୋହେଇ (富国強兵) ବା "ଦେଶକୁ ସଶକ୍ତ କର, ସୈନ୍ଯବାହିନୀକୁ ସଶକ୍ତ କର" ଏବଂ ଶୋକୁସାନ କୋଗ୍ଯୋ (殖産興業) ବା "ଶିଳ୍ପକୁ ପ୍ରତ୍ସାହନ ଦିଅ" ଆଦି ନାରା ଲୋକପ୍ରିୟ କରାଯାଇ ଜାପାନର ଦ୍ରୁତଗତିରେ ଆଧୁନିକୀକରଣ କରାଗଲା । ଫଳରେ ଖୁବ୍ ଶୀଘ୍ର ଜାପାନ ଏକ ବିଶ୍ୱ ମହାଶକ୍ତିରେ ପରିଣତ ହେଲା । ପ୍ରଥମ ଚୀନୀ-ଜାପାନୀ ଯୁଦ୍ଧ, ବୋକ୍ସର ବିଦ୍ରୋହ, ଋଷୀୟ-ଜାପାନୀ ଯୁଦ୍ଧ ତଥା ପ୍ରଥମ ବିଶ୍ୱଯୁଦ୍ଧ ପରେ ଜାପାନୀ ଔପନିବେଶିକ ସାମ୍ରାଜ୍ଯର ଅଭ୍ଯୁଦୟ ହେଲା । ୧୯୨୦ ମସିହାର ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଜାପାନରେ ସୈନ୍ଯବାଦ, ରାଷ୍ଟ୍ରବାଦ, ସର୍ବବାଦ ଆଦି ପ୍ରତିଷ୍ଠିତ ହେଲା ଏବଂ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଅକ୍ଷଶକ୍ତି ସପକ୍ଷରେ ଲଢି ଏସୀୟ-ପ୍ରଶାନ୍ତ ଅଞ୍ଚଳର ଅନେକ ସ୍ଥାନ ଅଧିକାର କଲା ।[୧୩]

ଜାପାନୀ ସୈନ୍ଯବାହିନୀ ଦ୍ୱିତୀୟ ଚୀନୀ-ଜାପାନୀ ଯୁଦ୍ଧ (୧୯୩୭-୧୯୪୫) ଏବଂ ପ୍ରଶାନ୍ତ ଯୁଦ୍ଧରେ ବହୁଳ ସଫଳତା ଲାଭକଲେ । ୧୯୪୨ ମସିହାରୁ, ବିଶେଷକରି ମିଦ୍ୱେ ଓ ଇସାତାବୁ ଲଢେଇରେ ପରାସ୍ତ ପରେ ଜାପାନ ଏକ ପ୍ରତିରକ୍ଷା ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ଯ ହେଲା । ଆମେରିକୀୟ ଦ୍ୱୀପ ଡିଆଁ ଯୋଜନାର ସଫଳତା ଯୋଗୁଁ ଜାପାନ ଧିରେ ଧିରେ ନିଜର ସମସ୍ତ ଅଧିକୃତ ଅଞ୍ଚଳ ହରାଇ ବସିଲା । ଆମେରିକୀୟମାନେ କ୍ରମେ ଇୱୋ ଜିମା ଓ ଓକିନାୱା ଦ୍ୱୀପ ଅଧିକାର କଲେ, ଫଳରେ ଜାପାନୀ ମୁଖ୍ଯ ଭୂମି ଅସୁରକ୍ଷିତ ହୋଇଗଲା । ଆମେରିକୀୟ ସେନା ଜାପାନ ଅଧିକାରର ଯୋଜନା କରିସାରିଥିଲେ । କିନ୍ତୁ ୯ ଅଗଷ୍ଟ ୧୯୪୫ରେ ସୋଭିଏତର ଜାପାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା, ତଥା ମାଞ୍ଚୁରିଆ ଓ ଅନ୍ଯାନ୍ଯ ଅଞ୍ଚଳର ଅଧିକାର ଏବଂ ହିରୋଶିମା ଓ ନାଗାସାକି ଉପରେ ବୋମା ବିସ୍ଫୋରଣ, ପରେ ଜାପାନ ଆତ୍ମସମର୍ପଣ କରିଦେଲା । ୨ ସେପ୍ଟେମ୍ବର ୧୯୪୫ରେ ପ୍ରଶାନ୍ତ ଯୁଦ୍ଧର ଆନୁଷ୍ଠାନିକ ଅନ୍ତ ହେଲା । ମିତ୍ରଶକ୍ତିରଦ୍ୱାରା ଜାପାନ ଅଧିକୃତ ହେଲା । ୧୯୪୭ ମସିହାରେ, ଆମେରିକାର ହସ୍ତକ୍ଷେପରେ ଏକ ନୂଆ ସମ୍ବିଧାନ ଗୃହିତ ହେଲା, ଯାହା ଜାପାନୀ ସାମ୍ରାଜ୍ଯର ଆନୁଷ୍ଠାନିକ ଅନ୍ତ କରାଇଲା । ଜାପାନୀ ରାଜକୀୟ ସୈନ୍ଯବାହୀନି, ଜାପାନର ଆତ୍ମରକ୍ଷା ବଳରେ ପରିଣତ ହେଲା । ଅଧିକରଣ ଓ ପୁନଃସଂଗଠନ ୧୯୫୨ ମସିହା ପର୍ଯ୍ୟନ୍ତ ଚାଲିଲା, ଏବଂ ଶେଷରେ ଆଧୁନିକ ସାମ୍ବିଧାନିକ ଏକତାନ୍ତ୍ରିକ ଜାପାନର ପ୍ରତିଷ୍ଠା ହେଲା ।

