ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର
ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ବିଶ୍ୱର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ ବା ରାଜକୀୟ ସ୍ୱିଡିନ ବିଜ୍ଞାନ ଅକାଦମୀଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା ଆଲଫ୍ରେଡ ନୋବେଲଙ୍କଦ୍ୱାରା ସ୍ଥାପିତ ନୋବେଲ ଫାଉଣ୍ଡେସନଦ୍ୱାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାରଗୁଡ଼ିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।
ପ୍ରତିଷ୍ଠାତା ଓ ପୁରସ୍କାର
ନୋବେଲ ପୁରସ୍କାରର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ ବୈଜ୍ଞାନିକ ଡ.ଆଲଫ୍ରେଡ ନୋବେଲ । ୧୯୦୧ଠାରୁ ଆଲଫ୍ରେଡଙ୍କଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ ।[୧] ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାଧାରଣତଃ ନୋବେଲ ଫାଉଣ୍ଡେସନ ତରଫରୁ ଚୟନ କରାଯାଇଥିବା କମିଟି ସମସ୍ତ ବିଷୟ ଅନୁଧ୍ୟାନ ପୂର୍ବକ ଏହି ପୁରସ୍କାର ନିଜେତାଙ୍କ ନାମ ବର୍ଷର ଅକ୍ଟୋବର ମାସରେ ଘୋଷଣା କରିଥାନ୍ତି । ଏହାପରେ ଷ୍ଟକହୋମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଅକ୍ଟୋବର ଦିନ ପୁରସ୍କାର ବିଜେତାଙ୍କୁ ଏକ ପଦକ, ଏକ ମାନପତ୍ର ସହ ପୁରସ୍କାର ରାଶି ପ୍ରଦନ କରିଥାନ୍ତି । କମିଟିର ନିୟମ ଅନୁସାରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦୁଇଟି ପୃଥକ ପୃଥକ ଭୌତିକ ବିଜ୍ଞାନ କ୍ଷେତ୍ରରେ ଅତିବେଶୀରେ ତିନିଜଣ ପଦର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି ।[୨] କେବଳ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ବିଜେତାଙ୍କ ନାମ ଚୟନ ପ୍ରକ୍ରୀୟା ଅତ୍ୟନ୍ତ ଜଟିଳ ଓ ସମୟ ସାପେକ୍ଷ । ଏଭଳି ସ୍ଥଳେ ନୋବେଲ ପଦାର୍ଥ ବିଜ୍ଞାନରେ ପୁରସ୍କାରର ସ୍ୱାତନ୍ତ୍ର୍ୟ ସର୍ବମାନ୍ୟ ହେବା ସ୍ୱାଭବିକ ।
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ୱିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "ରଂଗଟେନ ରଶ୍ମୀ" ଭାବେ ନାମିତ କରାଯାଇଥିଲା ।
ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଦ୍ୱାରା ସମ୍ମାନିତ ପଦାର୍ଥ ବିଜ୍ଞାନୀ
ପଦାର୍ଥ ବିଜ୍ଞାନରେ ଭାରତୀୟ ନୋବେଲ ବିଜେତା
