ମିଆ ଖଲିଫା

ମିଆ ଖଲିଫା (ଜନ୍ମ: ୧୦ ଫେବୃଆରୀ ୧୯୯୩), ଜଣେ ଆମେରିକୀୟ ସୋସିଆଲ ମିଡ଼ିଆ ବ୍ୟକ୍ତିତ୍ୱ[୨] ଏବଂ ୱେବ୍‌କ୍ୟାମେରା ମଡେଲ[୩], ଯିଏକି ୨୦୧୪ରୁ ୨୦୧୫ ମଧ୍ୟରେ ପର୍ଣ୍ଣ ଅଭିନେତ୍ରୀ ଭାବରେ ପ୍ରସିଦ୍ଧିଲାଭ କରିଥିଲେ । ସେ ମିଆ କଲିଷ୍ଟା ନାମରେ ମଧ୍ୟ ଜଣାଶୁଣା ।

ମିଆ ଖଲିଫା
ميا خليفة
ଜନ୍ମ(1993-02-10)ଫେବୃଆରୀ ୧୦, ୧୯୯୩



(age ୩୧)[୧]
ବେଇରୁଟ୍, ଲେବାନନ୍
ଜାତୀୟତାଯୁକ୍ତରାଷ୍ଟ୍ର ଆମେରିକା
ଅନ୍ୟ ନାମମିଆ କଲିଷ୍ଟା[୧]
ବୃତ୍ତି(ସମୂହ)ପୂର୍ବତନ ପର୍ଣ୍ଣ ଅଭିନେତ୍ରୀ
ସୋସିଆଲ ମିଡ଼ିଆ ବ୍ୟକ୍ତିତ୍ୱ
ୱେବ୍‌କ୍ୟାମେରା ମଡେଲ
ସକ୍ରିୟ ବର୍ଷ୨୦୧୪-ଏବେଯାଏଁ
ଉଚ୍ଚତା5 ft 2 in (1.57 m)[୧]
ବୈବାହିକ-ସାଥୀ
ରୋବର୍ଟ ସ୍ୟାଣ୍ଡବର୍ଗ୍
(m. ୨୦୨୦)

ମିଆ ବେଇରୁଟ୍‌ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ । ସେ ୨୦୧୪ ଅକ୍ଟୋବରରେ ପର୍ଣ୍ଣ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ଏବଂ ଡିସେମ୍ବରରେ ସେ ପ୍ରସିଦ୍ଧ ପର୍ଣ୍ଣ ୱେବ୍‌ସାଇଟ୍ ପର୍ଣ୍ଣହବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ଇସଲାମ ଧର୍ମର ପୋଷାକ ପରିଧାନ କରି ଏକ ଭିଡ଼ିଓରେ ନ‌ଜର ଆସିବାପରେ ତାଙ୍କୁ ବିରୋଧ କରାଯାଇଥିଲା ଏବଂ ମଧ୍ୟ ପୂର୍ବରେ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମାତ୍ର ତିନିମାସ କାମ କରିବା ପରେ ମିଆ ତାଙ୍କର ଅନ୍ୟାନ୍ୟ ରୁଚିରେ ଅଧିକ ଧ୍ୟାନ ଦେଇଥିଲେ ଏବଂ ପର୍ଣ୍ଣ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ଛାଡ଼ିଦେଇଥିଲେ ।

ପ୍ରାରମ୍ଭିକ ଜୀବନ

ମିଆ ଖଲିଫା ୧୦ ଫେବୃଆରୀ ୧୯୯୩ରେ ବେଇରୁଟ୍, ଲେବାନନ୍‌ରେ ଜନ୍ମଗ୍ରହଣ କରିଥିଲେ । ୨୦୦୦ ମସିହାରେ ସେ ତାଙ୍କର ପରିବାର ସ‌ହ ଯୁକ୍ତରାଷ୍ଟ୍ର ଆମରିକାକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୪] ତାଙ୍କର ପରିବାର କ୍ୟାଥୋଲିକ୍ ଏବଂ ସେ ଜନ୍ମରୁ ସେହି ଧର୍ମ ସ‌ହ ଜଡ଼ିତ ଥିଲେ, ମାତ୍ର ଏବେ ସେ ସବୁ ସ‌ହିତ ସମ୍ପୃକ୍ତ ନାହାନ୍ତି ।[୫] ସେ ତାଙ୍କର କୈଶୋର ଅବସ୍ଥାରେ ମେରୀଲ୍ୟାଣ୍ଡରରେ ବାସ କରୁଥିଲେ ଏବଂ ସେଠାରେ ସେ ତାଙ୍କର ସ୍କୁଲବେଳେ ଲାକ୍ରୋସ୍ ଖେଳୁଥିଲେ ।[୨] ଏହାର କିଛି ବର୍ଷ‌ପରେ ସେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଥିଲେ ।[୬] ୨୦୧୧ ଫେବୃଆରୀରେ ମିଆଙ୍କୁ ୧୮ ବର୍ଷ ହେଲା ପରେ ସେ ଜଣେ ଆମେରିକୀୟଙ୍କୁ ବିବାହ କରିଥିଲେ ।[୪]

