ମିସେଲ ବାଚେଲେଟ

ରାଜନୈତିଜ୍ଞା।

ଭେରୋନିକା ମିସେଲ ବାଚେଲେଟ ଜେରିଆ (ସ୍ପେନୀୟ ଉଚ୍ଚାରଣ: [beˈɾonika miˈtʃel βatʃeˈle ˈxeɾja]; ଜନ୍ମ ୨୯ ସେପ୍ଟେମ୍ବର ୧୯୫୧) ଜଣେ ଚିଲି ସୋସିଆଲିଷ୍ଟ ପାର୍ଟି ରାଜନେତା । ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି । ସେ ଆଗରୁ ୨୦୦୬ରୁ ୨୯୧୦ ଯାଏ ରାଷ୍ଟ୍ରପତି ଭାବେ କାର୍ଯ୍ୟକରିଥିଲେ । ସେ ଆଗରୁ ୨୦୦୬ରୁ ୨୦୧୦ ଯାଏ ରାଷ୍ଟ୍ରପତି ଭାବେ କାମ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ଆଉଥରେ ସେହି ନିର୍ବାଚିତ ହେବା ନିୟମ ନ ଥିବାରୁ ସେ ନବଗଠିତ ମିଳିତ ଜାତିସଂଘ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ସଂଘ (ଇଉଏନ ଉଇମେନ)ର କାର୍ଯ୍ୟନିର୍ବାହୀ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ । ୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।

ମିସେଲ ବାଚେଲେଟ
୩୫୫ ତମ ଚିଲିର ରାଷ୍ଟ୍ରପତି
Incumbent
Assumed office
୧୧ ମାର୍ଚ୍ଚ ୨୦୧୪
ପୂର୍ବ ଅଧିକାରୀସେବାଷ୍ଟିଆନ ପିନିଏରା
କାର୍ଯ୍ୟକାଳ
୧୧ ମାର୍ଚ୍ଚ ୨୦୦୬ – ୧୧ ମାର୍ଚ୍ଚ ୨୦୧୦
ପୂର୍ବ ଅଧିକାରୀରିକାର୍ଡ଼ ଲାଗୋସ
ପର ଅଧିକାରୀସେବାଷ୍ଟିଆନ ପିନିଏରା
ଇଉଏନ ଉଇମେନର କାର୍ଯ୍ୟନିର୍ବାହୀ ପରିଚାଳକ
କାର୍ଯ୍ୟକାଳ
୧୪ ସେପ୍ଟେମ୍ବର ୨୦୧୦ – ୧୫ ମାର୍ଚ୍ଚ ୨୦୧୩
କାର୍ଯ୍ୟନିର୍ବାହୀ ପରିଚାଳକବାନ କି-ମୁନ
ପୂର୍ବ ଅଧିକାରୀଅଧିଷ୍ଠୀତ
ପର ଅଧିକାରୀଲକ୍ଷ୍ମୀ ପୁରୀ (କାର୍ଯ୍ୟକାରୀ)
ପ୍ରେସିଡେଣ୍ଟ ପ୍ରୋ ଟେମ୍ପରେ ଅଫ ଦି ଇଉନିଅନ ଅଫ ସାଉଥ ଆମେରିକା ନେସନ୍ସ
କାର୍ଯ୍ୟକାଳ
୨୩ ମଇ ୨୦୦୮ – ୧୦ ଅଗଷ୍ଟ ୨୦୦୯
ପୂର୍ବ ଅଧିକାରୀଅଧିଷ୍ଠୀତ
ପର ଅଧିକାରୀରାଫାଏଲ କୋରିଆ
ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୭ ଜାନୁଆରୀ ୨୦୦୨ – ୧ ଅକ୍ଟୋବର ୨୦୦୪
ରାଷ୍ଟ୍ରପତିରିକାର୍ଡ଼ ଲାଗୋସ
ପୂର୍ବ ଅଧିକାରୀମାରିଓ ଫର୍ଣାଡେଜ
ପର ଅଧିକାରୀଜେମି ରାଭିନେଟ
ସ୍ୱାସ୍ଥ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୧୧ ମାର୍ଚ୍ଚ ୨୦୦୦ – ୭ ଜାନୁଆରୀ ୨୦୦୨
ରାଷ୍ଟ୍ରପତିରିକାର୍ଡ଼ ଲାଗୋସ
ପୂର୍ବ ଅଧିକାରୀଆଲେକ୍ସ ଫିଗୁଏରଆ
ପର ଅଧିକାରୀଅସଭାଲ୍ ଆର୍ଟାଜା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଭେରୋନିକା ମିସେଲ ବାଚେଲେଟ ଜେରିଆ

(1951-09-29) ୨୯ ସେପ୍ଟେମ୍ବର ୧୯୫୧ (ବୟସ ୭୨)
ସାଣ୍ଟିଆଗୋ, ଚିଲି
ରାଜନୀତିକ ଦଳସୋସିଆଲିଷ୍ଟ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Concertación (1988–2013)
Nueva Mayoría (2013–present)
ଜୀବନ ସାଥୀJorge Dávalos Cartes (1979–1984)
ସନ୍ତାନSebastián
Francisca
Sofía
ଶିକ୍ଷାନୁଷ୍ଠାନUniversity of Chile
ସନ୍ତକ
ୱେବସାଇଟOfficial website

ବାଚେଲେଟ ଜଣେ ଡାକ୍ତର ଭାବେ ମୁଖ୍ୟତଃ ସାମରିକ କୌଶଳ ଅଧ୍ୟୟନ କରି ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଓ ପରେ ତାଙ୍କ ରାଷ୍ଟ୍ରପତିତ୍ୱ ଆଗରୁ ଥିବା ରାଷ୍ଟ୍ରପତି ରିକାର୍ଡ଼ ଲାଗୋସଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ସେ ତିନୋଟି ସନ୍ତାନର ଜନନୀ ଓ ତାଙ୍କ ବରଙ୍କଠାରୁ ଅଲଗା ରହନ୍ତି । ସେ ଜଣେ ଅଜ୍ଞାନବାଦୀ ।[୧] ତାଙ୍କ ମାତୃଭାଷା ସ୍ପାନିସ ଛଡ଼ା ସେ ବିଭିନ୍ନ ବାକପଟୁତା ସଙ୍ଗେ ଇଂରାଜୀ, ଜର୍ମାନ, ପର୍ତ୍ତୁଗୀଜ ଓ ଫରାସୀ ଭାଷା କ ହିପାରନ୍ତି ।[୨]

ବୃତ୍ତଚିତ୍ର

  • ମିସେଲ ବାଚେଲେଟ - ସିମ୍ବଲ ଡେସ ନୁଏନ ଚିଲି (ଏବ ଡେମାଣ୍ଟ/SWR, ୨୦୦୪)[୩]
  • ଲା ହିଜା ଡେଲ ଯେନେରାଲ ["ଜେନେରାଲଙ୍କ ଝିଅ"] (ମାରିଆ ଏଲେନା ଉଡ଼/୨୦୦୬)[୪]

ପ୍ରକାଶନ

ଆଧାର