ନୋବେଲ ପୁରସ୍କାର ପାଇବାରେ ଭାରତ ବିଶ୍ୱରେ ଏକ ପ୍ରମୁଖ ଦେଶ । ତେବେ ପଦର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଭାରତୀୟ ପଦାର୍ଥ ବିଜ୍ଞାନୀ ଭାବେ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ ୧୯୩୦ ମସିହାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ସୁବ୍ରମନ୍ୟମ ଚନ୍ଦ୍ର ଶେଖର ୧୯୮୩ ମସିହାରେ ଆମେରିକାର ୱିଲିୟମ ଆଲଫ୍ରେଡ ଫାଉଲେରଙ୍କ ମିଳିତ ଭାବେ ଏହି ପୁରସ୍କାର ଲାଭ କରିଥିଲେ ।
ମସିହା | ଛବି | ନୋବେଲ ବିଜେତା[A] | ଦେଶ[B] | ବିଷୟ[C] | ଆଧାର |
---|---|---|---|---|---|
୧୯୩୦ | ଚନ୍ଦ୍ରଶେଖର ଭେଙ୍କଟରମଣ | India | " ଆଲୋକର ବିଛୁରଣ ଉପରେ ତାଙ୍କର ଉଲ୍ଲେଖନୀୟ କାମ ଯାହାକି ରମଣ ପ୍ରଭାବ ନାମରେ ନାମିତ" | [୩] | |
୧୯୮୩ | ସୁବ୍ରମନ୍ୟମ ଚନ୍ଦ୍ରଶେଖର | India United States | "ନକ୍ଷତ୍ରମାନଙ୍କ ଉତ୍ପତ୍ତି ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ" | [୪] | |
ଉଇଲିୟମ ଆଲଫ୍ରେଡ ଫାଉଲେର | United States | "ବିଶ୍ୱରେ ରାସାୟନିକ ପଦାର୍ଥ ଗଠନ ସଂପର୍କରେ ଆଣବିକ ପ୍ରତିକ୍ରିୟାର ପ୍ରଭାବ ଉପରେ ତାଙ୍କର ଉଲ୍ଲେଖନୀୟ ଗବେଷଣା ନିମନ୍ତେ" | [୪] |
ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକା
ଏ ଯାଏଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା କିଛି ପଦାର୍ଥବିଜ୍ଞାନୀଙ୍କର ଏକ ତାଲିକା ହେଉଛି ଏହିଭଳି :[୫]
ବର୍ଷ | ନୋବେଲ ବିଜେତାଙ୍କ ନାମ ଓ ଜାତୀୟତା | ଅବଦାନ କ୍ଷେତ୍ର |
---|---|---|
୧୯୦୧ | ୱିଲହେମ ରଂଗଟେନ (ଜର୍ମାନୀ) | ରଂଗଟେନ ରଶ୍ମୀ ଉଦ୍ଭାବନ |
୧୯୦୨ | ହେଣ୍ଡ୍ରିକ ଲରେଞ୍ଜ ଓ ପୀଟର ଜୀମନ (ନେଦରଲ୍ୟାଣ୍ଡ) | ରେଡିଏସନ ଉପରେ ମ୍ୟାଗନେଟିଜମର ପ୍ରଭାବ |
୧୯୦୩ | ଏଣ୍ଟୋନୀ ହେନରୀ ବେକେରାଲ, ପ୍ୟାରୀ କ୍ୟୁରୀ ଓ ମାରିଆ ସ୍କୋଡାସ୍କା କ୍ୟୁରୀ | ରେଡିଓ ଆକ୍ଟିଭିଟି |
୧୯୦୪ | ଲର୍ଡ ର୍ୟାଲି | ଆର୍ଗନ ଗ୍ୟାସର ସାନ୍ଦ୍ରତା |
୧୯୦୫ | ଫିଲିପ ଏଡୱାର୍ଡ ଆଣ୍ଟୋନ ଭନ ଲେନାର୍ଡ | କ୍ୟାଥୋଡ ରଶ୍ମୀ |
୧୯୦୬ | ଜୋସେଫ ଜନ ଥମ୍ପସନ | ଗ୍ୟାସ ମାଧ୍ୟମରେ ବିଦ୍ୟୁତ ସଂଚରଣ |
୧୯୦୭ | ଆଲବର୍ଟ ଆବ୍ରାହମ ମାଇକେଲସନ | ସ୍ପେକ୍ଟ୍ରୋସ୍କୋପିକ ଓ ମେଟ୍ରୋଲୋଜିକାଲ ଅନୁସନ୍ଧାନ |
୧୯୦୮ | ଗେବ୍ରିଏଲ ଲିପମ୍ୟାନ(ଫ୍ରାନ୍ସ) | ଇଣ୍ଟରଫେରେନ୍ସ |
୧୯୦୯ | ଗୁଗଲେଲିମୋ ମାର୍କୋନୀ(ଇଟାଲି) ଓ କାର୍ଲ ଫର୍ଡିନାଣ୍ଡ ବ୍ରାଉନ | ବେତାର ଟେଲିଗ୍ରାଫି |
୧୯୧୦ | ଜୋହାନ ଡିଦେରିକ ଭାନ ଡିରୱାଲ | ଗ୍ୟସୀୟ ଓ ତ୍ରଳ ପଦାର୍ଥର ଅବସ୍ଥାରେ ସମାନତା |
ଆଧାର
ବାହାର ତଥ୍ୟ
en:List of Nobel laureates in Physics