ପର୍ଣ୍ଣ‌ଗ୍ରାଫି

ମିଆ ୨୦୧୪ ଅକ୍ଟୋବର ମାସରରେ ପର୍ଣ୍ଣ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୭] ସେ ହ୍ୱାଟଆବର୍ଗର ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୮][୯] ଏହାର କିଛିଦିନ ପରେ ପ୍ରସିଦ୍ଧ ପର୍ଣ୍ଣ ୱେବ୍‌ସାଇଟ୍ ପର୍ଣ୍ଣ‌ହବ୍‌ରେ ମିଆଙ୍କର ଭିଡ଼ିଓ ୧୫ଲକ୍ଷରୁ ଅଧିକ ବ୍ୟବ‌ହାରକାରୀ ଦେଖିଥିଲେ ଏବଂ ସେହି ୱେବ୍‌ସାଇଟ୍‌ରେ ଅଧିକ ଖୋଜାଯାଇଥିବା ଚରିତ୍ର ପାଲଟିଯାଇଥିଲେ ସେ ।[୭] ସେହିବର୍ଷ ଡିସେମ୍ବର ୨୮ରେ ପର୍ଣ୍ଣହବ୍ ୱେବ୍‌ସାଇଟ୍‌ରେ ତାଙ୍କୁ ପ୍ରଥମ ସ୍ଥାନ ମିଳିଥିଲା ।[୧୦]

ମିଆଙ୍କୁ ପର୍ଣ୍ଣହବ୍ ୱେବ୍‌ସାଇଟ୍‌ରେ ପ୍ରଥମ ସ୍ଥାନ ମିଳିବା ପରେ ତାଙ୍କୁ ଅନେକ ହତ୍ୟା ଧମକ ଆସିଥିଲା । ତାଙ୍କୁ ମୁଖ୍ୟତଃ ଅନ୍‌ଲାଇନ୍‌ରେ ଅନେକ ହତ୍ୟା ଧମକ ଆସିଥିଲା । ସେ ଇସଲାମ ଧର୍ମକୁ ନଷ୍ଟ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏମିତିକି କେହି କେହି ତାଙ୍କର ମସ୍ତକ ଛେଦନ କରି ମାରିବାକୁ ମଧ୍ୟ ବାହାରି ପଡ଼ିଥିଲେ । ସେ ନର୍କ ଭୋଗିବେ ବୋଲି ଗୋଟିଏ ସନ୍ଦେଶ ମଧ୍ୟ ତାଙ୍କ ପାଖକୁ ଆସିଥିଲା, ଯାହାର ଉତ୍ତରେ ସେ କ‌ହିଥିଲେ, "ମୁଁ ମାତ୍ର ଏବେ ଏବେ କିଛି କରିବାକୁ ବାହାରିଛି ।"[୧୧] ଏମିତିକି ଲେବାନନ୍ସର ଖବରକାଗଜଗୁଡ଼ିକ ତାଙ୍କ ଉପରେ ଏମିତି କିଛି ଲେଖା ଛାପିଥିଲେ, ଯାହା ସେଠାକାର ପାରିପାର୍ଶ୍ୱିକ ପରିସ୍ଥିତି ତୁଳନାରେ ତୁଚ୍ଛ ଥିଲା ।[୧୨]