ଜାପାନୀ ସାମ୍ରାଜ୍ଯର ତିନୋଟି ସମ୍ରାଟ ଥିଲେ । ସମ୍ରାଟମାନଙ୍କୁ ନିମ୍ନମତେ ମରଣୋତ୍ତର ନାମ ଦିଆଯାଇଛି: ସମ୍ରାଟ ମେଇଜୀ (୧୮୬୭–୧୯୧୨) (ମୁତ୍ସୁହିତୋ), ସମ୍ରାଟ ତାଇଶୋ (୧୯୧୨-୧୯୨୬) (ୟୋଶିହିତୋ), ଏବଂ ସମ୍ରାଟ ଶୋୱା (୧୯୨୬–୧୯୮୯) (ହିରୋହିତୋ) ।

ଶବ୍ଦାବଳୀ

ଏହି ଐତିହାସିକ ରାଜ୍ଯଟିକୁ ଅନେକ ସମୟରେ "ଜାପାନୀ ସାମ୍ରାଜ୍ଯ", " ଜାପାନର ସାମ୍ରାଜ୍ଯ" କିମ୍ବା "ସାମ୍ରାଜ୍ଯବାଦୀ ଜାପାନ" ବୋଲି କୁହାଯାଏ । ଜାପାନୀ ଭାଷାରେ ଏହାକୁ ଦାଇ ନିପ୍ପୋଁ ତେକୋକୁ (大日本帝国)[୧୦] ବୋଲି କୁହାଯାଏ ଯାହାର ଅର୍ଥ "ଜାପାନର ମହାନ ସମ୍ରାଜ୍ୟ" (大: ଦାଇ - ମହାନ + 日本: ନିପ୍ପୋଁ - ଜାପାନ, 帝国: ତେକୋକୁ - ସାମ୍ରାଜ୍ଯ) । ତେକୋକୁ (帝: ତେ - ସମ୍ରାଟ + 国: କୋକୁ - ରାଜ୍ଯ)ର ଅର୍ଥ ସମ୍ରାଟଙ୍କ ରାଜ୍ଯ ବା ସମ୍ରାଟଙ୍କ ଶାସନ ।

ପୃଷ୍ଠଭୂମି

ପ୍ରାୟ ଦୁଇ ଶତାବ୍ଦୀ ପରେ, ଏଦୋଯୁଗର ଶୋଗୁନମାନଙ୍କଦ୍ୱାରା ଆରମ୍ଭିତ ସାକୋକୁ ବା ବିଚ୍ଛିନ୍ନବାଦର ଅନ୍ତ ହେଲା । ୧୮୫୪ ମସିହାରେ ମାଥିଉ ସି ପେର୍ରୀଙ୍କ ଜାପାନ ଆଗମନ ପରେ କାନାଗାୱା ସନ୍ଧି ସ୍ୱାକ୍ଷରିତ ହେଲା ଏବଂ ପୁଣି ଜାପାନ ବାଣିଜ୍ଯରେ ଭାଗନେଲା । ଫଳରେ ବାକୁମାତ୍ସୁ ଯୁଗର ଆରମ୍ଭ ହେଲା ।

ପରବର୍ତ୍ତୀ କାଳରେ ତୋକୁଗାୱା ଶୋଗୁନେତ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ଯରେ ଅନେକ ବାଣିଜ୍ଯ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତିମାନଙ୍କରେ ଥିବା ଅପମାନ ସୂଚକ ସର୍ତ୍ତାବଳୀ ଯୋଗୁଁ ଶୋଗୁନେତରେ ଆଭ୍ୟନ୍ତରୀଣ ଅସ୍ଥିରତା ଉତ୍ପନ୍ନ ହେଲା ଯାହା ପରେ ସୋନ୍ନୋ ଯୋଈବାଦରେ ("ସମ୍ରାଟଙ୍କ ଜୟ ହେଉ, ବର୍ବରଙ୍କୁ ତଡ଼ା ଯାଉ") ପରିଣତ ହେଲା ।[୧୪]

୧୮୬୩ ମସିହା ମାର୍ଚ୍ଚମାସରେ, ସମ୍ରାଟ "ବର୍ବରଙ୍କୁ ବହିଷ୍କାର କରିବାପାଇଁ ଆଦେଶ ଜାରି କଲେ । ଶୋଗୁନେତର ଏହି ନିୟମକୁ କାର୍ଯ୍ୟକାରୀ କରାଇବାର ଉଦ୍ଦେଶ୍ଯ ନ ଥିଲା କିନ୍ତୁ ଏହା ଶୋଗୁନେତ ତଥା ବିଦେଶୀମାନଙ୍କ ପ୍ରତି ଆକ୍ରମଣ କରିବାକୁ ଉତ୍ସାହିତ କଲା । । ୧୮୬୨ ମସିହାର ନାମାନୁଗୀ ଘଟଣା ଯୋଗୁଁ ସାତ୍ସୁମା ପ୍ରାନ୍ତର ଏକ ସାମୁରାଇ ଦଳଦ୍ୱାରା ଚାର୍ଲସ ଲେନ୍ନୋକ୍ଷ ରିଚାର୍ଡ୍ସନ ନାମୀ ଏକ ଇଂରେଜଙ୍କୁ ହତ୍ଯା କରିଦିଆଗଲା । ବ୍ରିଟିଶମାନେ କ୍ଷତିଭରଣ ଦାବିକଲେ କିନ୍ତୁ ତାହାକୁ ଧ୍ଯାନ ଦିଆଗଲା ନାହିଁ ।

ଆଧାର

ବିଶେଷ ଦ୍ରଷ୍ଟବ୍ୟ