ନିଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ନିଆଳି (କ୍ରମିକ ସଂଖ୍ୟା: ୯୨) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିଆଳି ବ୍ଳକ, କଣ୍ଟାପଡ଼ା ବ୍ଳକ ଓ ବାରଙ୍ଗ ବ୍ଳକର କିଛି ଅଂଶ ।[୧][୨]

ନିଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୧୯,୦୭୬
ଜିଲ୍ଲା:କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଛବି ମଲ୍ଲିକଙ୍କଠାରୁ ୨୫୮୦୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କଠାରୁ ୫୦,୬୫୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ନିଆଳି [୫]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦପ୍ରମୋଦ କୁମାର ମଲ୍ଲିକ୯୦,୬୫୮୬୫.୪୫-
କଂଗ୍ରେସଆର୍ତ୍ତତ୍ରାଣ ମଲ୍ଲିକ୪୦,୦୦୫୨୮.୮୮-
ଭାଜପାସୁଶାନ୍ତ କୁମାର ମଲ୍ଲିକ୪,୯୨୧୩.୫୫-
ସ୍ୱାଧୀନସନ୍ଧ୍ୟାରାଣୀ ଦାସ୧,୭୧୯୧.୨୪-
ବସପାସନ୍ତୋଷ କୁମାର ମଲ୍ଲିକ୧,୨୧୮୦.୮୮-
ଭୋଟ ବ୍ୟବଧାନ୫୦,୬୫୩୩୬.୫୭*-
ମତଦାନ ହାର୧,୩୮,୫୩୪୬୪.୫୬-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୨୦୦୯ରେ ନବଗଠିତ[୬] ଏହି ନିର୍ବାଚନ ମଣ୍ଡଳୀରେ କେବଳ ୨ଥ‍ର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୩]

ଆଧାର