ମିଆଙ୍କୁ ଏମିତି ଧମକ ଅଲଗା ଅଲଗା ଦେଶରୁ ମଧ୍ୟ ଆସିଥିଲା ।[୧୧][୧୩] ପର୍ଣ୍ଣହବ୍‌ର ତ‌ଥ୍ୟ ଅନୁସାରେ ୨୦୧୫ ମସିହା ଜାନୁଆରୀ ୩ରୁ ୬ ମଧ୍ୟରେ ମିଆ ଖଲିଫାଙ୍କ ବିଷୟରେ ୫ ଗୁଣା ଅଧିକ ବ୍ୟବ‌ହାରକାରୀ ଖୋଜିଥିଲେ । ଏଥିରେ ଥିବା ବ୍ୟବ‌ହାରକାରୀ ମୁଖ୍ୟତଃ ଲେବାନନ୍, ସିରିୟା, ଜୋର୍‌ଦାନ୍ ଭଳି ଦେଶରୁ ଥିଲା ।[୫] ଏକ ବିଟିଶ୍ ପତ୍ରିକା ଲୋଡେଡ୍‌ରେ ପ୍ରକାଶିତ ଖବର ଅନୁସାରେ ମିଆ ବିଶ୍ୱର ୧୦ ଜଣ ପର୍ଣ୍ଣ ଅଭିନେତ୍ରୀଙ୍କ ମଧ୍ୟରେ ୫ମ ସ୍ଥାନରେ ଥିଲେ ।[୧୪] କିଛି ଲୋକ ମଧ୍ୟ ମିଆଙ୍କୁ ସମର୍ଥନ କରିଥିଲେ । କେହି କେହି ମିଆଙ୍କ ବିଷୟରେ କିଛି ବିଜ୍ଞାପନ ମଧ୍ୟ କରିଥିଲେ ।[୧୫] ୨୦୧୫ ଜାନୁଆରୀରେ ଏକ ସଙ୍ଗୀତ ନିର୍ମାତା ସଂସ୍ଥା ମିଆଙ୍କ ପ୍ରତି ନିଜର ସମର୍ଥନ ଦେଖାଇବା ପାଇଁ ତାଙ୍କ ନାମ ଶୀର୍ଷକ ରଖି ଏକ ଗୀତ ନିର୍ମାଣ କରିଥିଲେ ।[୧୬]

୨୦୧୬ରେ ଏକ ସାକ୍ଷାତକାରରେ ମିଆ ମାତ୍ର ତିନିମାସ ପାଇଁ ପର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବୋଲି ପ୍ରକାଶ କରିଥିଲେ । ସେତେବେଳକୁ ସେ ବର୍ଷ ପୂର୍ବରୁ ତାଙ୍କର କାର୍ଯ୍ୟ ବନ୍ଦ କରିଦେଇଥିବା କଥା କ‌ହିଥିଲେ । ଏହି କାର୍ଯ୍ୟ ତାଙ୍କ ପାଇଁ ନଥିଲା ବୋଲି କ‌ହିବା ସ‌ହ ସେ ଏକ ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରିବେ ବୋଲି ମତ ରଖିଥିଲେ । ତାଙ୍କର କାର୍ଯ୍ୟକୁ ନେଇ ଉଠିଥିବା ବିବାଦଠାରୁ ସେ ନିଜର ଦୂରେଇ ରଖିବାକୁ ଏହିଭଳି ନିଷ୍ପତ୍ତି ନେଇଥିଲେ ।[୨] ୨୦୧୬ ମଇ ଯାଏଁ ମିଆ ଜଣେ ୱେବ‌କ୍ୟାମେରା ମଡେଲ ଭାବରେ କାର୍ଯ୍ୟ କରିଥିଲେ ।[୩] ଜାନୁଆରୀ ୨୦୧୭ରେ ଦିଆଯାଇଥିବା ଏକ୍ସ‌ହାମେଷ୍ଟରର ସର୍ଭକ୍ଷଣ ଅନୁସାରେ ୨୦୧୬ ମସିହାରେ ସବୁଠାରୁ ଅଧିକ ଖୋଜିଥିବା ପର୍ଣ୍ଣ ଅଭିନେତ୍ରୀ ଭିତରେ ମିଆ ପ୍ରଥମ ସ୍ଥାନରେ ଥିଲେ ।[୧୭][୧୮]

ଅନ୍ୟାନ୍ୟ କାର୍ଯ୍ୟ

୨୦୧୭ ଅକ୍ଟୋବର ମାସରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଏକ ନିତିଦିନିଆ ଖେଳ କାର୍ଯ୍ୟକ୍ରମର ୟୁ-ଟ୍ୟୁବ୍ ଚେନାଲରେ ମିଆ ଖଲିଫା ଗିଲବର୍ଟ ଆରେନାସ୍‌ଙ୍କ ସ‌ହ ଉପସ୍ଥାପନା କାର୍ଯ୍ୟ କରିଥିଲେ ।[୧୯][୨୦]

୨୦୧୬ ନଭେମ୍ବର ମାସରେ ମିଆଙ୍କୁ ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାଳୟରୁ ଏକ ଅନ୍‌ଲାଇନ୍ ଦରଖାସ୍ତ ମାଧ୍ୟମରେ ଡକାଯାଇଥିଲା ଏବଂ ମିଆଙ୍କୁ ସାଉଦି ଆରବିଆରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ଦୂତ ଭାବରେ ନିଯୁକ୍ତି କରାଯାଇଥିଲା ।[୨୧]

ଆଧାର

ବାହାର ଆଧାର